STORYMIRROR

#ଭାବର ବନ୍ଧନ

SEE WINNERS

Share with friends

ପ୍ରସ୍ତାବନା:

ଏବନ୍ଧନ ପ୍ରେମର, ଅନୁରାଗ, ଅନୁରଞ୍ଜନର। ଭାଇ ଓ ଭଉଣୀର ଦିନ । ଏପର୍ବ ଭାଇ ଓ ଭଉଣୀର ଏକ ମଧୁର ପର୍ବ ତଥା ଅଦମ୍ୟ ପ୍ରେମର ପ୍ରତୀକ। ଋତୁ ଚକ୍ରରେ ଆସେ ପବିତ୍ର ଶ୍ରାବଣ ମାସ। ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାରେ ପଡ଼େ ସ୍ନେହ, ପ୍ରେମ, ରକ୍ଷାର ପବିତ୍ର ପର୍ବ; ରକ୍ଷାବନ୍ଧନ, ରାଖୀ ପୂର୍ଣ୍ଣିମା । ଏଉତ୍ସବ ଭାଇ-ଭଉଣୀ ପାଇଁ ଅଦ୍ଭୁତ, ଅମୂଲ୍ୟ, ଅନନ୍ତ ପ୍ରେମର ପର୍ବ । ରକ୍ଷା ବନ୍ଧନର ଶାବ୍ଦିକ ଅର୍ଥ ରକ୍ଷା କରିବାର ବନ୍ଧନ । ଏରାକ୍ଷୀ ଭଉଣୀର ରକ୍ଷା କବଚ ।ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ, ପ୍ରେମ ମାୟା ,ମମତାର ଏକ ଅତୁଟ ଡୋରିକୁ । ଭାଇ ପାଇଁ ମନାସେ ସୁଖମୟ, ନିରାମୟ, ପ୍ରେମମୟ ଜୀବନ । ବଦଳରେ ଭାଇ ପାଖରୁ ଭଉଣୀ ମାଗିନିଏ ପ୍ରତିରକ୍ଷାର ନିଶ୍ଚିତ ପ୍ରତିଶ୍ରୁତି ଓ ଭାଇ କରେ ସୁରକ୍ଷାର ସ୍ପଷ୍ଟ ସଂକଳ୍ପ । ରାଖୀ ଆସିଲେ ଖୁସି ଆମେ, ମିଠା ଆସେ; ପିଠାପଣାର ବାସ୍ନା ମହମହ ବାସେ । ଚନ୍ଦନ, କୁଙ୍କୁମ, ଅରୁଆ ଚାଉଳ, ଦୀପ, ପୁଷ୍ପରେ ଭାଇକୁ ପୂଜା କରି ଭଉଣୀ ବାନ୍ଧେ ରେଶମ ଡୋରିଟିଏ। ଖାଲି ଡୋରି ନୁହେଁ ତ ରକ୍ଷା ଡୋରି । ସୁରକ୍ଷାର ସ୍ନେହମିଶା ଧାଗା। 

ଏପର୍ବ ପ୍ରେମର, ଶାନ୍ତି, ପ୍ରୀତି, ସ୍ନେହ ଶ୍ରଦ୍ଧା, ସୁରକ୍ଷା ସମ୍ପର୍କର । ଏଉତ୍ସବ ଭଉଣୀର ସ୍ୱାଭିମାନ, ଭାଇର ଅଭିମାନ । ତେବେ ଏହି ରାକ୍ଷୀରେ ଆସନ୍ତୁ ନିଜ ଅନୁଭୂତି, ଅନୁଭବକୁ ଶବ୍ଦରେ ନିଜର ସର୍ଜନା ଶକ୍ତିରେ ଗଳ୍ପ, କବିତା, ମାଧ୍ୟମରେ ପ୍ରତିଫଳିତ କରିବା । 

ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । ଷ୍ଟୋରୀମିରର୍ ନେଇ ଆସିଛି “ ଭାବର ବନ୍ଧନ” ସ୍ମୃତିରେ ଗଳ୍ପ, କବିତା, ରଚନା ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ । ଆସନ୍ତୁ ରାକ୍ଷୀକୁ ନେଇ କିଛି ଗଳ୍ପ, କବିତା ଲେଖି ନୂଆ-ପୁରୁଣା ରାକ୍ଷୀ ସ୍ମୃତିକୁ ତାଜା କରିବା ।


ଅବତାରଣା:

ଏହି ପ୍ରତିଯୋଗିତା ଦୀର୍ଘ ୨୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ରାକ୍ଷୀପୂର୍ଣ୍ଣିମାକୁ ନେଇ ଗଳ୍ପ, କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।


ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ ଗଳ୍ପ,କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ ଗଳ୍ପ, କବିତା ଯେକୌଣସି ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଦୈନିକ ଭାବେ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ । ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* ଗଳ୍ପ, କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

* ଗଳ୍ପ, କବିତା ଦୁଇଟି ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ ଗାଳ୍ପିକ, କବି, ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 200ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ଓ ୨୦ଟି ଗଳ୍ପ ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।


ବିଭାଗ : ଗଳ୍ପ । କବିତା 


ଭାଷା : ଓଡ଼ିଆ


ପ୍ରତିଯୋଗିତାର ସମୟ ଅବଧି:

ଜୁଲାଇ ୨୫,୨୦୨୨ ରୁ ଅଗଷ୍ଟ ୧୫,୨୦୨୨


ଫଳାଫଳ: ଅକ୍ଟୋବର ୨୦୨୨


କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ଉତ୍ପନ୍ନା ସାହିତ୍ୟ ସଂସଦ’ ପରିବାରର ସହଯୋଗୀ ଶ୍ରୀ ରାଇରଞ୍ଜନ ନନ୍ଦ, ଶ୍ରୀ ସତ୍ୟ କବି, ଶ୍ରୀଯୁକ୍ତ ନବୀନ କୁମାର ପ୍ରଧାନ ଓ ତତସହିତ ‘ଉତ୍ପନ୍ନା ସାହିତ୍ୟ ସଂସଦ’ର ପ୍ରତିଷ୍ଠାତା/ସମ୍ପାଦକ - ଶ୍ରୀ ଆୟୁଷ୍ମାନ ତ୍ରିପାଠୀଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ:

8637256608

+91 91106 62845

pallabini@storymirror.com


ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।