STORYMIRROR

#କିଛି ଅକୁହା

SEE WINNERS

Share with friends

ଜୀବନ ଏକ ଲମ୍ବା ଯାତ୍ରା । ଏନ୍ତୁଡ଼ିଶାଳଠୁ ଆରମ୍ଭ କରି ମୃତ୍ୟୁର ଶେଷ ଚିତାରେ ଶୋଇବା ଯାଏଁ ମଣିଷ ହୃଦୟରେ ଅନେକ କିଛି ଅନୁଭୂତି ଆଉ ସ୍ମୃତି ସାଇତି ହୋଇ ରହିଥାଏ । ଜୀବନର ପ୍ରତିଟି ମୁହୂର୍ତ୍ତରେ ମଣିଷ ଦୁନିଆଠୁ କିଛି ନା କିଛି ଅନୁଭବ ଓ ଅନୁଭୂତି ଲାଭ କରେ । ସମୟ ପରିସ୍ଥିତି ଦେଖି କିଛି ସ୍ମୃତି ଆଉ ଅନୁଭୂତିକୁ ଅନ୍ୟ ଆଗରେ ବାଣ୍ଟେ, କିନ୍ତୁ ତଥାପି କିଛି ଅକୁହା ହୋଇ ରହିଯାଏ ଜୀବନର ଶେଷ ଯାଏଁ । ତେବେ କବି ଅବା ଗାଳ୍ପିକଟିଏ ପ୍ରକାରାନ୍ତରେ ନିଜ ହୃଦୟର କଥାକୁ ହିଁ କବିତା ଆଉ ଗଳ୍ପରେ ରୂପ ଦିଅନ୍ତି । ସେଥି ମଧ୍ୟରେ ଯଦିଓ କିଛି କଳ୍ପନା ମିଶି ରହେ ତଥାପି ତା' ଭିତରେ ଥାଏ ଏକ ପୂର୍ଣ୍ଣାଙ୍ଗ ଜୀବନର ପରିପ୍ରକାଶ ।

ତେଣୁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା, ଯେଉଁଠି ହୃଦୟର ସେହି ଅକୁହା କଥାକୁ କବିତା ଓ ଗଳ୍ପ ରୂପରେ ପରିପ୍ରକାଶ କରାଯାଇ ପାରିବ । ବିତେଇ ଦେଇଥିବା ଜୀବନର ସେଇ ଅଭୁଲା ସମୟ ସବୁକୁ ପୁଣିଥରେ ମନେପକେଇବା ପାଇଁ ସମସ୍ତଙ୍କ ପାଇଁ ଏହା ଏକ ନିଆରା ପ୍ରୟାସ ହେବ ବୋଲି ଆମ ବିଶ୍ବାସ । ଅନ୍ତତଃ ଜୀବନର କିଛି କଥା ଆଉ ଅକୁହା ହୋଇ ରହିବନି, କି କିଛି ନକହି ପାରିବାର ବୋଝରେ ହୃଦୟ ଆଉ ଭାରକ୍ରାନ୍ତ ହେବ ନାହିଁ।

ପ୍ରସ୍ତାବନା :

ଜୀବନ ଏକ ରହସ୍ୟମୟ ଯାତ୍ରା । ଯେଉଁ ଯାତ୍ରାରେ ମଣିଷକୁ ଯଦିଓ ଏକା ଚାଲିବାକୁ ହୁଏ, ତା ବାହାରେ ମଧ୍ୟ ଆମ ଚାରିପଟେ ସମାଜ, ସମ୍ପର୍କ ପରି ଅନେକ ଉପାଦାନ ଅଛନ୍ତି ଯାହା ଆମ ଚଲାପଥ ଉପରେ ନିଜର ପ୍ରଭାବ ପକାଇଥାନ୍ତି । ତେବେ ସେହି ସ୍ମରଣୀୟ ଯାତ୍ରା ପଥର ଅନୁଭବ ଓ ଅନୁଭୂତି ସବୁକୁ ମଣିଷ ଅନେକ ସମୟରେ କାହା ଆଗରେ କହିପାରେନା । ଏହାର ଅନେକ କିଛି କାରଣ ଥାଇପାରେ, ଯେମିତି ସେ କହିବାକୁ ଚାହୁଁଥିବ କିନ୍ତୁ ଶୁଣିବାକୁ ଲୋକ ନଥିବ ଅଥବା ସେ କହିବାକୁ ଚାହୁଁ ନଥିବେ, କିମ୍ବା କହିବାର ମାଧ୍ୟମ ନଥିବ । ତେବେ ଏହି ସବୁ କାରଣ ହୁଏତ ଏବେ ଆପଣଙ୍କୁ ଆଉ ବାଧା ଦେବେନାହିଁ । ଜଣେ ସ୍ରଷ୍ଟା ଭାବେ ଏ ଆହ୍ବାନ ଆପଣ ସମସ୍ତଙ୍କୁ ।

 ତେବେ ଆସନ୍ତୁ ଆମ ଜୀବନର ସେଇ ଅକୁହା କଥା ସବୁକୁ ନିଜ କବିତା ଆଉ କାହାଣୀରେ ଶବ୍ଦ କରି ଖଞ୍ଜିବା, ପରିକଳ୍ପିତ ଚରିତ୍ରର ରୂପଦେଇ ଚଳପ୍ରଚଳ କରିବା ।

ସର୍ତ୍ତାବଳୀ :

  • କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
  • ଜୀବନର ଘଟଣା କିମ୍ବା ଅନୁଭୂତି ସମ୍ବନ୍ଧୀୟ ଯେକୌଣସି ପ୍ରକାର ଲେଖା ଆପଣ ପ୍ରସ୍ତୁତ କରିପାରିବେ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • ଶ୍ରେଷ୍ଠ ୩ କବିତା ଓ କାହାଣୀକୁ INR 200ଟଙ୍କାର ଷ୍ଟୋରିମିରର୍ ସପ୍ ଭାଉଚର୍ ପ୍ରଦାନ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ଶ୍ରେଷ୍ଠ ୩ ସମେତ ଅନ୍ୟାନ୍ୟ ଶ୍ରେଷ୍ଠ ୧୦ କବିତା ଓ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶ କରାଯିବା ସହ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ଅଗଷ୍ଟ ୦୭, ୨୦୨୧ ରୁ ସେପ୍ଟେମ୍ବର ୦ ୭, ୨୦୨୧

ଫଳାଫଳ : ସେପ୍ଟେମ୍ବର ୩୦, ୨୦୨୧

ଭାଷା : ଓଡ଼ିଆ ଓ ସମ୍ବଲପୁରୀ

ବିଭାଗ : କବିତା ଓ କାହାଣୀ

କୃତଜ୍ଞତା :

ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ସମ୍ବଲପୁରି କଳା, ସଂସ୍କୃତି ସଂଘ'ର ପ୍ରତିଷ୍ଠାତା ଟୋନିସ୍ ରୋହିଦାସ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608