STORYMIRROR

#ଶିଶୁ ସଂସାର

SEE WINNERS

Share with friends

ପ୍ରସ୍ତାବନା :

ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଶିଶୁଟିଏ ଠିକ୍ କୁମ୍ଭାରସାଳର ଓଦା ମାଟି ପରି । ଆମେ ତାକୁ ଯେପରି ଗଢିବା ତାହାର ଭବିଷ୍ୟତ ସେତିକି ଉଜ୍ଜ୍ୱଳମୟ ହେବ, ତା'ର ଆକୃତି ମଧ୍ୟ ଠିକ୍ ସେହିପରି ହେବ । ତେଣୁ ଶିଶୁର ଉନ୍ନତି ପାଇଁ ଏମିତି ଏକ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି; ଯେଉଁଠି ଶିଶୁ ନିଜକୁ ଗଢି ପାରିବ, କିଛି ଶିଖି ପାରିବ । 

ସେହି ଉଦ୍ଦେଶ୍ୟରେ ଷ୍ଟୋରୀମିରର୍ ଆୟୋଜନ କରୁଛି ଶିଶୁ ସଂସାର ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ କେବଳ ଶିଶୁ କବିତା, ଶିଶୁ ଗଳ୍ପ ଆଦି ଗ୍ରହଣୀୟ ।

ତେବେ ଆଉ ଅପେକ୍ଷା କାହିଁକି ? ଆପଣ  ନିଜର ସର୍ଜନ କଳା ମାଧ୍ୟମରେ ନିଜର ସୃଷ୍ଟିକୁ ଶିଶୁ କବିତା ଓ କାହାଣୀ ମାଧ୍ୟମରେ ପ୍ରତିଫଳିତ କରନ୍ତୁ। 

ଅବତାରଣା :

ଏହି ପ୍ରତିଯୋଗିତା ଦୀର୍ଘ ୩୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ଆପଣ ସ୍ୱରଚିତ ଶିଶୁ କାହାଣୀ ଓ କବିତା ଦାଖଲ କରିପାରିବେ ।

ଆପଣଙ୍କ ପାଇଁ ନିୟମ :

  • ଏହି ପ୍ରତିଯୋଗିତା କେବଳ ଶିଶୁ ଗଳ୍ପ ଓ କବିତା ନିମନ୍ତେ ।
  • ଦୈନିକ ଭାବେ ଆପଣ କାହାଣୀ ଓ କବିତା ଯେକୌଣସି ବିଭାଗରେ ରଚନା କରିପାରିବେ ।
  • ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
  • ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟେଗ୍ ରେ ଯୋଡନ୍ତୁ ।
  • ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ ।ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • ଲେଖା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବାର ଆବଶ୍ୟକତା ନାହିଁ ।
  • ପୂର୍ବରୁ ମଞ୍ଚରେ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।

ବୟସ ସୀମା - କୌଣସି ବୟସ ସୀମା ନାହିଁ

ପୁରସ୍କାର :

  • ଉଭୟ କାହାଣୀ ଓ କବିତା ବିଭାଗରେ ସ୍ୱତନ୍ତ୍ର ଭାବେ ୧୫ରୁ ଉର୍ଦ୍ଧ୍ବ ଲେଖା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ ଷ୍ଟୋରୀମିରର୍ ପ୍ରକାଶିତ ଏକ ପୁସ୍ତକ ପ୍ରଦାନ କରାଯିବ । 
  • ଉଭୟ ଗଳ୍ପ ଓ କବିତା ବିଭାଗରେ ୧୦ରୁ ଉର୍ଦ୍ଧ୍ବ କବିତା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ INR 150ର ଷ୍ଟୋରୀମିରର୍ ସପ୍ ଭାଉଚର ପ୍ରଦାନ କରାଯିବ । 
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ । 


ବିଭାଗ : କାହାଣୀ ଓ କବିତା

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ମାର୍ଚ୍ଚ ୧୦, ୨୦୨୧ ରୁ ଏପ୍ରିଲ୍ ୧୦, ୨୦୨୧

ଫଳାଫଳ: ମଇ ୨୦୨୧

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଡ଼ଢେଇଥିବା କିଶୋର କଳିକାର ସଭାପତି ଅଜୟ କୁମାର ମହାନ୍ତିଙ୍କୁ ଓ କିଶୋର କଳିକାର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।

ଯୋଗାଯୋଗ-

ଇ-ମେଲ- odia@storymirror.com

ଯୋଗାଯୋଗ -8637256608

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।