STORYMIRROR

#Poetry Writing Month

ବିଜେତାମାନଙ୍କୁ ଦେଖନ୍ତୁ

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ

ଷ୍ଟୋରିମିରରର ଆନୁକୂଲ୍ୟରେ ପ୍ରସ୍ତୁତ ମାସିକ କବିତା ଲିଖିନ ପ୍ରତିଯୋଗିତାକୁ ସ୍ୱାଗତ!

ଏପ୍ରିଲ୍ ହେଉଛି ସୃଜନଶୀଳତାର ଏକ ଅନନ୍ୟ ମାସ, ଏବଂ କବିତା ଲେଖିବାର ଅପୂର୍ବ ଆନନ୍ଦକୁ ଉପଭୋଗ କରି ଏହି ଉତ୍ସବ ପାଳନ କରିବା ଠାରୁ ଆଉ କ’ଣ ଭଲ ଉପାୟ ଅଛି କି ? ଆପଣ ଜଣେ ବିଜ୍ଞ, ଅଭିଜ୍ଞ କବି ହୁଅନ୍ତୁ କିମ୍ବା ଶବ୍ଦ ମଞ୍ଚରେ ନୂତନ କଳାକାରଟିଏ ହୁଅନ୍ତୁ, ଏ ମଞ୍ଚ ପ୍ରବୀଣ, ନବୀନ ସମସ୍ତଙ୍କ ପାଇଁ ଏକ ଆଧାରଶୀଳା ଏକ ନୂତନ ଯଜ୍ଞଶାଳା, ଏ ପ୍ରତିଯୋଗିତା ସମସ୍ତ ଶବ୍ଦାକାରଙ୍କ ପାଇଁ ପ୍ରସ୍ତୁତ, ଯେଉଁମାନେ ଭାଷାର ସୌନ୍ଦର୍ଯ୍ୟ ଅନୁସନ୍ଧାନ କରିବାକୁ ଏବଂ କବିତା ମାଧ୍ୟମରେ ସେମାନଙ୍କର ଅନ୍ତର୍ନିହିତ ଚିନ୍ତାଧାରା ଏବଂ ଭାବନାକୁ ପ୍ରକାଶ କରିବାକୁ ଆଗ୍ରହୀ ଅଟନ୍ତି ।

ଏପ୍ରିଲ୍ ମାସ ସାରା,  ଆମେ ଆପଣଙ୍କ କବିତା ପ୍ରବୃତ୍ତିକୁ ଉନ୍ମୋଚନ କରିବାକୁ ଏବଂ ପ୍ରତିଦିନ ଏକ କବିତା ସୃଷ୍ଟି କରିବାକୁ ଆମନ୍ତ୍ରିତ କରୁଛୁ। ଏହା ଏକ ସନେଟ୍, ହାଇକୁ, ମୁକ୍ତ ଛନ୍ଦ, କିମ୍ବା କବିତାର ଯେ କୌଣସି ରୂପ ହୋଇପାରେ। ଯାହା ଆପଣଙ୍କ କଳ୍ପନାକୁ ବିସ୍ତୃତ  ଏବଂ କଲମକୁ ଶାଣିତ କରି କାଗଜ ପୃଷ୍ଠାରେ ମନ୍ତ୍ରମୁଗ୍ଧ ହୋଇ ସ୍ପନ୍ଦିତ ହେବ। ଏହି ପ୍ରତିଯୋଗିତାର ପ୍ରତିଭାଗୀ ହୋଇ ନିଜ ଲେଖା ମାଧ୍ୟମରେ ଅନ୍ୟକୁ ଆକର୍ଷିତ କରିବା, ପ୍ରେରଣା ଦେବା ଏବଂ ଅନ୍ୟକୁ ଲେଖିବା ପାଇଁଣ ଜାଗ୍ରତ କରିବା ଶବ୍ଦର ଶକ୍ତି ଆପଣଙ୍କ ଠାରେ ବିଦ୍ୟମାନ । ତେବେ ଏହାକୁ ଗ୍ରହଣ କରି, ଶବ୍ଦକୁ ସଜାଇ ଆରମ୍ଭ କରନ୍ତୁ ଆପଣଙ୍କ ଶବ୍ଦର ସାରସ୍ୱତ ଯାତ୍ରା।

ତେଣୁ, ନିଜର କିବୋର୍ଡ୍‌କୁ ଏଯାତ୍ରାରେ ସାଥୀ କରି କବିତାର ଚିତ୍ତାକର୍ଷକ ଦୁନିଆରେ ନିଜକୁ ଭାବାଭିଭୂତ କରିଦିଅ।ନିଦର ଶବ୍ଦ ସବୁ ଚିରସ୍ରୋତା ଜାହ୍ନବୀ ପରି ପ୍ରବାହିତ ହେଉ, ଶବ୍ଦକୁ ରୂପାନ୍ତର କରି ନୂଆ ରୂପ ଦିଅନ୍ତି, ଏବଂ ନିଜର ଅସୁମାରି ଭାବନାକୁ ପୃଷ୍ଠାରେ ଲେଖିଦିଅ। ଆମର ଏ କବିତା ଲିଖନ ମାସ ପ୍ରତିଯୋଗିତାରେ କବିତାର ଯାଦୁକୁ ଗ୍ରହଣ, ଧାରଣ, ଆନୟନ କରି ଲେଖିବା ଆରମ୍ଭ କରନ୍ତୁ!

ନିୟମ:

  • ଆପଣ ଯେକୌଣସି ଥିମ୍ ଉପରେ ଲେଖିପାରିବେ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ ।
  • ଦାଖଲ ହେବାକୁ ଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ।
  • କୌଣସି ଶବ୍ଦ ସୀମା ନାହିଁ।
  • କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।
  •  ବିଭାଗ: କବିତା

ଭାଷା:

ଏହି ଭାଷାଗୁଡ଼ିକର ଯେକୌଣସି ଏକ କିମ୍ବା ଏକାଧିକରେ - ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳାରେ ବିଷୟବସ୍ତୁ ଦାଖଲ କରାଯାଇପାରିବ।

ପୁରସ୍କାର:

  • ଷ୍ଟୋରିମିରର୍ ଦ୍ୱାରା ଟପ୍ ୩୦ ଏକ ଇବୁକ୍ ରେ ପ୍ରକାଶିତ ହେବ ।
  • ପ୍ରତିଦିନ କବିତା ଦାଖଲ କରୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ୧୪୯ ଟଙ୍କା ମୂଲ୍ୟର ଏକ ଷ୍ଟୋରିମିରର ରିହାତି ଭାଉଚର ପ୍ରଦାନ କରାଯିବ।
  • ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରାପ୍ତ କରିବେ ।

ଦାଖଲ  ଅବଧି - ମାର୍ଚ୍ଚ ୧୨, ୨୦୨୩, ମଇ ୧୫, ୨୦୨୩ ପର୍ଯ୍ୟନ୍ତ।

ଫଳାଫଳ: ଜୁନ୍ ୧୫, ୨୦୨୩

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287 / 022-49243888