STORYMIRROR

#ଶବ୍ଦରୁ ସୃଜନ

ବିଜେତାମାନଙ୍କୁ ଦେଖନ୍ତୁ

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ

ପରିଚୟ :

ଶବ୍ଦକୁ ବ୍ରହ୍ମଙ୍କ ଆସନ ପ୍ରଦାନ କରାଯାଏ । ତେଣୁ ଶବ୍ଦକୁ ଶବ୍ଦ ବ୍ରହ୍ମ ଭାବେ ଅଭିହିତ କରାଯାଏ । ସାହିତ୍ୟରେ ଶବ୍ଦ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯାହା ସାହିତ୍ୟକୁ ସମୃଦ୍ଧ ଓ ଉଚ୍ଚ କୋଟିର ସାହିତ୍ୟର ମାନ୍ୟତା ପ୍ରଦାନ କରିବାରେ ସମର୍ଥ ହୋଇଥାଏ । 

ପ୍ରାଚୀନ ସାହିତ୍ୟରୁ ସାହିତ୍ୟ ସ୍ରଷ୍ଟାମାନେ ଶବ୍ଦକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହ ଶବ୍ଦ ପ୍ରୟୋଗରେ ବେଶ ଯତ୍ନଶୀଳ ହେବାର ମନ୍ତବ୍ୟ ଆମ ଦୃଷ୍ଟିଗୋଚର ହୋଇଥାଏ । ତେଣୁ ଆସନ୍ତୁ ଶବ୍ଦକୁ ନେଇ ନିଜ ସୃଜନ ଧାରାକୁ ଅଗ୍ରଗାମୀ କରିବା 'ଶବ୍ଦରୁ ସୃଜନ' ପ୍ରତିଯୋଗିତା ମାଧ୍ୟମରେ ।

ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢ଼େଇଥିବା 'ଅନଲାଇନ କବିତା ଆସାର' ପରିବାର ସଂଯୋଜକ ଅଭିନବ ପଟ୍ଟନାୟକ ଓ ସୁଦୀପ୍ତ କୁମାର ପଣ୍ଡା, 'ପ୍ରବାସୀ ସାହିତ୍ୟ ସମ୍ଭାର, ମୁମ୍ବାଇ' ପରିବାରର ସଂଯୋଜିକ ମୈତ୍ରେୟୀ କମିଳା ଓ ପାରମିତା ଷଡ଼ଙ୍ଗୀ ଏବଂ 'ସୃଷ୍ଟି ସମ୍ଭାର'ର ପ୍ରତିଷ୍ଠାତା କାହ୍ନୁ ଚରଣ ସାହୁଙ୍କୁ ଅଶେଷ ଧନ୍ୟବାଦ ।


ନିମ୍ନ ପ୍ରଚ୍ଛଦରେ ସମୁଦାୟ ୩୦ଟି ଶବ୍ଦର ଉଲ୍ଲେଖ କରାଗଲା ଯାହାକୁ ନେଇ ଆପଣ ନିଜର ସୃଜନର ପରିପ୍ରକାଶ କରିବେ ।


1.ବର୍ଷା

2.ଅନୁତାପ

3.ସ୍ପର୍ଶ

4.ଜନ୍ମଦିନ

5.ଅନଲାଇନ୍ ଶିକ୍ଷା

6.ବିବାହ

7. ଭଦ୍ରମୁଖା

8.ଲଣ୍ଠନ

9.ଜରିଗୋଟାଳି

10.ଅଭିନୟ

11.ସର୍ତ୍ତ

12.ସ୍ମୃତି

13.ଦାୟିତ୍ୱ

14.ଜହ୍ନର ଠିକଣା

15.ଦୁର୍ଘଟଣା

16.ଆଧୁନିକତା

17.ଦାଦନ

18. ଅଚିହ୍ନା ମଣିଷ

19. ଛନ୍ଦହୀନ ଜୀବନ

20.ଗୋମାତା

21.ନୀରବ ଝଡ଼

22.ଭିଟାମାଟି

23.ସଫଳତା

24.ହାଟ

25.ଅସୁରକ୍ଷିତ ପରୀ

26.ରହସ୍ୟ

27. କଳଙ୍କ

28. ପ୍ରେତାତ୍ମା ଓ କୋଠି 

29.ଲେଖା ପଛର ପ୍ରେରଣା

30.ଶେଷ ନିଷ୍ପତ୍ତି


ନୀତିନିୟମ :

