STORYMIRROR

#ସ୍ମୃତି ଆଇନାରେ ୨୦୨୦

SEE WINNERS

Share with friends

ପ୍ରସ୍ତାବନା:


ସେହି ଅମୂଲ୍ୟ ମୁହୂର୍ତ୍ତ ସବୁ ଆଖି ଆଗରେ ଝଲସି ଉଠେ । ଯାହା ଆଜି ଅତୀତ ହୋଇଯାଇଛି ସତ; ହେଲେ ଆମ ମାନସପଟ୍ଟରେ ଚିରକାଳ ପାଇଁ ସ୍ମୃତି ହୋଇ ରହିଯାଇଛି । ସେହି ଜୀବନର ହସ-କାନ୍ଦ, ସୁଖ-ଦୁଃଖ ଯେପରିକି ନିଜ ପୁଅ ଆସିବା ବାଟକୁ ଅନାଇ ବସିଥିବା ଜଣେ ମା'ର ଦୁଃଖ; ଯାହାର ପୁଅ କାରୋନାର ଚକ୍ରବ୍ୟୁହରେ ଘାଣ୍ଟି ଚକଟି ହୋଇ ରହିଯାଇଛି ବିଦେଶରେ । ଅନୁରୂପ ଭାବେ ସ୍ତ୍ରୀଟିଏ ତା' ସ୍ବାମୀର ମୁହଁ ଟିକେ ଦର୍ଶନ କରିପାରି ନାହିଁ, ଝିଅଟିଏ ଜନ୍ମ ଦେଇଥିବା ମାଆ ବାପା ତା' ଝିଅର ନ୍ୟାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ତ ହୋଇ ପାରୁନାହାଁନ୍ତି । ଏମିତି ଅନେକ ଘଟଣା ଯାହା ଆପଣଙ୍କ ମନ ଏବଂ ପ୍ରାଣକୁ ଗଭୀର ଭାବେ ପ୍ରଭାବିତ କରୁଥିବ । ତେବେ ଆସନ୍ତୁ ତାକୁ ଆମ ସର୍ଜନା ଶକ୍ତିରେ ଗଳ୍ପ, କବିତା, କୋଟ୍ ମାଧ୍ୟମରେ ପ୍ରତିଫଳିତ କରିବା । ସେ ସମୟ ସବୁକୁ ପୁନଃ ସ୍ମରଣକରି ହୃଦୟରେ ଜମାଟ ବାନ୍ଧିଥିବା ଅସଂଖ୍ୟ ଭାବକୁ ସର୍ଜନର ରୂପ ଦେବା ।


ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । ଷ୍ଟୋରୀମିରର୍ ନେଇ ଆସିଛି ବିଗତ ବର୍ଷ ୨୦୨୦ର ସ୍ମୃତିରେ ଗଳ୍ପ, କବିତା, କୋଟ୍ସ ରଚନା ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ ।

ଅବତାରଣା:

ଏହି ପ୍ରତିଯୋଗିତା ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ୨୦୨୦ ମସିହାରେ ଆପଣଙ୍କ ଜୀବନରେ ଘଟିଥିବା ଅଭୁଲା ଘଟଣାବଳୀକୁ ଗଳ୍ପ, କବିତା, କୋଟ୍ ମାଧ୍ୟମରେ ପରିପ୍ରକାଶ କରିପାରିବେ ।

ଆପଣଙ୍କ ପାଇଁ ନିୟମ:

  • ଏହି ପ୍ରତିଯୋଗିତା କେବଳ ଗଳ୍ପ,କବିତା, କୋଟ୍ ନିମନ୍ତେ ।
  • ଦୈନିକ ଭାବେ ଆପଣ ଗଳ୍ପ, କବିତା, କୋଟ୍ ଯେ କୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
  • ଦୈନିକ ଭାବେ ଉପରୋକ୍ତ ତିନୋଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
  • ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟେଗ୍ ରେ ଯୋଡନ୍ତୁ ।
  • ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • ଗଳ୍ପ, କବିତା, କୋଟ୍ସ ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
  • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

  • ଗଳ୍ପ, କବିତା, କୋଟ୍ସ ତିନୋଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, କୋଟ୍ ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 250ର ସପ୍ ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 


ବିଭାଗ : ଗଳ୍ପ । କବିତା । କୋଟ୍

ଭାଷା : ଓଡ଼ିଆ


ପ୍ରତିଯୋଗିତାର ସମୟ ଅବଧି:

ଡିସେମ୍ବର ୨୧,୨୦୨୦ ରୁ ଡିସେମ୍ବର ୩୧,୨୦୨୦


ଫଳାଫଳ: ଫେବୃଆରୀ ୨୦୨୧


କୃତଜ୍ଞତା:


ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ସ୍ରଷ୍ଟା ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଲଳିତ ମୋହନ ମିଶ୍ର ଓ ସହ ସମ୍ପାଦକ ଅଲେଖ ପ୍ରସାଦ ତ୍ରିପାଠୀ ଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:


ଇ-ମେଲ- odia@storymirror.com

ଫୋନ-8637256608


ବି.ଦ୍ର: ପ୍ରତିଯୋଗୀତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।