STORYMIRROR

#ଶକ୍ତି ସ୍ୱରୂପା

SEE WINNERS

Share with friends

ଉପକ୍ରମଣିକା:

ଆଶ୍ୱିନର ଶୁଭାଗମନ। କାଶତଣ୍ଡୀ ଫୁଲେ ନଈ ପଠା, ବିଲ ଧବଳ ବର୍ଣ୍ଣିତ, ସୁଶୋଭିତ । ଧରାବତରଣ କରିବେ ମା' କଲ୍ୟାଣମୟୀ, ଜଗତଜନନୀ ଦଶଭୂଜା ଦୁର୍ଗା। ମା'ଙ୍କ ପଦଯୁଗଳ ସ୍ପର୍ଶ ପାଇଁ ଧରା ସରସ ସୁନ୍ଦର, ଧରାବାସୀ ଆନନ୍ଦିତ, ଉନ୍ମାଦିତ। ଅଖଣ୍ଡ ମହାଶକ୍ତି, ବ୍ରହ୍ମମୟୀ, ପରମବୈଷ୍ଣବୀ, ଶକ୍ତି ସ୍ୱରୂପିଣୀ, ଦଶଭୂଜା ଦେବୀ ଦୁର୍ଗା ସିଂହ ବାହାନରେ ଆସି ଜନଗଣଙ୍କ ଦୁର୍ଗତି ନାଶିବେ। ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜାପୀଠରେ ଆଶ୍ୱିନ ଶୁକ୍ଲପକ୍ଷ ଷଷ୍ଠୀଦିନଠାରୁ ଦଶମୀ ପର୍ଯ୍ୟନ୍ତ ଦେବୀଙ୍କ କରାଯିବ ପୂଜା।


ମା' ଆସିଲେ, ଗାଁଠୁ ସହର ହେବ ଚଳଚଞ୍ଚଳ, ମନରେ ଜାଗରିତ ଅପାର ଆନନ୍ଦ। ଭକ୍ତିରେ ଭକ୍ତ ଭାବବିହ୍ୱଳ। ମା' ଙ୍କ ଅଭିନନ୍ଦନ, ପୂଜାର୍ଚ୍ଚନା, ଆରାଧନା ସହ ଧୂପ, ଦୀପ, ନୈବେଦ୍ୟ,ଘଣ୍ଟା ଝାଞ୍ଜ, ଶଙ୍ଖ, ଭଜନ,ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବ ଶକ୍ତିପୀଠ, ପୂଜାମଣ୍ଡପ। ଯା' ଦେବୀ ସର୍ବଭୂତେଷୁ ଶ୍ଲୋକରେ ପ୍ରକମ୍ପିତ ହେବ ପୂଜା ମଣ୍ଡପ, ଚଣ୍ଡିପାଠରେ ମୁଖରିତ ହେବ ଶକ୍ତିପୀଠ। ଷୋଡ଼ଶୋପଚାରରେ ପୂଜା ପାଇବେ ମା' ଦୁର୍ଗା ଜଗତଜନନୀ।


ସେହି ସୃଷ୍ଟିର ପାଳନକର୍ତ୍ତ୍ରୀ, ଦୁଷ୍ଟ ସଂହାରିଣୀ, ସୃଷ୍ଟିର ମଙ୍ଗଳକାରିଣୀ, ଶାନ୍ତି, ମୁକ୍ତି ପ୍ରଦାୟିନୀ,ଅଭୟବର ଦାୟିନୀ ଦେବୀଙ୍କୁ ଭକ୍ତି, ସ୍ତବ, ସ୍ତୁତି ନୈବେଦ୍ୟ ଅର୍ପଣ କରିବା ନିଜ କବିତା ମାଧ୍ୟମରେ । ତେବେ ଆସନ୍ତୁ ଏହି ଶୁଭଅବସରରେ ମା'ଙ୍କ ଚରଣାଗତ ହୋଇ ନିଜ ସୃଜନତାକୁ #ଶକ୍ତି ସ୍ୱରୂପା ମାଧ୍ୟମରେ ପରିପ୍ରକାଶ କରି ସଦବୁଦ୍ଧି, ସଦଜ୍ଞାନ, ସଦପ୍ରେରଣା, ସଦଭାବନା ପ୍ରାପ୍ତ ପାଇଁ ମା'ଙ୍କୁ ସମର୍ପି ଦେବା ନିଜ କବିତା ସୃଷ୍ଟିକୁ ।


ନୀତିନିୟମ :

* ଲେଖା ଦେବୀଙ୍କ ଉପରେ ଆଧାରିତ ହେବା ନିତାନ୍ତ ଆବଶ୍ୟକ ।

* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ସମ୍ପାଦକୀୟ ସ୍କୋର ଏବଂ ଲେଖାଟି ଉପରେ ପାଠକଙ୍କ ଯୋଗଦାନ ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ଲେଖା ଦାଖଲ ସମୟରେ ଏହାର ବ୍ୟାକରଣଗତ ତ୍ରୁଟି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ ।

ବିଭାଗ : କବିତା

ଭାଷା: ଓଡ଼ିଆ

ପୁରସ୍କାର :

* କବିତା ବିଭାଗରେ ସର୍ବାଧିକ ଦାଖଲ କରିଥିବା ତିନି ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR ୨୦୦ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।

* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।

ଦାଖଲ ଅବଧି: ସେପ୍ଟେମ୍ବର ୨୦ ରୁ ଅକ୍ଟୋବର୧୦ , ୨୦୨୨

ଫଳାଫଳ: ନଭେମ୍ବର ୨୦୨୨

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗର ହାତ ବଢ଼ାଇଥିବାରୁ "ଅର୍ପଣ, ଉପାନ୍ତ ଅଞ୍ଚଳ ସାହିତ୍ୟର ଜାଗ୍ରତ ପ୍ରହରୀ" ସାହିତ୍ୟ ସଂସଦର ପରୀକ୍ଷିତ ସାହୁ ଓ ସଂଗ୍ରାମ କିଶୋର ପରିଡ଼ାଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।