STORYMIRROR

#ବର୍ଷା 'କିଛି ସ୍ମୃତି, କିଛି ଅନୁଭୂତି'

SEE WINNERS

Share with friends

'ବର୍ଷା କିଛି ସ୍ମୃତି, କିଛି ଅନୁଭୂତି'


ଭିଜା ଭିଜା ବର୍ଷା, ଅସରାଏ ଢାଳି ଦେଲା ପରେ ତନୁ, ମନରେ ଖେଳିଯାଏ ଅପୂର୍ବ ପୂଲକ । ଆକାଶରେ ନବୀନ ମେଘମାଳରେ ରାଜୁତି, ଝିପଝିପ ବର୍ଷା, ଟୁପଟୁପ ଶବ୍ଦ ଗ୍ରୀଷ୍ମର କଷ୍ଟକୁ ଦୂରୀଭୂତ କରେ । ସବୁଜିମାରେ ସଜେଇ ହୁଏ ପ୍ରକୃତି ରାଣୀ । ଅନେକ ରଙ୍ଗୀନ ଫୁଲରେ ଅତୀବ ରମଣୀୟ, ଦର୍ଶନୀୟ ଦିଶେ ଚତୁର୍ଦ୍ଦିଗ । ଆକାଶରେ ନବୀନ ନୀଳ କାଦମ୍ବିନୀ ଚଳଚଞ୍ଚଳ । ସେହି ଲାସ୍ୟମୟୀ ମେଘରାଣୀର ରୂପକାନ୍ତି ସହ ତା ସହ ଜଡ଼ିତ ଆମ ସ୍ମୃତି, ଅନୁଭୂତିକୁ ଶବ୍ଦର ରୂପ ଦେବା ପାଇଁ ଏହି ପ୍ରତିଯୋଗିତା । ତେବେ ପ୍ରିୟ ସ୍ରଷ୍ଟାଗଣ ଏହି ଉତ୍କଳୀୟ ଋତୁ ଶ୍ରେଷ୍ଠ ବର୍ଷାକୁ ନେଇ ନିଜ ଅତୀତ, ବର୍ତ୍ତମାନର ଅଭୁଲା ସ୍ମୃତି ଅନୁଭୂତିକୁ ଏହି ପ୍ରତିଯୋଗିତା ମାଧ୍ୟମରେ ଉପସ୍ଥାପିତ କରି ଏହାକୁ ରୁଦ୍ଧିମନ୍ତ କରନ୍ତୁ ।


