ସ୍ମୃତି ସବୁବେଳେ ଚିର ସବୁଜ । ସେ ସବୁଜ ବନାନୀର ପର୍ଣ୍ଣ କେବେ ଶୁଖେ ନି, କି ଗଛରୁ ଝଡେନି । ଗଛଟି ଯେତିକି ବୟସ୍କ ହୁଏ ସେ ଅନୁଭୂତି ଆଉ ସ୍ମୃତିର ବୋଝରେ ସେତିକି ବାଙ୍ଗରା ହୁଏ, ନଇ ପଡ଼େ । ତା'ର ନଇବା ସ୍ଵାଭାବିକ ନୁହଁ; କିନ୍ତୁ ଅସ୍ଵାଭାବିକ ମଧ୍ୟ ନୁହେଁ । କିଛି ଅଭୁଲା ମୂହୁର୍ତ୍ତ ହିଁ ବୟସ୍କ ହେଉଥିବା ଶରୀର-ମନ-ହୃଦୟର ସଙ୍ଗାତ ହୋଇଯାନ୍ତି ବଦଳୁଥିବା ସମୟ ସହ । ସେସବୁର ପରିପ୍ରକାଶ ପାଇଁ ଆଜି ସମୟ କାହାପାଖରେ ଯେ ! ଆଉ ଶୁଣିବା ପାଇଁ ଧୈର୍ଯ୍ୟ କାହାଠିଁ ! ତେବେ ବନ୍ଧୁଗଣ ସୁଯୋଗଟିଏ ଅଛି । ଷ୍ଟୋରିମିର୍ ମାଧ୍ୟମରେ ଆସନ୍ତୁ ନିଜ ସ୍ମୃତି ଓ ଅନୁଭୂତିକୁ କାଳାତୀତ କରିବା । ସମସ୍ତଙ୍କ ପାଖରେ ପହଞ୍ଚେଇବା । ନିଜକୁ ପ୍ରକାଶ କରିବା #ସ୍ମୃତି ଅନୁଭୂତି ମାଧ୍ୟମରେ ।
ଆପଣଙ୍କ ସ୍ରଷ୍ଟାମାନସକୁ ଖୋରାକ ଯୋଗେଇବା ପାଇଁ କିଛି ବିଷୟ ପ୍ରଦାନ କରାଗଲା । ଯଦିଓ ଆପଣମାନେ ଏହାକୁ ବ୍ୟବହାର କରିବା ପାଇଁ ବାଧ୍ୟ ନୁହନ୍ତି । ଆପଣ ନିଜସ୍ୱ ଅନୁଭୂତି ନିଜ ଢଙ୍ଗରେ ଉପସ୍ଥାପନ କରିପାରିବେ ।
ସର୍ତ୍ତାବଳୀ :