Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ସର୍ଜନର ଅଙ୍କୁରୋଦ୍ଗମ

SEE WINNERS

Share with friends

ସାହିତ୍ୟ ଜନ୍ମ ନିଏ ମଣିଷର ଚେତନା ସ୍ତରରେ । ଜୀବନର ଅନୁଭୂତି ବିଜଡ଼ିତ ଭାବନା ସବୁକୁ ପରିପ୍ରକାଶ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ହେଉଛି ସାହିତ୍ୟ । ତେଣୁ ଯୁଗ ଯୁଗ ଧରି ମଣିଷ ନିଜ ଜୀବନର ସମସ୍ତ ଭାବରାଜିକୁ ସାହିତ୍ୟର ରୂପ ଦେଇଆସିଛି । ଯାହା ଅଦ୍ୟାବଧି ଅନୁରୂପ ଭାବେ ଗତିଶୀଳ । ଆଉ ଏ ଧାରା ଆଗକୁ ବି ଅବ୍ୟାହତ ରହିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।

ସାଧାରଣତଃ ପ୍ରତିଟି ସର୍ଜନ କୃତିର ମୂଳପିଣ୍ଡ ହେଉଛି ଭାବ । ଭାବନା ହିଁ ଯେକୌଣସି ସାହିତ୍ୟ କୃତିର ଆତ୍ମା । ଯାହା ସଂଚରଣଶୀଳ । ତେବେ ସେହି ଭାବକୁ ଆହୁରି ସଂଚରଣଶୀଳ କରେଇବା ନିମନ୍ତେ ଷ୍ଟୋରିମିରର୍ ଏକ ଅଭିନବ ଲିଖନ ପ୍ରତିଯୋଗିତାର ଆୟୋଜନ କରିଛି । ଯାହାର ଶୀର୍ଷକ #ସର୍ଜନର ଅଙ୍କୁରୋଦ୍ଗମ । 

ତେବେ ଆସନ୍ତୁ କିଛି ନୂଆ ଓ ପୁରୁଣା ଭାବକୁ ନେଇ ନିଜ ଲେଖା ମାଧ୍ୟମରେ କିଛି ନୂଆ କରି ଦେଖେଇବା ।

ପ୍ରସ୍ଥାବନା :

ଏହି ପ୍ରତିଯୋଗିତା ଦୀର୍ଘ ୨୦ ଦିବସ ପର୍ଯ୍ୟନ୍ତ ଚାଲୁରହିବ । ଏହି ପ୍ରତିଯୋଗିତାରେ ଆମେ ଓଡ଼ିଆ ସାହିତ୍ୟର ପାଞ୍ଚ ଜଣ ପ୍ରସିଦ୍ଧ କବିଙ୍କ ପାଞ୍ଚଟି ସୁପ୍ରସିଦ୍ଧ କାବ୍ୟ ବା କବିତାର ପଦ ପ୍ରଦାନ କରିଛୁ, ଯାହାକୁ ଆପଣ ନିଜ କବିତାରେ ପ୍ରୟୋଗ କରି ଅଥବା ଏହାର ଭାବକୁ ନେଇ କବିତା ପ୍ରସ୍ତୁତ କରିପାରିବେ । 

ନିମ୍ନରେ ପଞ୍ଚଜଣ କବିଙ୍କ କବିତାର ପଦ ଦିଆଗଲା :

...............

"ମଧୁର ବିନୟ ବଚନ | କହି ତୋଷିବ ଜନମନ ||"

ଅଥବା,

"ସମ୍ପଦ କାଳେ ସର୍ବେ ସଖା | ବିପଦେ ନ ଦିଅନ୍ତି ଦେଖା ||"


- ଭାଗବତ - ଜଗନ୍ନାଥ ଦାସ #୧

...............

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।


- ସ୍ତୁତି ଚିନ୍ତାମଣି - ସନ୍ଥ କବି ଭୀମ ଭୋଇ #୨

...............

"କେହି ରହିନାହିଁ ରହିବେ ନାହିଁଟି 

ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳବଳେ ।।"


- ପାର୍ବତୀ - କବିବର ରାଧାନାଥ ରାୟ #୩

...............

"ମାତୃଭୂମି ମାତୃଭାଷାରେ ମମତା

ଯା' ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ।"


- ଅର୍ଘ୍ୟଥାଳି - ସ୍ୱାଭାବ କବି ଗଙ୍ଗାଧର #୪

...............