କିଛି ବିଷୟ

ଭିଜାଭିଜା ବର୍ଷା ଦିନ

ଶ୍ରାବଣ ଆସିଲା

ବର୍ଷାର ଅପୂର୍ବ ଅନୁଭବ

ଆଷାଢ଼ ରାତି,

ବର୍ଷା ରାଣୀ

ବାଦଲର ଗର୍ଜନ

ସେଇ ବର୍ଷା ରାତି,

ଛମ୍ ଛମ୍ ବର୍ଷା

ଝଡ଼ ବତାସର ଦିନ ସବୁ

ବର୍ଷାରେ ବେସାହାରା ପକ୍ଷୀ

ମୋହ ଭରା ବର୍ଷା ରାତି

ପହିଲି ବର୍ଷା

ପାଠ ପଢ଼ା ଦିନ ଆଉ ବର୍ଷା

ପିଲାଦିନେ ବର୍ଷା

ବର୍ଷା ଓ ଚାଷୀ

ବର୍ଷା ଆଉ ଆମ ଗାଁ

ସହରରେ ଶ୍ରାବଣ

ବର୍ଷାର ସେ ଅନ୍ଧାର ରାତି

ମୌସୁମୀ

ନଦୀ ଆଉ ବର୍ଷା

ସ୍ମୃତିର ବର୍ଷା ରାତି

ବର୍ଷା ଆଉ ପ୍ରକୃତି

ବର୍ଷା ଓ ବିରହ

ଅସରାଏ ବର୍ଷା

ବର୍ଷା ଓ ବାଟୋଇ


ସର୍ତ୍ତାବଳୀ


  • ଆପଣଙ୍କୁ ୨୬ ଜୁନ୍ ୨୦୨୩ ରୁ ୩୧ ଅଗଷ୍ଟ ୨୦୨୩ ମଧ୍ୟରେ ଆପଣଙ୍କର କାହାଣୀ ପଠାଇବାକୁ ପଡ଼ିବ 
  • କେବଳ ''ବର୍ଷା କିଛି ସ୍ମୃତି, କିଛି ଅନୁଭୂତି'' ଥିମ ଅନୁସାରେ ଲେଖିବାକୁ ପଡ଼ିବ।
  • ଆପଣ ଯେକୌଣସି କବିକା ଓ କାହାଣୀକୁ ଯଥାସମ୍ଭବ ଶବ୍ଦରେ ଲେଖିପାରିବେ । ଏବଂ କବିତା ୧୫୦ ଓ ଗଳ୍ପ ଅତିକମରେ ୩୦୦ ଶବ୍ଦରେ ହେବା ଉଚିତ୍ । 
  • ଆପଣଙ୍କର ସୃଷ୍ଟି ମୂଳ ଏବଂ ସ୍ୱତଃ ପ୍ରବୃତ୍ତ ହେବା ଉଚିତ୍ । ଯଦି କୌଣସି ସ୍ଥାନରୁ କପି ମିଳିଲା, ତେବେ ଆପଣଙ୍କୁ ବାରଣ କରାଯିବ, ସେହିପରି କାହାଣୀ ବିଲୋପ ହେବ ।
  • ମନେରଖନ୍ତୁ ଯଦି ଆପଣଙ୍କର କବିତା, କାହାଣୀ ପୂର୍ବରୁ ଷ୍ଟୋରିମିରର୍ ରେ ଅଛି ତେବେ ଆପଣ ଏହାକୁ ରିପୋଷ୍ଟ କରିପାରିବେ ନାହିଁ ।
  • ଯଦି ଆପଣଙ୍କର କବିତା, କାହାଣୀ ଅନ୍ୟତ୍ର ପ୍ରକାଶିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟୋରିମିରରରେ ଦାଖଲ ହୋଇନାହିଁ, ଆପଣ ଏହାକୁ ଏହି ପ୍ରତିଯୋଗିତାରେ ଦାଖଲ କରିପାରିବେ ।
  • ବ୍ୟାକରଣ ଏବଂ ଶବ୍ଦ ଗଠନରେ ତ୍ରୁଟି ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ସାହିତ୍ୟିକ ଜୀବନର ଯାତ୍ରା ତଥା ଆପଣଙ୍କ ପାଠକମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ।
  • ଆପଣଙ୍କୁ କେବଳ ପ୍ରତିଯୋଗିତାର ଲିଙ୍କ୍ ପରିଦର୍ଶନ କରି ଆପଣଙ୍କ କାହାଣୀ ପଠାଇବାକୁ ପଡ଼ିବ, କେବଳ ସେତେବେଳେ ଏହା ପ୍ରତିଯୋଗିତାରେ ବୈଧ ହେବ।
  • ଯେକୌଣସି ପ୍ରକାରର PDF ଫାଇଲ୍ ଇତ୍ୟାଦି ଗ୍ରହଣୀୟ ନୁହେଁ । ତୁମର ଲେଖାକୁ କେବଳ ପାଠ୍ୟ ଫର୍ମାଟରେ ପଠାନ୍ତୁ ।
  • ଜଣେ ସ୍ରଷ୍ଟା ଯେକୌଣସି ସଂଖ୍ୟକ କାହାଣୀ ପଠାଇପାରେ ।

ପୁରସ୍କାର


ପ୍ରତିଯୋଗିତାରେ ଦାଖଲ ହୋଇଥିବା କାହାଣୀ କବିତା ମଧ୍ୟରୁ ଟି ୧୦ଟି କାହାଣୀ ଓ ୧୦ଟି କବିତାକୁ ସମ୍ପାଦକୀୟ ସ୍କୋର ଅନୁଯାୟୀ ବିଜେତା ଘୋଷିତ ହେବେ। ଏକ ସ୍ୱତନ୍ତ୍ର ଡିଜିଟାଲ ବିଜେତା ପ୍ରମାଣ ପତ୍ର ସହ କାହାଣୀ ସବୁକୁ ନେଇ ବର୍ଷା, କିଛି ସ୍ମୃତି, କିଛି ଅନୁଭୂତି ଇ-ବୁକ ପ୍ରକାଶିତ କରାଯିବ ।

ଏହା ବ୍ୟତୀତ ବିଜେତାମାନଙ୍କ ପୋଷ୍ଟର ପ୍ରସ୍ତୁତ ହୋଇ ଷ୍ଟୋରିମିରର ଓଡ଼ିଆ ଫେସବୁକ ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯିବ ।


ବିଭାଗ : କାହାଣୀ/ କବିତା

ଭାଷା : ଓଡ଼ିଆ

ଅବଧି: ୨୬ ଜୁନ୍ ୨୦୨୩ ରୁ ୩୧ ଅଗଷ୍ଟ ୨୦୨୩ 

ଫଳାଫଳ - ନଭେମ୍ବର ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା ବିଶ୍ୱ ଓଡ଼ିଶା ସାହିତ୍ୟ ପରିଷଦରପ୍ରତିଷ୍ଠାତା ସମ୍ପାଦକ ମନୋଜ ମନ୍ମୟ, ଓ ଅଧ୍ୟକ୍ଷା : ଡ. ପ୍ରତିଭା ମହାରଥୀ,ରାଜ୍ୟ ସଂଯୋଜିକା : ରଶ୍ମିତା ରାଉତ ତଥା ପରିଚାଳନା ସଦସ୍ୟ ପ୍ରଦୀପ୍ତ କିରଣ ମହାନ୍ତି, ବାବାଜୀ ଚରଣ ଦାସ, ଅର୍ଜୁନୀ ଚରଣ ବେହେରା, ପ୍ରାଣବନ୍ଧୁ ରାଉତ, ତରୁଣ ମିଶ୍ର, ଡ.ପ୍ରିୟମ୍ବଦା ସାମଲ, ମାମି ପାତ୍ର, ରୀତା ଅପରାଜିତା ମହାନ୍ତି , କୃଷ୍ଣା ଦାସ, କବିକା ସାହୁଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

 

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845