ପ୍ରସ୍ତାବନା :
'କବିରେବ ପ୍ରଜାପତିଃ' । କବିଙ୍କ ଭାବଚେତନାକୁ ବନ୍ଦୀକରି ରଖିବା କାହାରି ପକ୍ଷେ ମଧ୍ୟ ସମ୍ଭବ ନୁହେଁ । କବି ନିଜସ୍ୱ ସର୍ଜନ ଶକ୍ତିରେ ମହିମାମଣ୍ଡିତ । ନା ସେ କେବେ କୋଉ ଛନ୍ଦରେ ବନ୍ଧା; ନା କୋଉ ଶବ୍ଦରେ । କବି ପାଇଁ ଭାବ ସମ୍ପଦ ହିଁ ସବୁଠୁ ଉର୍ଦ୍ଧ୍ବରେ । ତଥାପି କବିତା ସୁନ୍ଦରୀକୁ ଆହୁରି ସୁନ୍ଦର କରି ଗଢି ତୋଳିବା ନିମନ୍ତେ କବି ପ୍ରୟୋଗ କରେ ବିଭିନ୍ନ ଛନ୍ଦ ଆଉ ଶୈଳୀର । ଯାହା କବିଙ୍କ ସର୍ଜନାକୁ ଦିଏ ଆହୁରି ଉଚ୍ଚ ଆସନ । ରସଗ୍ରାହୀ ପାଠକଙ୍କ ପାଇଁ ତାହା ହୁଏ ଆହୁରି ରସାଳ ।
ସେହି ଉଦ୍ଦେଶ୍ୟର ଚରିତାର୍ଥ ପାଇଁ ଷ୍ଟୋରୀମିରର୍ ଆପଣଙ୍କ ପାଇଁ ନେଇ ଆସିଛି ଏକ ଅଭିନବ କବିତା ପ୍ରତିଯୋଗିତା । ଯାହା ଆପଣଙ୍କ ସର୍ଜନ ଯାତ୍ରାକୁ ଆହୁରି ସମ୍ପ୍ରସାରିତ କରିବା ସହ ଏକ ଅଭିନବ ଲିଖନ ଅନୁଭୂତି ପ୍ରଦାନ କରିବ ବୋଲି ଆମ ଆଶା ।
ଅବତାରଣା :
ଏହି ପ୍ରତିଯୋଗିତାରେ ଆମେ ସମୁଦାୟ ପାଞ୍ଚଟି କବିତା ଶୈଳୀରେ ଆପଣଙ୍କ କବିତା ଉପସ୍ଥାପନା ପାଇଁ ଆହ୍ୱାନ କରୁଛୁ । ପ୍ରତି ଶୈଳୀ ପାଇଁ ଆମେ ୭ଟି ବିଷୟ ସହ ଏକ ସପ୍ତାହର ସମୟ ସୀମା ଧାର୍ଯ୍ୟ କରିଛୁ । ଆପଣଙ୍କୁ ଏହି ସମୟ ମଧ୍ୟରେ ପ୍ରଦତ୍ତ ଶୈଳୀରେ ନିଜର କବିତା ଦାଖଲ କରିବାକୁ ପଡ଼ିବ ।
ଏହି ପରିଭାବେ ସମୁଦାୟ ପାଞ୍ଚଟି ଶୈଳୀ ନିମନ୍ତେ ଆମେ ନିମ୍ନରେ ଆପଣଙ୍କ ପାଇଁ ପାଞ୍ଚଟି ମହାସପ୍ତାହର ଲିଖନ ଆହ୍ୱାନ ପ୍ରସ୍ତୁତ କରୁଛୁ ।
ପ୍ରଥମ ମହାସପ୍ତାହ : ଉଦବୋଧନ କବିତା
( ଡିସେମ୍ବର ୬, ୨୦୨୦ ରୁ ଡିସେମ୍ବର ୧୨, ୨୦୨୦ )
[ କବିତା ପ୍ରସ୍ତୁତି ପାଇଁ ବିଷୟ : ନାରୀ । ତରୁଣ । ଶିଶୁ । ବିଦ୍ୟାର୍ଥୀ । ଶିକ୍ଷକ । ନାଗରିକ ]
ଉଦବୋଧନ କବିତା ସମ୍ପର୍କରେ କିଛି : ଓଡ଼ିଆ ପଦ୍ୟ ସାହିତ୍ୟରେ ଏହା ଏକ ଜନପ୍ରିୟ କବିତା ଶୈଳୀ । ଏହି ପ୍ରକାର କବିତା ଲିଖନର ମୂଳ ଉଦ୍ଧେଶ୍ୟ ହେଉଛି କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଜାତିକୁ ଜାଗ୍ରତ ଅଥବା ଲକ୍ଷ୍ୟସିଦ୍ଧି ନିମନ୍ତେ କର୍ମଚଞ୍ଚଳ କରିବା । ମୂଳତଃ ଏହା ଛନ୍ଦବଦ୍ଧ କବିତା ଶୃଙ୍ଖଳାରେ ରଚିତ ହୋଇଥାଏ ।
....................
ଦ୍ଵିତୀୟ ମହାସପ୍ତାହ : ସମ୍ବୋଧନମୂଳକ କବିତା
( ଡିସେମ୍ବର ୧୩, ୨୦୨୦ ରୁ ଡିସେମ୍ବର ୧୯, ୨୦୨୦ )
[ କବିତା ପ୍ରସ୍ତୁତି ପାଇଁ ବିଷୟ : ଜହ୍ନ । ଗୋଲାପ । ନଈ । ପାହାଡ଼ । ମେଘ । ଗଛ । ଆକାଶ ]
ସମ୍ବୋଧନମୂଳକ କବିତା ସମ୍ପର୍କରେ କିଛି : ଏହି ଶୈଳୀର କବିତାକୁ ଇଂରାଜୀରେ ଓଡ୍ (Ode) କୁହାଯାଏ । ଏହି ଧରଣର କବିତାରେ କୌଣସି ବସ୍ତୁ / ବ୍ୟକ୍ତି / ଅଦୃଶ୍ୟ ସତ୍ତାକୁ ସମ୍ବୋଧନ କରି କବିତା ଆରମ୍ଭ କରାଯାଏ । ଏହା କେବଳ ଗୋଟିଏ ଭାବକୁ କେନ୍ଦ୍ରକରି ଲେଖାଯାଏ । ଏହା ଏକ ଜନପ୍ରିୟ କବିତା ଶୈଳୀ ।
....................
ତୃତୀୟ ମହାସପ୍ତାହ : ଗାଥା କବିତା
( ଡିସେମ୍ବର ୨୦, ୨୦୨୦ ରୁ ଡିସେମ୍ବର ୨୬, ୨୦୨୦ )
[ କବିତା ପ୍ରସ୍ତୁତି ପାଇଁ ବିଷୟ : ରାମାୟଣର ଯେକୌଣସି କାହାଣୀ । ମହାଭାରତର ଯେକୌଣସି କାହାଣୀ । ଜଣେ ଗରୀବର ଜୀବନ ଉପରେ, ଜଣେ ପାଗଳୀ ମା' ଉପରେ । କରୋନା ସଂଘର୍ଷ ଉପରେ, ଆପଣଙ୍କ ସଂଘର୍ଷମୟ କାହାଣୀରୁ କିଛି । ଜଣେ ନାରୀର ଜୀବନ କାହାଣୀ ଉପରେ ]
ଗାଥା କବିତା ସମ୍ପର୍କରେ କିଛି : ଗାଥା କବିତାକୁ ଇଂରାଜୀରେ ବାଲାଡ଼ (Ballad) କୁହାଯାଏ । ଏହି ଶୈଳୀ ନିଜ ଜୀବନର ନିବିଡ଼ ଅନୁଭୂତି / କୌଣସି ଲୋକପ୍ରିୟ କାହାଣୀ / କୌଣସି ବ୍ୟକ୍ତିର ପରିସ୍ଥିତିକୁ ନିଜ କବିତା ରୂପରେ ଉପସ୍ଥାପନ କରିବାକୁ ପ୍ରୟୋଗ କରାଯାଏ । ଏହା ସାଧାରଣତଃ ବସ୍ତୁନିଷ୍ଟ ହୋଇଥାଏ । ଏହି ଶୈଳୀରେ କବିତାରେ ଏକ କାହାଣୀ ପରି ଧାରାବାହିକତା ରହିଥାଏ । ଏହା ମୁଖ୍ୟତଃ ଛନ୍ଦବଦ୍ଧ ହୋଇଥାଏ ।
....................
