STORYMIRROR

#ପ୍ରେମର ଅନେକ ରଙ୍ଗ

SEE WINNERS

Share with friends

ଉପକ୍ରମ

 

ପ୍ରେମ ଚିରନ୍ତନ । ତଥାପି ପ୍ରେମ ଭିତରେ ଅନେକ କିଛି ବାଧା ବନ୍ଧନ ଆସେ ।  କେବେ ଦୁଃଖର ଝାଞ୍ଜି ମାଡ଼ରେ ଜୀବନ ଯନ୍ତ୍ରଣା ଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ପ୍ରାଣ ହୁଏ ପୁଲକିତ ।

 

ଯେହେତୁ ଫେବୃଆରୀ ମାସ ପ୍ରେମର ମାସ । ସେଇ ଦୃଷ୍ଟିରୁ ଆମେ ଏକ ଅଭିନବ ପ୍ରତିଯୋଗିତାର ଆହ୍ୱାନ କରୁଛୁ । ଯେଉଁଠି ଆପଣ ମାନେ ପ୍ରେମର ଅନେକ ରଙ୍ଗକୁ ନିଜର ଗଳ୍ପ, କବିତା ଓ କୋଟ୍ ର ମୁରୁଜ ଆଙ୍କି ପାରିବେ ।

 

ତେବେ ଏଇଠି ଆମେ କହିରଖୁଛୁ ଯେ, କବିତା, ବନିତା, ଲତା ବିନା ଆଶ୍ରୟେ ନ ବର୍ତ୍ତିତା ନ୍ୟାୟରେ ସାହିତ୍ୟ କ୍ଷେତ୍ରରେ ମଧ୍ୟ କୋଉଠି ନା କୋଉଠି ପ୍ରେରଣାର ଆବଶ୍ୟକତା ରହିଛି । ସେହି ଉଦ୍ଧେଶ୍ୟ ଚରିତାର୍ଥ ନିମନ୍ତେ ଷ୍ଟୋରିମିରର୍ ସର୍ବଦା ନିଜର ପ୍ରୟାସ ଜାରି ରଖିଛି ।

 

ସେହିପରି ଏହି ଅଭିନବ ପ୍ରତିଯୋଗିତାର ଉଦ୍ଦେଶ୍ୟ ମଧ୍ୟ ଓଡ଼ିଆ ସାହିତ୍ୟର ସେହି ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ସହ ସାହିତ୍ୟ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହିତ କରିବା । ଆହୁରି ମଧ୍ୟ ସୂଚନା ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଆମେ ବିଭିନ୍ନ ସାମାଜିକ ଗଣମାଧ୍ୟମ ସଂଘ ମାନଙ୍କୁ ଏକ ସାମୁହିକ ପ୍ରତିଯୋଗିତା ନିମନ୍ତେ ସମ୍ମତି ଆହ୍ୱାନ କରିଥିଲୁ । ଯାହାର ଫଳସ୍ୱରୂପ -

  

  • ବିଚାର କ୍ରାନ୍ତି ସାହିତ୍ୟ ଅଭିଯାନ
  • ଯୁବ ଲେଖକ ପରିଷଦ ଓଡ଼ିଶା
  • ବାଗ୍ଦେବୀ ସାହିତ୍ୟ ସଂଗଠନ
  • ତ୍ରିଧାରା ସାହିତ୍ୟ ସଂସଦ
  • ତମବାଟ ରହିଛି ଚାହିଁ
  • ସାହିତ୍ୟ କବି ବନ୍ଧୁ ପରିବାର
  • କବି କବିତା
  • ବ୍ରହ୍ମପୁର ସାହିତ୍ୟ ପରିଷଦ
  • ଅଳ୍ପ ଗଳ୍ପ
  • ଫଟୋ ବି ଅନେକ କଥା କୁହେ

   

ସମୁଦାୟ ୧୦ଟି ସଙ୍ଗଠନ ଆମକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ସେଇ ମାନଙ୍କୁ ନେଇ ଆମେ ଏହି ଅଭିନବ ପ୍ରତିଯୋଗିତାର ପରିକଳ୍ପନା କରିଅଛୁ ।

 

ତେବେ ଆସନ୍ତୁ ଅଂଶଗ୍ରହଣ କରିବା ଏବଂ ପୁଣିଥରେ ନିଜକୁ ସୃଜନ ମନସ୍କ କରିବା ।

 

 

ନିୟମ

 

୧ ) ଏହି ମାସବ୍ୟାପି ପ୍ରତିଯୋଗିତାରେ ସମୁଦାୟ ୪ଟି ପର୍ଯ୍ୟାୟ ରହିଛି ।

ପ୍ରଥମ ସପ୍ତାହ ( ୦୧ ରୁ ୦୭ ପର୍ଯ୍ୟନ୍ତ ) - ପ୍ରଥମ ପ୍ରେମର ରଙ୍ଗ

ଦ୍ଵିତୀୟ ସପ୍ତାହ ( ୦୮ ରୁ ୧୪ ପର୍ଯ୍ୟନ୍ତ ) - ଶାଶ୍ୱତ ପ୍ରେମର ରଙ୍ଗ

ତୃତୀୟ ସପ୍ତାହ (୧୫ ରୁ ୨୧ ପର୍ଯ୍ୟନ୍ତ ) - ପ୍ରତାରଣାର ରଙ୍ଗ

ଚତୁର୍ଥ ସପ୍ତାହ ( ୨୨ ରୁ ୨୮ ପର୍ଯ୍ୟନ୍ତ ) - ତ୍ୟାଗର ରଙ୍ଗ

୨ ) ଉପର ପ୍ରଦତ୍ତ ଚାରୋଟି ଥିମ୍ କୁ ନେଇ ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଲେଖା ଦାଖଲ କରିପାରିବେ ।

୩ ) ଲେଖାଟି ଥିମ୍ ଉପରେ ପର୍ଯ୍ୟବେସିତ ହେବା ନିତାନ୍ତ ଆବଶ୍ୟକ ।

୪ ) ପ୍ରତି ଥିମ୍ ନିମନ୍ତେ ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।

୫ ) ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

୬ ) କାହାଣୀ / କବିତା / କୋଟ୍ ଆଦି ପ୍ରତିଯୋଗିତା ଲିଙ୍କ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।

୭ ) ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା / କୋଟ୍ ଦାଖଲ କରିବା ଗ୍ରହଣୀୟ ହେବ ।

୮ ) କାହାଣୀ / କବିତା / କୋଟ୍ ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

୯ ) https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

୧୦ ) ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

୧୧ ) ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।

 

 

ପୁରସ୍କାର -

 

୧ ) ସର୍ତ୍ତାବଳୀ ଅନୁସାରେ ପ୍ରତି ଥିମ୍ ଉପରେ ଅଧିକ ସଂଖ୍ୟକ ଲେଖା ଦାଖଲ କରିଥିବା ସହ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ଦୃଷ୍ଟିରେ ରଖି ୫ ଜଣ ପ୍ରତିଭାଙ୍କୁ ବିଜୟୀ ଘୋଷଣା କରାଯିବ ।

୨ ) ବିଜୟୀ ଘୋଷଣା କରିବା ସମୟରେ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯିବ ।

୩ ) ବିଜୟୀଙ୍କୁ ମାନପତ୍ର ସହ INR 250/- ର ଷ୍ଟୋରିମିରର୍ ସପ୍ ଭାଉଚର ପ୍ରଦାନ କରାଯିବ ।

୪ ) ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।