STORYMIRROR

#ବାକି ରହିଯାଏ କିଛି ତଥାପି

SEE WINNERS

Share with friends

ଜୀବନର ଅନ୍ୟ ନାମ ପ୍ରବାହ । ଏ ପ୍ରବାହ ଭିତରେ ଗତି ଅଛି, ଅଧୋଗତି ଅଛି । ତଥାପି ଗତିଶୀଳତା ହିଁ ଜୀବନର ଧେୟ । ସମୟର ନିଷ୍ଠୁର କ୍ରୁରତା, ତାଚ୍ଛଲ୍ୟ, କଳଙ୍କର ମନ୍ତୁରା ବିଷରେ ବେଳେବେଳେ ଜୀବନକୁ ମାତାଳ ହେବାକୁ ହିଁ ହବ । ଏହା ସ୍ଥିର ନିଶ୍ଚିତ । କିନ୍ତୁ ଏହାକୁ ଛାଡି ବି ଜୀବନର ଅନ୍ୟ ଏକ ରୂପ ଅଛି, ବାସ ଅଛି, ମୋହ ଅଛି - ସେତକ ହିଁ ତ ଏ ବିଷମୟ ନଶ୍ଵରତାରୁ ଆମକୁ ବାହାର କରିଆଣି ଜୀବନ ସହ ପରିଚିତ କରାଇଦିଏ । ସବୁଚେଷ୍ଟା, ସବୁ ଉଦ୍ୟମ ଓ ମନଯୋଗ ସତ୍ତ୍ୱେ ଶେଷରେ କିଛି ବାକି ରହିଯାଏ । ଯାହା ଆମକୁ ଜୀବନ ଜୀଇଁଛେ ବୋଲି ହୃଦବୋଧ କରେଇଦିଏ । 

ତେବେ ଆସନ୍ତୁ #ବାକି ରହିଯାଏ କିଛି ତଥାପି ଜୀବନର ସେ ବାକି ତକକୁ ନିଜ କଲମ ମୁନରେ ଆଙ୍କିଦେବା କବିତା କି ଗପ ଭାବରେ।