STORYMIRROR

#ଅନୁଭୂତିର ଇନ୍ଦ୍ରଧନୁ

SEE WINNERS

Share with friends

ପ୍ରସ୍ତାବନା:

ଜୀବନର ଅଙ୍କାବଙ୍କା ଚଲାପଥରେ ଚାଲୁଚାଲୁ ମଣିଷ ଅନେକ କିଛି ଅନୁଭୂତି ଲାଭକରେ । ସେସବୁକୁ ନେଇ ସେ ନିଜର ଆଗାମୀ ଜୀବନକୁ ଆହୁରି ସରସ ଓ ସୁନ୍ଦର କରିବାକୁ ଚେଷ୍ଟାକରେ । ଜୀବନର ବିଭିନ୍ନ ମୁହୂର୍ତ୍ତରେ ଲାଭ କରିଥିବା ଅନୁଭୂତି ମଣିଷ ମନରେ ଏକ ନୂତନ ଭାବବୋଧର ସଂଚାର କରିବା ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ସାମ୍ନା କରିବାକୁ ଶକ୍ତିଦିଏ । ତେବେ ସେ ଅନୁଭୂତି କେବଳ ନିଜ ଜୀବନରେ ନୁହେଁ, ଅନ୍ୟର ଜୀବନରେ ମଧ୍ୟ ଉପଯୋଗୀ ହୋଇପାରେ - ସେ ବିଶ୍ୱାସ ଆମର ଅଛି । ସେଇଥି ପାଇଁ ତ ଆମେ ନେଇ ଆସିଛୁ ଆପଣଙ୍କ ଅନୁଭୂତି ସବୁକୁ ସମସ୍ତଙ୍କ ସହ ବାଣ୍ଟିବାର ସୁଯୋଗ - #ଅନୁଭୂତିର ଇନ୍ଦ୍ରଧନୁ ।

ତେବେ ଆଉ ଅପେକ୍ଷା କାହିଁକି ? ଆପଣଙ୍କ ଜୀବନର ଅନୁଭୂତି ସବୁକୁ ଗଳ୍ପ ଓ କବିତାର ରୂପ ପ୍ରଦାନ କରିବାର ସମୟ ଆସିଯାଇଛି ! ଆମ ଆଶା ଓ ବିଶ୍ୱାସ ଏହା ଦ୍ଵାରା ଆପଣଙ୍କ ସର୍ଜନ କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ ।

ଅବତାରଣା :

ଏହି ପ୍ରତିଯୋଗିତା ଦୀର୍ଘ ୩୦ ଦିନ ପର୍ଯ୍ୟନ୍ତ ଚାଲୁରହିବ । ଉକ୍ତ ପ୍ରତିଯୋଗିତା ମାଧ୍ୟମରେ ଆପଣଙ୍କ ଜୀବନରେ ଘଟି ଯାଇଥିବା ଘଟଣା ସବୁର ନିଆରା ଅନୁଭୂତି ସବୁକୁ ଗଳ୍ପ ଓ କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।

ଆପଣଙ୍କ ପାଇଁ ନିୟମ:

  • ଏହି ପ୍ରତିଯୋଗିତା କେବଳ ଗଳ୍ପ ଓ କବିତା ନିମନ୍ତେ ।
  • ଦୈନିକ ଭାବେ ଆପଣ କାହାଣୀ ଓ କବିତା ଯେ କୌଣସି ବିଭାଗରେ ରଚନା କରିପାରିବେ ।
  • ଦୈନିକ ଉପରୋକ୍ତ ଦୁଇଟି ବିଭାଗରେ ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ।
  • ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟେଗ୍ ରେ ଯୋଡନ୍ତୁ ।
  • ଗଳ୍ପରେ ଶବ୍ଦ ସଂଖ୍ୟା ୧୫୦ରୁ କମ୍ ହେବା ଉଚିତ ନୁହେଁ ।ସେହିପରି କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।
  • ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
  • ଲେଖା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବାର ଆବଶ୍ୟକତା ନାହିଁ ।
  • ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
  • ପ୍ରବନ୍ଧ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

ଉଭୟ କାହାଣୀ ଓ କବିତା ବିଭାଗରେ ସ୍ୱତନ୍ତ୍ର ଭାବେ ୧୫ରୁ ଉର୍ଦ୍ଧ୍ବ ଲେଖା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ ଷ୍ଟୋରୀମିରର୍ ପ୍ରକାଶିତ ଏକ ପୁସ୍ତକ ପ୍ରଦାନ କରାଯିବ ।

ଉଭୟ ଗଳ୍ପ ଓ କବିତା ବିଭାଗରେ ସ୍ୱତନ୍ତ୍ର ଭାବେ ୧୦ରୁ ଉର୍ଦ୍ଧ୍ବ କବିତା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ ଲେଖକଙ୍କୁ INR 150ର ଷ୍ଟୋରୀମିରର୍ ସପ୍ ଭାଉଚର ପ୍ରଦାନ କରାଯିବ ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ବିଭାଗ : କାହାଣୀ ଓ କବିତା

ଭାଷା : ଓଡିଆ


ପ୍ରତିଯୋଗିତାର ସମୟ ଅବଧି:

ଜାନୁଆରୀ ୦୧, ୨୦୨୧ ରୁ ଜାନୁଆରୀ ୩୦, ୨୦୨୧

ଫଳାଫଳ : ମାର୍ଚ୍ଚ ୨୦୨୧


କୃତଜ୍ଞତା :


ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ସ୍ଵାତୀଲଗ୍ନାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ ପାତ୍ରଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।


ଯୋଗାଯୋଗ :

ଇ-ମେଲ- odia@storymirror.com

ଫୋନ-8637256608


ବି.ଦ୍ର: ପ୍ରତିଯୋଗୀତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।