STORYMIRROR

#ଇନ୍ଦ୍ରଧନୁ

SEE WINNERS

Share with friends

ଇନ୍ଦ୍ରଧନୁ ଈଶ୍ବରଙ୍କ ସୃଷ୍ଟିରେ ଅପୂର୍ବ । ଏହାର ବିଭିନ୍ନ ରଙ୍ଗ ବିଭିନ୍ନ ବିଷୟର ପ୍ରତୀକ ଭାବେ ମଧ୍ୟ ଆମ ସମାଜରେ ପ୍ରଚଳିତ । କହିବାର ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରଧନୁ ପରି ଜୀବନ ମଧ୍ୟ ବିବିଧ ବର୍ଣ୍ଣର । ତେବେ ଆମେ କ'ଣ ଜୀବନର ସେହି ବିବିଧ ବର୍ଣ୍ଣକୁ କେବେ ଅନୁଭବିଛେ ? କେବେ ନିଜ ଭିତରର ସେ ସମ୍ଭାବନାମାନଙ୍କୁ ଖୋଜିଛେ ! ମୋ ଅନୁମାନ ଯଦି ଠିକ୍ ହୁଏ ତେବେ ଆମେ ଏ ବିଷୟରେ କେବେ ଚିନ୍ତା ହିଁ କରିନେ । ଆମେ କେବଳ ସମୟର ପ୍ରବାହରେ ଭାସିଚାଲିଛେ । ଆଉ ଏ ଭାସମାନ ଅବସ୍ଥାରେ ହିଁ ଦିନେ ଆମେ ନିଜକୁ ହଜେଇଦେଇ ଆସିଛେ । 

ତେବେ ବନ୍ଧୁଗଣ ଏବେ ଖୋଜିବାର ସମୟ ଆସିଛି ! ଏଇ ତ ଅଷାଢର ଆରମ୍ଭ , ଝରି ବର୍ଷା - ଯାହା ହୃଦୟର ଅବେଗକୁ ଆହୁରି ବତୁରେଇ ଦିଏ । ତେବେ ସେ ବତୁରା ଭାବନକୁ ଅନ୍ୟମାନଙ୍କ ସହ ବାଣ୍ଟିବାରେ କ୍ଷତି କ'ଣ ! ଆସନ୍ତୁ ଆରମ୍ଭ କରିବା '#ଇନ୍ଦ୍ରଧନୁ' ସହ ।  

ସର୍ତ୍ତାବଳୀ :

  • ଆପଣ ନିଜ ଜୀବନର ଯେକୌଣସି ବିଷୟକୁ ନେଇ ଲେଖା ଦେଇପାରିବେ । 
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  • ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।