STORYMIRROR

#କଲମର ସ୍ୱର

SEE WINNERS

Share with friends

କଲମର ସ୍ୱର ସବୁବେଳେ ସମାଜର ସ୍ୱର ହୋଇ ସମାଜରେ ପରିବର୍ତ୍ତନର କ୍ଷେତ୍ର ପ୍ରସ୍ତୁତ କରିଆସିଛି । ଏ ସ୍ୱର କେତେବେଳେ ଶାନ୍ତି, କେତେବେଳେ ବିଦ୍ରୋହ ଆଉ କେତେବେଳେ ମଣିଷର ଅନ୍ଧପୁଟୁଳି ଖୋଲି ଆଲୋକର ରଶ୍ମିରେ ଉଦ୍ଭାସିତ କରିଛି ସମଗ୍ର ସମାଜକୁ ।

ବର୍ତ୍ତମାନ ସମୟ ଆସିଛି ସେ ସ୍ୱରକୁ ଆଉଥରେ ସାମ୍ନାକୁ ଆଣିବାର ! ଷ୍ଟୋରୀମିରର୍ ସର୍ଜନଯାତ୍ରା କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ସାହିତ୍ୟର ଏ ଜନଯାତ୍ରା ମାଧ୍ୟମରେ ଆସନ୍ତୁ ଏହି ସ୍ୱରକୁ ଆହୁରି ଉଜ୍ଜୀବିତ କରିବା । 'କଲମର ସ୍ୱର' ପ୍ରତିଯୋଗିତା ମାଧ୍ୟମରେ ନିଜ ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ଗୌରବକୁ ସମସ୍ତଙ୍କ ସାମ୍ନାକୁ ଆଣିବା । କିଛି ନୂଆ ଲେଖିବା !

ପ୍ରସ୍ଥାବନା :

ଏହି ପ୍ରତିଯୋଗିତା ସମୁଦାୟ ୨୦ ଦିନ ଧରି ଚାଲୁରହିବ । ଏହି କୋଡ଼ିଏ ଦିନ ମଧ୍ୟରେ ଆପଣଙ୍କୁ ନିମ୍ନ ଶବ୍ଦକୁ ନେଇ ନିଜର ଲେଖା ପ୍ରସ୍ତୁତ କରିବାକୁ ହେବ ।

ଭାବ / ଭକ୍ତି      

ଅନୁଚିନ୍ତା     

ଦେଶପ୍ରେମ     

ପରିବେଶ ସଚେତନତା     

ଜୀବନର ଅନୁଭବ / ଅନୁଭୂତି

ଶୀତ ସମ୍ଭାର              

ଆଈ ମାଁ କାହାଣୀ              

ତମେ ଆଉ ମୁଁ              

ଅକୁହା କଥା               

ଧରଣୀ ରାଣୀ     

ସର୍ତ୍ତାବଳୀ :

  • କେବଳ ଅନୁଗୋଳ ଜିଲ୍ଲାର ଲେଖକ ଲେଖିକା ହିଁ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।
  • ଲେଖା ଦିଆଯାଇଥିବା ବିଷୟ ଆଧାରିତ ହେବା ଉଚିତ ।
  • କେବଳ କବିତା (୧୫୦ରୁ ଊର୍ଦ୍ଧ୍ଵ ଶବ୍ଦ) ଓ କାହାଣୀ ( ୨୫୦ରୁ ଊର୍ଦ୍ଧ୍ଵ ଶବ୍ଦ) ହିଁ ଗ୍ରହଣୀୟ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ୟାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • ଏହି ପ୍ରତିଯୋଗିତାରେ ଦାଖଲ ହୋଇଥିବା ସମସ୍ତ ଲେଖାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶ କରାଯିବ ।
  • ଉଭୟ ବିଭାଗର ଶ୍ରେଷ୍ଠ ପାଞ୍ଚ ଲେଖାକୁ ମାନପତ୍ର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଭାଷା : ଓଡ଼ିଆ

ବିଭାଗ : କାହାଣୀ ଓ କବିତା

ସମୟସୀମା :

ଅକ୍ଟୋବର ୨୧ ରୁ ନଭେମ୍ବର ୧୦, ୨୦୨୧

ଫଳାଫଳ : ନଭେମ୍ବର ୨୦, ୨୦୨୧

କୃତଜ୍ଞତା : ଏହି ପ୍ରତିଯୋଗିତାରେ ମୁଖ୍ୟତଃ ଅନୁଗୋଳ ଜିଲ୍ଲା ସମ୍ପାଦିକା ବି.ନିରୁପମା ଓ ସମ୍ପାଦକ ଚତୁର୍ଭୁଜ ସାହୁ ବିଶେଷ ସାହାଯ୍ୟ କରିଛନ୍ତି । ତେଣୁ ତାଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608