ପ୍ରସ୍ତାବନା:
ଜୀବନର ଅଙ୍କାବଙ୍କା ଚଲାପଥରେ ଚାଲୁଚାଲୁ ମଣିଷ ଅନେକ କିଛି ଅନୁଭୂତି ଲାଭକରେ । ସେସବୁକୁ ନେଇ ସେ ନିଜର ଆଗାମୀ ଜୀବନକୁ ଆହୁରି ସରସ ଓ ସୁନ୍ଦର କରିବାକୁ ଚେଷ୍ଟାକରେ । ଜୀବନର ବିଭିନ୍ନ ମୁହୂର୍ତ୍ତରେ ଲାଭ କରିଥିବା ଅନୁଭୂତି ମଣିଷ ମନରେ ଏକ ନୂତନ ଭାବବୋଧର ସଂଚାର କରିବା ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସାମ୍ନା କରିବାକୁ ଶକ୍ତିଦିଏ । ତେବେ ସେ ଅନୁଭୂତି କେବଳ ନିଜ ଜୀବନରେ ନୁହେଁ, ଅନ୍ୟର ଜୀବନରେ ମଧ୍ୟ ଉପଯୋଗୀ ହୋଇପାରେ - ସେ ବିଶ୍ୱାସ ଆମର ଅଛି । ସେଇଥି ପାଇଁ ତ ଆମେ ନେଇ ଆସିଛୁ ଆପଣଙ୍କ ଅନୁଭୂତି ସବୁକୁ ସମସ୍ତଙ୍କ ସହ ବାଣ୍ଟିବାର ସୁଯୋଗ - #ଅନୁଭୂତିର ଇନ୍ଦ୍ରଧନୁ ।
ତେବେ ଆଉ ଅପେକ୍ଷା କାହିଁକି ? ଆପଣଙ୍କ ଜୀବନର ଅନୁଭୂତି ସବୁକୁ ଗଳ୍ପ ଓ କବିତାର ରୂପ ପ୍ରଦାନ କରିବାର ସମୟ ଆସିଯାଇଛି ! ଆମ ଆଶା ଓ ବିଶ୍ୱାସ ଏହା ଦ୍ଵାରା ଆପଣଙ୍କ ସର୍ଜନ କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ ।
ଅବତାରଣା :
ଏହି ପ୍ରତିଯୋଗିତା ଦୀର୍ଘ ୩୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ ପ୍ରତିଯୋଗିତା ମାଧ୍ୟମରେ ଆପଣଙ୍କ ଜୀବନରେ ଘଟି ଯାଇଥିବା ଘଟଣା ସବୁର ନିଆରା ଅନୁଭୂତି ସବୁକୁ ଗଳ୍ପ ଓ କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।
ଆପଣଙ୍କ ପାଇଁ ନିୟମ:
ପୁରସ୍କାର :
ଉଭୟ କାହାଣୀ ଓ କବିତା ବିଭାଗରେ ସ୍ୱତନ୍ତ୍ର ଭାବେ ୧୫ରୁ ଉର୍ଦ୍ଧ୍ବ ଲେଖା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ ଷ୍ଟୋରୀମିରର୍ ପ୍ରକାଶିତ ଏକ ପୁସ୍ତକ ପ୍ରଦାନ କରାଯିବ ।
ଉଭୟ ଗଳ୍ପ ଓ କବିତା ବିଭାଗରେ ସ୍ୱତନ୍ତ୍ର ଭାବେ ୧୦ରୁ ଉର୍ଦ୍ଧ୍ବ କବିତା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ INR 150ର ଷ୍ଟୋରୀମିରର୍ ସପ୍ ଭାଉଚର ପ୍ରଦାନ କରାଯିବ ।
ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ବିଭାଗ : କାହାଣୀ ଓ କବିତା
ଭାଷା : ଓଡିଆ
ପ୍ରତିଯୋଗିତାର ସମୟ ଅବଧି:
ଜାନୁଆରୀ ୦୧, ୨୦୨୧ ରୁ ଜାନୁଆରୀ ୩୦, ୨୦୨୧
ଫଳାଫଳ : ମାର୍ଚ୍ଚ ୨୦୨୧
କୃତଜ୍ଞତା :
ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ସ୍ଵାତୀଲଗ୍ନାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ ପାତ୍ରଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।
ଯୋଗାଯୋଗ :
ଇ-ମେଲ- odia@storymirror.com
ଫୋନ-8637256608
ବି.ଦ୍ର: ପ୍ରତିଯୋଗୀତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।