କଲମର ସ୍ୱର ସବୁବେଳେ ସମାଜର ସ୍ୱର ହୋଇ ସମାଜରେ ପରିବର୍ତ୍ତନର କ୍ଷେତ୍ର ପ୍ରସ୍ତୁତ କରିଆସିଛି । ଏ ସ୍ୱର କେତେବେଳେ ଶାନ୍ତି, କେତେବେଳେ ବିଦ୍ରୋହ ଆଉ କେତେବେଳେ ମଣିଷର ଅନ୍ଧପୁଟୁଳି ଖୋଲି ଆଲୋକର ରଶ୍ମିରେ ଉଦ୍ଭାସିତ କରିଛି ସମଗ୍ର ସମାଜକୁ ।
ବର୍ତ୍ତମାନ ସମୟ ଆସିଛି ସେ ସ୍ୱରକୁ ଆଉଥରେ ସାମ୍ନାକୁ ଆଣିବାର ! ଷ୍ଟୋରୀମିରର୍ ସର୍ଜନଯାତ୍ରା କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ସାହିତ୍ୟର ଏ ଜନଯାତ୍ରା ମାଧ୍ୟମରେ ଆସନ୍ତୁ ଏହି ସ୍ୱରକୁ ଆହୁରି ଉଜ୍ଜୀବିତ କରିବା । 'କଲମର ସ୍ୱର' ପ୍ରତିଯୋଗିତା ମାଧ୍ୟମରେ ନିଜ ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ଗୌରବକୁ ସମସ୍ତଙ୍କ ସାମ୍ନାକୁ ଆଣିବା । କିଛି ନୂଆ ଲେଖିବା !
ପ୍ରସ୍ଥାବନା :
ଏହି ପ୍ରତିଯୋଗିତା ସମୁଦାୟ ୨୦ ଦିନ ଧରି ଚାଲୁରହିବ । ଏହି କୋଡ଼ିଏ ଦିନ ମଧ୍ୟରେ ଆପଣଙ୍କୁ ନିମ୍ନ ଶବ୍ଦକୁ ନେଇ ନିଜର ଲେଖା ପ୍ରସ୍ତୁତ କରିବାକୁ ହେବ ।
ଭାବ / ଭକ୍ତି
ଅନୁଚିନ୍ତା
ଦେଶପ୍ରେମ
ପରିବେଶ ସଚେତନତା
ଜୀବନର ଅନୁଭବ / ଅନୁଭୂତି
ଶୀତ ସମ୍ଭାର
ଆଈ ମାଁ କାହାଣୀ
ତମେ ଆଉ ମୁଁ
ଅକୁହା କଥା
ଧରଣୀ ରାଣୀ
ସର୍ତ୍ତାବଳୀ :
ପୁରସ୍କାର :
ଭାଷା : ଓଡ଼ିଆ
ବିଭାଗ : କାହାଣୀ ଓ କବିତା
ସମୟସୀମା :
ଅକ୍ଟୋବର ୨୧ ରୁ ନଭେମ୍ବର ୧୦, ୨୦୨୧
ଫଳାଫଳ : ନଭେମ୍ବର ୨୦, ୨୦୨୧
କୃତଜ୍ଞତା : ଏହି ପ୍ରତିଯୋଗିତାରେ ମୁଖ୍ୟତଃ ଅନୁଗୋଳ ଜିଲ୍ଲା ସମ୍ପାଦିକା ବି.ନିରୁପମା ଓ ସମ୍ପାଦକ ଚତୁର୍ଭୁଜ ସାହୁ ବିଶେଷ ସାହାଯ୍ୟ କରିଛନ୍ତି । ତେଣୁ ତାଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ କୃତଜ୍ଞତା ଜଣାଉଛୁ ।
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608