"ସକଳେ ଡାକନ୍ତି 'ତମେ' 'ତମେ' ବୋଲି

ସେ 'ତମେ' ତ ମୂଲ୍ୟ ନାହିଁ ।

ତମେ ଯେବେ ମତେ ତମେ ବୋଲି କହ

ଏତେ ମିଠା କାହିଁ ପାଇଁ ?"


- ଧୂପ - ମାୟାଧର ମାନସିଂହ #୫

...............


କିଛି ନିୟମ :

  1. ଆପଣଙ୍କୁ ୨୦ଦିନ ମଧ୍ୟରେ ପାଞ୍ଚଟି ପଦ ଉପରେ ସର୍ବନିମ୍ନ ପାଞ୍ଚଟି କବିତା ପ୍ରସ୍ତୁତ କରିବାକୁ ହେବ । ଏହାଠୁ ଅଧିକ ମଧ୍ୟ ଆପଣ କରିପାରିବେ । 
  2. ଉପରେ ଦିଆଯାଇଥିବା ପଦକୁ ସିଧାସଳଖ ନିଜ କବିତାରେ ବ୍ୟବହାର କରି ଅଥବା ଏହାର ଭାବକୁ ନେଇ ଆପଣ କବିତା ପ୍ରସ୍ତୁତ କରିପାରିବେ ।
  3. ଲେଖା ଦାଖଲର ସଂଖ୍ୟା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ ।
  4. କେବଳ କବିତା (୧୫୦ ଶବ୍ଦରୁ ଉର୍ଦ୍ଧ୍ବ) ହିଁ ଗ୍ରହଣୀୟ । 
  5. ଦାଖଲ ହୋଇଥିବା ଲେଖା ସଂଖ୍ୟା ଓ ଏହାର ସମ୍ପାଦକୀୟ ମୂଲ୍ୟାଙ୍କନ ଭିତ୍ତିରେ ବିଜେତା ସ୍ଥିର କରାଯିବ । 
  6. ନିଜର ମୌଳିକ ଲେଖା ହିଁ ଦାଖଲ କରନ୍ତୁ । 
  7. ପ୍ରବନ୍ଧ ଗ୍ରହଣୀୟ ନୁହେଁ । 


ବିଭାଗ : କବିତା

ଭାଷା : ଓଡ଼ିଆ

ଯୋଗ୍ୟତା : ଯେକୌଣସି ବ୍ୟକ୍ତି ଭାଗନେଇପାରିବେ ।

ପ୍ରତିଯୋଗିତାର ସମୟସୀମା : ଏପ୍ରିଲ୍ ୧୦, ୨୦୨୧ ରୁ ଏପ୍ରିଲ୍ ୩୦, ୨୦୨୧

ଫଳାଫଳ : ଜୁନ୍ ୨୦୨୧

ପୁରସ୍କାର :


  1. ସର୍ବାଧିକ ଲେଖା ଦାଖଲ କରିଥିବା ପାଞ୍ଚ ଜଣ ସ୍ରଷ୍ଟାଙ୍କୁ ଷ୍ଟୋରିମିରର୍ ପ୍ରକାଶିତ ଏକ ପୁସ୍ତକ ପ୍ରଦାନ କରାଯିବା ସହ ଉତ୍କର୍ଷତା ପ୍ରମାଣପତ୍ର ପ୍ରଦାନ କରାଯିବ ।
  2. ସମୁଦାୟ ପାଞ୍ଚଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 100ର ସପ୍ ଭାଉଚର୍ ପ୍ରଦାନ କରାଯିବା ସହ ଉତ୍କର୍ଷତା ପ୍ରମାଣପତ୍ର ପ୍ରଦାନ କରାଯିବ ।
  3. ସମସ୍ତ ଅଂଶଗ୍ରହଣକାରୀଙ୍କୁ ଇ-ମାନପତ୍ର ପ୍ରଦାନ କରାଯିବ ।


ଯୋଗାଯୋଗ :

ଇ-ମେଲ - pallabini@storymirror.com

ଫୋନ ନମ୍ବର - 8637256608


କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢେଇଥିବା ନୀତିଶିକ୍ଷା ପରିବାର ଚାରିଟେବୁଲ୍ ଟ୍ରଷ୍ଟ୍ ସଂଗଠନର ସଭାପତି ଦୁର୍ଗା ଶଙ୍କର ଦେ ଏବଂ ସହ-ସମ୍ପାଦକ ପଦ୍ମ ଲୋଚନ ସାହୁ ତଥା ସଂଗଠନର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆମ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଉଛୁ ।