ବନ୍ଧୁଗଣ ! ସାହିତ୍ୟର ପ୍ରଚାରପ୍ରସାର ପାଇଁ ବ୍ୟକ୍ତିଗତ ଭାବେ ସବୁବେଳେ ଚେଷ୍ଟାରତ କବି ଓ ଶିକ୍ଷକ ଗଣେଶ୍ଵର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ #ଅକ୍ଷରା, ଶୀର୍ଷକ ଏହି ପ୍ରତିଯୋଗିତା ଆୟୋଜିତ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସାହିତ୍ୟ କ୍ଷେତ୍ରରେ ସାହିତ୍ୟର ପ୍ରଚାର ଓ ପ୍ରସାର ସାଧନ ସହ ସବୁ କ୍ଷେତ୍ରର ଲେଖକ ଓ କବିମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ।
ତେବେ ଆସନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଏହାକୁ ସଫଳ କରିବା ।
ସର୍ତ୍ତାବଳୀ :
- କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
- ପ୍ରଦତ୍ତ ପ୍ରତିଯୋଗିତା ଫର୍ମରେ ନିଜ ଜିଲ୍ଲାର ନାମ ଓ ନିଜ ଯୋଗାଯୋଗ ନମ୍ବର ନିଶ୍ଚୟ ପ୍ରଦାନ କରନ୍ତୁ ।
- ବିଷୟ ମୁକ୍ତ । ଆପଣ ଯେକୌଣସି ପ୍ରକାର ଲେଖା ଦାଖଲ କରିପାରିବେ ।
- ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
- କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
- ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
- ଲେଖା ଏହି ଅଂଶଗ୍ରହଣ ଲିଙ୍କ୍ ମାଧ୍ୟମରେ ହିଁ ଗ୍ରହଣୀୟ ।
- ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
- ଅଂଶଗ୍ରହଣ ପୂର୍ବରୁ ନିଜ ପ୍ରୋଫାଇଲ ଫଟୋ, ଯୋଗାଯୋଗ ଆଦି ତଥ୍ୟ ନିଶ୍ଚୟ ଉପଲବ୍ଧ କରନ୍ତୁ ।
- ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
- ପ୍ରବନ୍ଧ ଗ୍ରହଣୀୟ ନୁହଁ ।
ପୁରସ୍କାର :
- କବିତା ଓ କାହାଣୀ କ୍ଷେତ୍ରରେ ଶ୍ରେଷ୍ଠ ତିନି ସ୍ରଷ୍ଟାଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
- ସର୍ବାଧିକ ଲେଖା ଦାଖଲ କରିଥିବା ୫ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବା ସହ ୧୦୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
- ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଲେଖା ଗ୍ରହଣ ଅବଧି :
ଡିସେମ୍ବର ୧୫, ୨୦୨୨ ରୁ ଜାନୁଆରୀ ୩୧, ୨୦୨୩
ଫଳାଫଳ: ମାର୍ଚ୍ଚ ୨୦୨୩
ଭାଷା : ଓଡ଼ିଆ
ବିଭାଗ : କବିତା ଓ କାହାଣୀ
କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢ଼େଇ ଥିବା କବି ଓ ଶିକ୍ଷକ ଗଣେଶ୍ଵର ବେହେରାଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ।
ଯୋଗାଯୋଗ:
8637256608
+91 91106 62845
pallabini@storymirror.com
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।