ଚତୁର୍ଥ ମହାସପ୍ତାହ : ଚତୁର୍ଦ୍ଦଶପଦୀ କବିତା
( ଡିସେମ୍ବର ୨୭, ୨୦୨୦ ରୁ ଜାନୁଆରୀ ୦୨, ୨୦୨୧ )
[ କବିତା ପ୍ରସ୍ତୁତି ପାଇଁ ବିଷୟ : ପ୍ରେମ । ଭକ୍ତି । ମୃତ୍ୟୁ । ଜୀବନ । ବିରହ । ଅନୁତାପ । ଦୁଃଖ ]
ଚତୁର୍ଦ୍ଦଶପଦୀ କବିତା ସମ୍ପର୍କରେ କିଛି : ଆଧୁନିକ ଓଡ଼ିଆ କବିତାର ଏକ ବିଶିଷ୍ଟ ଅଙ୍ଗିକ ରୂପ ହେଉଛି ଚତୁର୍ଦ୍ଦଶପଦୀ କବିତା ବା ସନେଟ୍ । ଏହି ଶୈଳୀର କବିତାରେ ସମୁଦାୟ ୧୪ ଧାଡ଼ି ବା ପାଦ ବିଶିଷ୍ଟ । ଏହି ଧରଣ କବିତା ଲିଖନ ପାଇଁ ଆଜି ସମୁଦାୟ ତିନୋଟି ଶୈଳୀର ବ୍ୟବହାର ହେଉଛି । କିନ୍ତୁ ଏସବୁ ମଧ୍ୟରେ ମହାକବି ସେକ୍ସପିଅରଙ୍କ ଶୈଳୀ ଖୁବ୍ ଜନାଦୃତ । ଯାହାର ପାଦକୁ ସେ +୪ +୪ +୪ +୨ ଭାବେ ବିଭକ୍ତ କରିଥିଲେ । କିନ୍ତୁ ଆପଣ ଯେକୌଣସି ଶୈଳୀରେ ନିଜ କବିତା ପ୍ରସ୍ତୁତ କରିପାରିବେ ।
....................
ପଞ୍ଚମ ମହାସପ୍ତାହ : ଆଧୁନିକ ଛନ୍ଦମୁକ୍ତ କବିତା
( ଜାନୁଆରୀ ୦୩, ୨୦୨୧ ରୁ ଜାନୁଆରୀ ୯, ୨୦୨୧ )
[ କବିତା ପ୍ରସ୍ତୁତି ପାଇଁ ବିଷୟ : ଯନ୍ତ୍ରଣା । ସମୁଦ୍ର । ବନ୍ଦୀ । ସମୟ, ଆତ୍ମନେପଦୀ । ବଳାତ୍କାର । ଆଶା ]
ଆଧୁନିକ ଛନ୍ଦମୁକ୍ତ କବିତା ସମ୍ପର୍କରେ କିଛି : ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ ଓ ବ୍ୟବହୃତ କବିତା ଶୈଳୀ ହେଉଛି ଆଧୁନିକ ଛନ୍ଦମୁକ୍ତ କବିତା ଶୈଳୀ । ଏହି ଶୈଳୀ ମାଧ୍ୟମରେ କବି ନିଜ ମନର ଭାବକୁ ଅତି ସୂକ୍ଷ୍ମ ଓ କଳାତ୍ମକ ଭାବେ ନିଜ ପାଠକଙ୍କ ଆଗରେ ଉପସ୍ଥାପନ କରିପାରେ । ଏହି ଶୈଳୀରେ ଛନ୍ଦ କିମ୍ବା ବୃତ୍ତ ଆଦିର ପ୍ରୟୋଗ ନାହିଁ ।
ଆପଣଙ୍କ ପାଇଁ କିଛି ନିୟମ :
ପୁରସ୍କାର :
ବିଭାଗ : କବିତା
ଭାଷା : ଓଡ଼ିଆ
ପ୍ରତିଯୋଗିତାର ସମୟ ଅବଧି :
ଡିସେମ୍ବର ୬, ୨୦୨୦ ରୁ ଜାନୁଆରୀ ୦୯, ୨୦୨୧
ଫଳାଫଳ: ଫେବୃଆରୀ ୨୦୨୧
କୃତଜ୍ଞତା :
ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗର ହାତ ବଢ଼େଇ ଓଡ଼ିଆ ସାହିତ୍ୟର ଉନ୍ନତି କଳ୍ପେ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ 'କବିତାର ନୂଆ ସ୍ୱର' ପରିବାର ଓ ସଂଚାଳକ ତପନ କୁମାର ସାହୁଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଅର୍ପଣ କରୁଛୁ ।
ଯୋଗାଯୋଗ :
ଇ-ମେଲ - odia@storymirror.com
ଫୋନ - 8637256608
ବି.ଦ୍ର : ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।