STORYMIRROR

#ସ୍ମୃତି ଅନୁଭୂତି

SEE WINNERS

Share with friends

ସ୍ମୃତି ସବୁବେଳେ ଚିର ସବୁଜ । ସେ ସବୁଜ ବନାନୀର ପର୍ଣ୍ଣ କେବେ ଶୁଖେ ନି, କି ଗଛରୁ ଝଡେନି । ଗଛଟି ଯେତିକି ବୟସ୍କ ହୁଏ ସେ ଅନୁଭୂତି ଆଉ ସ୍ମୃତିର ବୋଝରେ ସେତିକି ବାଙ୍ଗରା ହୁଏ, ନଇ ପଡ଼େ । ତା'ର ନଇବା ସ୍ଵାଭାବିକ ନୁହଁ; କିନ୍ତୁ ଅସ୍ଵାଭାବିକ ମଧ୍ୟ ନୁହେଁ । କିଛି ଅଭୁଲା ମୂହୁର୍ତ୍ତ ହିଁ ବୟସ୍କ ହେଉଥିବା ଶରୀର-ମନ-ହୃଦୟର ସଙ୍ଗାତ ହୋଇଯାନ୍ତି ବଦଳୁଥିବା ସମୟ ସହ । ସେସବୁର ପରିପ୍ରକାଶ ପାଇଁ ଆଜି ସମୟ କାହାପାଖରେ ଯେ ! ଆଉ ଶୁଣିବା ପାଇଁ ଧୈର୍ଯ୍ୟ କାହାଠିଁ ! ତେବେ ବନ୍ଧୁଗଣ ସୁଯୋଗଟିଏ ଅଛି । ଷ୍ଟୋରିମିର୍ ମାଧ୍ୟମରେ ଆସନ୍ତୁ ନିଜ ସ୍ମୃତି ଓ ଅନୁଭୂତିକୁ କାଳାତୀତ କରିବା । ସମସ୍ତଙ୍କ ପାଖରେ ପହଞ୍ଚେଇବା । ନିଜକୁ ପ୍ରକାଶ କରିବା #ସ୍ମୃତି ଅନୁଭୂତି ମାଧ୍ୟମରେ । 

ଆପଣଙ୍କ ସ୍ରଷ୍ଟାମାନସକୁ ଖୋରାକ ଯୋଗେଇବା ପାଇଁ କିଛି ବିଷୟ ପ୍ରଦାନ କରାଗଲା । ଯଦିଓ ଆପଣମାନେ ଏହାକୁ ବ୍ୟବହାର କରିବା ପାଇଁ ବାଧ୍ୟ ନୁହନ୍ତି । ଆପଣ ନିଜସ୍ୱ ଅନୁଭୂତି ନିଜ ଢଙ୍ଗରେ ଉପସ୍ଥାପନ କରିପାରିବେ । 

ସର୍ତ୍ତାବଳୀ :

  • ପର ପୃଷ୍ଠାରେ ପ୍ରଦତ୍ତ ବିଷୟକୁ ନେଇ ଅଥବା ନିଜସ୍ବ ଶୈଳୀରେ କବିତା ଓ ଗଳ୍ପ ରଚନା କରାଯାଇ ପାରିବ ।
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  • ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।