ଜୀବନର ମାନେ ହିଁ ବଞ୍ଚିବା । ସେଇ ବଞ୍ଚିବା ଭିତରେ କେତେବେଳେ ଅସଂଖ୍ୟ ପ୍ରତିକୂଳ ପରିସ୍ଥିତିମାନଙ୍କ ସମ୍ମୁଖରେ ନିଜକୁ ଛିଡ଼ା କରେଇ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ହୁଏ, ଅବା ସେମାନଙ୍କ ସହ ଶାନ୍ତିର ସନ୍ଧି କରି ପ୍ରତ୍ୟାବର୍ତ୍ତନର ସୁଯୋଗରହିତ ଜୀବନର ସେଇ ଲମ୍ବା ରାସ୍ତାରେ ଅନବରତ ଆଗକୁ ବଢିଚାଲିବାକୁ ହୁଏ । ଯେଉଁ ରାସ୍ତାରେ ଚାଲିବା ସମୟରେ ସଂପର୍କ ରୂପକ ଅନେକ ଗଛର ଛାଇରେ ମଣିଷଟିଏ ବିଶ୍ରାମ ନିଏ, ନଈରୁ ପାଣି ପିଏ; ଆଉ ସେମାନଙ୍କୁ ତା'ର ଏ ଚଲାପଥର ସାଥୀ ମନେକରି ସେମାନଙ୍କ ସହ ଭାବ ବାନ୍ଧେ । କିନ୍ତୁ ପଥ ସରୁସରୁ ଦେଖେ ସେ ବାନ୍ଧିଥିବା ବନ୍ଧନ ସବୁ ଡୋରି ଛିଣ୍ଡେଇ କିଏ କୁଆଡ଼େ ନିଜ ନିଜ ପଥରେ ବହୁତ ପଛରେ ପଡ଼ିଗଲେଣି । ସେ ଅନେଇ ରହେ ସେମାନଙ୍କ ବାଟ ସେ ନଈ ତୁଠରେ ଯେଉଁଠି କି ଦିନେ ସମସ୍ତଙ୍କୁ ଯିବାକୁ ହୁଏ ! ହେଲେ ସେମାନେ ତଥାପି ରହିଯାଆନ୍ତି ପଛରେ । ଶେଷରେ ସେ ସେମାନଙ୍କ ସହ ବିତେଇଥିବା ସ୍ମୃତି ସବୁକୁ ସମ୍ବଳ କରି ନିଜ ସମଗ୍ର ଜୀବନ ବିତେଇ ଦିଏ, ହଜି ଯାଏ ପୃଥିବୀରୁ ।
ଯଦିଓ ମଣିଷ ଜାଣେ ଏ ସଂସାରରେ ସମସ୍ତେ ନିଜ ନିଜ ପଥରେ ଏକା ହିଁ ଚାଲିବାକୁ ହେବ । ତଥାପି ଏ ମଣିଷ ସଂପର୍କର ଛାଇ ଟିକେ ଖୋଜେ, ତୃଷ୍ଣାତୁର ହୋଇ ନଈ ତୁଠଟିଏ ଖୋଜେ, ତା' ଦୁଃଖ-ସୁଖ, ହାନି-ଲାଭରେ ନିଜକୁ ସହଭାଗୀ କରି ତା' ପାଇଁ ସ୍ବପ୍ନ ଦେଖେ । ସତରେ ସଂପର୍କଟିଏ ଅଛି ବୋଲି ତ ଜୀବନ କେତେ ସହଜ ହୋଇଯାଏ, ଜୀବନର ଲମ୍ବା ରାସ୍ତା ଚାଲିବା କେତେ ସରସ ହୋଇଯାଏ । ତେଣୁ ସିନା ମଣିଷ ସବୁ ଜାଣି ସଂପର୍କଟିଏ ଗଢ଼େ; ତା' ପାଇଁ ହସେ, କାନ୍ଦେ, ସ୍ବପ୍ନ ଦେଖେ ।
ତେଣୁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା । ଯେଉଁଠି ଆମ ଜୀବନର ସେଇ ଅଲିଭା ସଂପର୍କମାନଙ୍କର ସ୍ମୃତିଚାରଣ କରିବା । ସେମାନଙ୍କ ସହ କଟେଇଥିବା ସ୍ମରଣୀୟ ମୁହୂର୍ତ୍ତମାନଙ୍କୁ ପୁଣି ଥରେ ମନେପକେଇବା ।
ପ୍ରସ୍ତାବନା :
ପ୍ରତିଟି ମଣିଷ ସଂପର୍କ ଗଢ଼େ, କହିବାକୁ ଗଲେ ସେମାନଙ୍କ ପାଇଁ ହିଁ ସେ ବଞ୍ଚେ, ସ୍ବପ୍ନ ଦେଖେ । ଜୀବନ କାଳ ମଧ୍ୟରେ କେତେ ଯେ ସଂପର୍କର ଡୋରିରେ ସେ ନିଜକୁ ଆବଦ୍ଧ କରେ । ଯେଉଁମାନଙ୍କୁ ନେଇ ସେ ବଞ୍ଚିବାର ରାହା ପାଏ, ଜୀବନର ଲମ୍ବା ରାସ୍ତା ଚାଲିବାର ଇନ୍ଧନ ପାଇଥାଏ । ସେ ସଂପର୍କ ହୋଇପାରେ ମା'-ପୁଅର, ବାପ-ପୁଅର, ଭାଇ-ଭଉଣୀର, ସ୍ୱାମୀ-ସ୍ତ୍ରୀର ଏମିତି ଅନେକ କିଛି । ବେଳେବେଳେ ସେ ଜାଣି ନ ଥିବା ମଣିଷଟିଏ ବି ତା'ର ଅତି ନିଜର ହୋଇଯାଏ ।
ତେବେ ଆସନ୍ତୁ ଆମ ଜୀବନର ସେଇ ସଂପର୍କମାନଙ୍କୁ ନିଜ କବିତା ଆଉ କାହାଣୀରେ ଶବ୍ଦ କରି ଖଞ୍ଜିବା, ଚରିତ୍ର କରି ଚଳପ୍ରଚଳ କରିବା ।
ସର୍ତ୍ତାବଳୀ :
ପୁରସ୍କାର :
ଲେଖା ଗ୍ରହଣ ଅବଧି :
ଜୁଲାଇ ୦୧, ୨୦୨୧ ରୁ ଜୁଲାଇ ୩୧, ୨୦୨୧
ଫଳାଫଳ : ଅଗଷ୍ଟ ୩୧, ୨୦୨୧
କୃତଜ୍ଞତା :
ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'କବିର କବିତା ସାହିତ୍ୟ ସଂସଦ'ର ପ୍ରତିଷ୍ଠାତା ପ୍ରେମ୍ ଜଗତ, ମୁଖ୍ୟ ସମ୍ପାଦକ ବାସୁଦେବ ଜଗତ, ସହ-ସମ୍ପାଦକ ନରେନ୍ଦ୍ର କଶ୍ୟପ ଏବଂ ସଂଯୋଜକ ଅରୁନ୍ଧତୀ ଲେଙ୍କା, ପ୍ରଭାତୀ ପାତ୍ର, ଅନିତା ବିଶ୍ଵାଳ, ଶୁଭ୍ରାଂଶୁ ଭୂଷଣ ମେହେର, ସତ୍ୟ ରଞ୍ଜନ ମିଶ୍ର, ପ୍ରେମ୍ ଚାନ୍ଦ ଗୋପାଳ, ପ୍ରଣତି ପାତ୍ର, ଦିଲେଶ୍ଵରୀ ମେହେର ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ।
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608