ପ୍ରସ୍ତାବନା :
ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଶିଶୁଟିଏ ଠିକ୍ କୁମ୍ଭାରସାଳର ଓଦା ମାଟି ପରି । ଆମେ ତାକୁ ଯେପରି ଗଢିବା ତାହାର ଭବିଷ୍ୟତ ସେତିକି ଉଜ୍ଜ୍ୱଳମୟ ହେବ, ତା'ର ଆକୃତି ମଧ୍ୟ ଠିକ୍ ସେହିପରି ହେବ । ତେଣୁ ଶିଶୁର ଉନ୍ନତି ପାଇଁ ଏମିତି ଏକ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି; ଯେଉଁଠି ଶିଶୁ ନିଜକୁ ଗଢି ପାରିବ, କିଛି ଶିଖି ପାରିବ ।
ସେହି ଉଦ୍ଦେଶ୍ୟରେ ଷ୍ଟୋରୀମିରର୍ ଆୟୋଜନ କରୁଛି ଶିଶୁ ସଂସାର ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ କେବଳ ଶିଶୁ କବିତା, ଶିଶୁ ଗଳ୍ପ ଆଦି ଗ୍ରହଣୀୟ ।
ତେବେ ଆଉ ଅପେକ୍ଷା କାହିଁକି ? ଆପଣ ନିଜର ସର୍ଜନ କଳା ମାଧ୍ୟମରେ ନିଜର ସୃଷ୍ଟିକୁ ଶିଶୁ କବିତା ଓ କାହାଣୀ ମାଧ୍ୟମରେ ପ୍ରତିଫଳିତ କରନ୍ତୁ।
ଅବତାରଣା :
ଏହି ପ୍ରତିଯୋଗିତା ଦୀର୍ଘ ୩୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ଆପଣ ସ୍ୱରଚିତ ଶିଶୁ କାହାଣୀ ଓ କବିତା ଦାଖଲ କରିପାରିବେ ।
ଆପଣଙ୍କ ପାଇଁ ନିୟମ :
ବୟସ ସୀମା - କୌଣସି ବୟସ ସୀମା ନାହିଁ
ପୁରସ୍କାର :
ବିଭାଗ : କାହାଣୀ ଓ କବିତା
ଭାଷା : ଓଡ଼ିଆ
ପ୍ରତିଯୋଗିତାର ସମୟ ଅବଧି:
ମାର୍ଚ୍ଚ ୧୦, ୨୦୨୧ ରୁ ଏପ୍ରିଲ୍ ୧୦, ୨୦୨୧
ଫଳାଫଳ: ମଇ ୨୦୨୧
କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଡ଼ଢେଇଥିବା କିଶୋର କଳିକାର ସଭାପତି ଅଜୟ କୁମାର ମହାନ୍ତିଙ୍କୁ ଓ କିଶୋର କଳିକାର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।
ଯୋଗାଯୋଗ-
ଇ-ମେଲ- odia@storymirror.com
ଯୋଗାଯୋଗ -8637256608
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।