ଜୀବନ ଏକ ଲମ୍ବା ଯାତ୍ରା । ଏନ୍ତୁଡ଼ିଶାଳଠୁ ଆରମ୍ଭ କରି ମୃତ୍ୟୁର ଶେଷ ଚିତାରେ ଶୋଇବା ଯାଏଁ ମଣିଷ ହୃଦୟରେ ଅନେକ କିଛି ଅନୁଭୂତି ଆଉ ସ୍ମୃତି ସାଇତି ହୋଇ ରହିଥାଏ । ଜୀବନର ପ୍ରତିଟି ମୁହୂର୍ତ୍ତରେ ମଣିଷ ଦୁନିଆଠୁ କିଛି ନା କିଛି ଅନୁଭବ ଓ ଅନୁଭୂତି ଲାଭ କରେ । ସମୟ ପରିସ୍ଥିତି ଦେଖି କିଛି ସ୍ମୃତି ଆଉ ଅନୁଭୂତିକୁ ଅନ୍ୟ ଆଗରେ ବାଣ୍ଟେ, କିନ୍ତୁ ତଥାପି କିଛି ଅକୁହା ହୋଇ ରହିଯାଏ ଜୀବନର ଶେଷ ଯାଏଁ । ତେବେ କବି ଅବା ଗାଳ୍ପିକଟିଏ ପ୍ରକାରାନ୍ତରେ ନିଜ ହୃଦୟର କଥାକୁ ହିଁ କବିତା ଆଉ ଗଳ୍ପରେ ରୂପ ଦିଅନ୍ତି । ସେଥି ମଧ୍ୟରେ ଯଦିଓ କିଛି କଳ୍ପନା ମିଶି ରହେ ତଥାପି ତା' ଭିତରେ ଥାଏ ଏକ ପୂର୍ଣ୍ଣାଙ୍ଗ ଜୀବନର ପରିପ୍ରକାଶ ।
ତେଣୁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା, ଯେଉଁଠି ହୃଦୟର ସେହି ଅକୁହା କଥାକୁ କବିତା ଓ ଗଳ୍ପ ରୂପରେ ପରିପ୍ରକାଶ କରାଯାଇ ପାରିବ । ବିତେଇ ଦେଇଥିବା ଜୀବନର ସେଇ ଅଭୁଲା ସମୟ ସବୁକୁ ପୁଣିଥରେ ମନେପକେଇବା ପାଇଁ ସମସ୍ତଙ୍କ ପାଇଁ ଏହା ଏକ ନିଆରା ପ୍ରୟାସ ହେବ ବୋଲି ଆମ ବିଶ୍ବାସ । ଅନ୍ତତଃ ଜୀବନର କିଛି କଥା ଆଉ ଅକୁହା ହୋଇ ରହିବନି, କି କିଛି ନକହି ପାରିବାର ବୋଝରେ ହୃଦୟ ଆଉ ଭାରକ୍ରାନ୍ତ ହେବ ନାହିଁ।
ପ୍ରସ୍ତାବନା :
ଜୀବନ ଏକ ରହସ୍ୟମୟ ଯାତ୍ରା । ଯେଉଁ ଯାତ୍ରାରେ ମଣିଷକୁ ଯଦିଓ ଏକା ଚାଲିବାକୁ ହୁଏ, ତା ବାହାରେ ମଧ୍ୟ ଆମ ଚାରିପଟେ ସମାଜ, ସମ୍ପର୍କ ପରି ଅନେକ ଉପାଦାନ ଅଛନ୍ତି ଯାହା ଆମ ଚଲାପଥ ଉପରେ ନିଜର ପ୍ରଭାବ ପକାଇଥାନ୍ତି । ତେବେ ସେହି ସ୍ମରଣୀୟ ଯାତ୍ରା ପଥର ଅନୁଭବ ଓ ଅନୁଭୂତି ସବୁକୁ ମଣିଷ ଅନେକ ସମୟରେ କାହା ଆଗରେ କହିପାରେନା । ଏହାର ଅନେକ କିଛି କାରଣ ଥାଇପାରେ, ଯେମିତି ସେ କହିବାକୁ ଚାହୁଁଥିବ କିନ୍ତୁ ଶୁଣିବାକୁ ଲୋକ ନଥିବ ଅଥବା ସେ କହିବାକୁ ଚାହୁଁ ନଥିବେ, କିମ୍ବା କହିବାର ମାଧ୍ୟମ ନଥିବ । ତେବେ ଏହି ସବୁ କାରଣ ହୁଏତ ଏବେ ଆପଣଙ୍କୁ ଆଉ ବାଧା ଦେବେନାହିଁ । ଜଣେ ସ୍ରଷ୍ଟା ଭାବେ ଏ ଆହ୍ବାନ ଆପଣ ସମସ୍ତଙ୍କୁ ।
ତେବେ ଆସନ୍ତୁ ଆମ ଜୀବନର ସେଇ ଅକୁହା କଥା ସବୁକୁ ନିଜ କବିତା ଆଉ କାହାଣୀରେ ଶବ୍ଦ କରି ଖଞ୍ଜିବା, ପରିକଳ୍ପିତ ଚରିତ୍ରର ରୂପଦେଇ ଚଳପ୍ରଚଳ କରିବା ।
ସର୍ତ୍ତାବଳୀ :
ପୁରସ୍କାର :
ଲେଖା ଗ୍ରହଣ ଅବଧି :
ଅଗଷ୍ଟ ୦୭, ୨୦୨୧ ରୁ ସେପ୍ଟେମ୍ବର ୦ ୭, ୨୦୨୧
ଫଳାଫଳ : ସେପ୍ଟେମ୍ବର ୩୦, ୨୦୨୧
ଭାଷା : ଓଡ଼ିଆ ଓ ସମ୍ବଲପୁରୀ
ବିଭାଗ : କବିତା ଓ କାହାଣୀ
କୃତଜ୍ଞତା :
ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ସମ୍ବଲପୁରି କଳା, ସଂସ୍କୃତି ସଂଘ'ର ପ୍ରତିଷ୍ଠାତା ଟୋନିସ୍ ରୋହିଦାସ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ।
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608