ଲେଖାଟିରେ ଦିଆଯାଇଥିବା ଶବ୍ଦର ଭାବବସ୍ତୁ ଆଧାରିତ ହେବା ନିତାନ୍ତ ଆବଶ୍ୟକ । 

ପ୍ରସ୍ତୁତ କରାଯାଇଥିବା ଶବ୍ଦକୁ ଶୀର୍ଷକ ଭାବେ ରଖିବା ବାଧ୍ୟତାମୂଳକ ନୁହେଁ । ଆପଣ ନିଜସ୍ୱ ଶୀର୍ଷକ ଦେଇପାରନ୍ତି ।

ଏହି ପ୍ରତିଯୋଗିତା ଦୁଇଟି ମାରାଥନ ଅନ୍ତର୍ଗତ ।

୧. ତିରିଶ ଶବ୍ଦ ତିରିଶ ସୃଜନ

୨. ପନ୍ଦର ଶବ୍ଦ ପନ୍ଦର ସୃଜନ

ଆପଣ ପ୍ରତିଯୋଗିତା ଅବଧିର ଯେକୌଣସି ସମୟରେ, ଯେକୌଣସି ଦିନରେ, ଯେକୌଣସି ବିଷୟରେ ଲେଖା ଦାଖଲ କରିପାରିବେ । କିନ୍ତୁ ଆପଣଙ୍କୁ ମାରାଥନ ଅନୁଯାୟୀ ପ୍ରସ୍ତୁତ ଶବ୍ଦ ଅନୁଯାୟୀ ସମୁଦାୟ ୩୦ଟି କିମ୍ବା ୧୫ ଲେଖା ଦାଖଲ କରିବାକୁ ହେବ । ଅବଶ୍ୟ ଏ କ୍ଷେତ୍ରରେ ଆପଣ ସ୍ୱାଧୀନ । 

କେବଳ କବିତା ଓ କାହାଣୀ ଗ୍ରହଣୀୟ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବାକୁ ହେବ ।

ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

ଲେଖାର କୌଣସି ଶବ୍ଦ ସୀମା ନାହିଁ ।

ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

 

ଶ୍ରେଣୀଗୁଡିକ :

କାହାଣୀ

କବିତା


ଭାଷା: ଓଡ଼ିଆ


ପୁରସ୍କାର :

ଯେଉଁମାନେ ସଫଳତାର ସହ 'ତିରିଶ ଶବ୍ଦ ତିରିଶ ସୃଜନ' ମାରାଥନ ସମାପନ କରିବେ ତାଙ୍କୁ INR 500 ସପ୍ ଭାଉଚର ସହ 'ତିରିଶ ଶବ୍ଦ ତିରିଶ ସୃଜନ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 

ଯେଉଁମାନେ ସଫଳତାର ସହ 'ପନ୍ଦର ଶବ୍ଦ ପନ୍ଦର ସୃଜନ' ମାରାଥନ ସମାପନ କରିବେ ତାଙ୍କୁ INR 250 ସପ୍ ଭାଉଚର ସହ 'ପନ୍ଦର ଶବ୍ଦ ପନ୍ଦର ସୃଜନ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।


 ଦାଖଲ ଅବଧି: ସେପ୍ଟେମ୍ବର ୦୧ ରୁ ସେପ୍ଟେମ୍ବର ୩୦, ୨୦୨୦

 ଫଳାଫଳ: ଅକ୍ଟୋବର ୨୦୨୦


 ଯୋଗାଯୋଗ:

 ଇମେଲ୍: odia@storymirror.com

 ଫୋନ୍ ନମ୍ବର: +91 8637256608