Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#କବିତା ପର୍ବ

SEE WINNERS

Share with friends

ଜୀବନର ଦୁଃଖ-ସୁଖ, ହସ-କାନ୍ଦର ଶାବ୍ଦିକ ରୂପ ହେଉଛି କବିତା । ସେଇଥି ପାଇଁ ବୋଧେ ବିଶ୍ୱର ପ୍ରଥମ କବିତା ମହାକବି ବାଲ୍ମୀକିଙ୍କ ଯନ୍ତ୍ରଣାଦଗ୍ଧ ହୃଦୟରୁ ସୃଷ୍ଟିଲାଭ କରିଥିଲା । ଯାହା ଏହି ସତ୍ୟର ପ୍ରାମାଣିକତାକୁ ବହନକରେ । 

ତେଣୁ ଷ୍ଟୋରୀମିରର୍ ଆହ୍ୱାନ କରୁଛି ମାସବ୍ୟାପୀ କବିତା ଲିଖନ ପ୍ରତିଯୋଗିତା - 'କବିତା ପର୍ବ' । ଆସନ୍ତୁ ଆରମ୍ଭ କରିବା କବିତାର ମହାପର୍ବ ।

ତେବେ ଷ୍ଟୋରିମିରର୍ ଆପଣଙ୍କ ପାଇଁ ଏ ପ୍ରତିଯୋଗିତା ମାଧ୍ୟମରେ ଏକ ଅଭିନବ କବିତା ଲିଖନ ଧାରାର ପ୍ରଚଳନ କରିବାକୁ ଯାଉଛି । ଯାହା ଦ୍ୱାରା ଆପଣମାନଙ୍କ କବିତା ଲିଖନ ଧାରାରେ ଏକ ନୂତନତା ପରିଲକ୍ଷିତ ହେବ । ଆମ ଆଶା ଏହା ଆପଣଙ୍କ କବିତା ଲିଖନର ଧାରାକୁ ଆହୁରି ଆଗକୁ ବଢ଼େଇବାରେ ସାହାର୍ଯ୍ୟ କରିବ । 

ଏହି ପ୍ରତିଯୋଗିତାରେ ନିଜର ବହୁମୂଲ୍ୟ ସମୟ ଦେଇ ଆମକୁ ସହଯୋଗର ହାତ ବଢ଼େଇଥିବା 'ଓଡ଼ିଶା ବିଜୟ ଧ୍ବଜା ଇ-ପତ୍ରିକା'ର ସଂଚାଳକ ବିଜୟ କୁମାର ପଣ୍ଡା ମହୋଦୟଙ୍କୁ ଆମ ପରିବାର ତରଫରୁ ଅଶେଷ କୃତଜ୍ଞତା ଜଣାଉଅଛୁ ।

ନିମ୍ନରେ ତିରିଶ ଦିନ ନିମନ୍ତେ ତାରିଖ ଅନୁସାରେ ବିଷୟ ଉପସ୍ଥାପନ କରାଗଲା ।

[ ୧୦ : ଶୀତ || ୧୧ : ଆକାଶ || ୧୨ : ଜହ୍ନରାତି || ୧୩ : ତାରା || ୧୪ : ଦୀପାବଳୀ || ୧୫ : ପ୍ରେମର ପରିଭାଷା || ୧୬ : ଅମାବାସ୍ୟା || ୧୭ : ପ୍ରିୟତମା || ୧୮ : ଅଫୁଟା ଫୁଲ || ୧୯ : ମାଟି || ୨୦ : ପ୍ରାୟଶ୍ଚିତ || ୨୧ : ନାଲି ରକ୍ତ || ୨୨ : ମାଟି ଘର || ୨୪ : ଅନ୍ଧକାର || ୨୫ : ଭୁଲ୍ ଠିକଣା || ୨୬ : ଚିଠି || ୨୭ : ତମେ || ୨୮ : ବିଜନତା || ୨୯ : ବୋଝ || ୩୦ : କାର୍ତ୍ତିକ ପୂର୍ଣ୍ଣିମା || ୩୧ : ଡ଼ଙ୍ଗା || ୦୧ : ଭୋକ || ୦୨ : ଦନାର ମାଝୀ || ୦୩ : ମାଣବସା || ୦୪ : ଯୋଡ଼ାଏ ଆଖି || ୦୫ : ପାଦ || ୦୬ : ଶୁଖିଲା ପତ୍ର || ୦୭ : ମରୁଭୂମି || ୦୮ : ଥୁଣ୍ଟା ଗଛ || ୦୯ : ଲୁହ || ୧୦ : ଦେହ ]

ନୀତିନିୟମ :

  • କେବଳ କବିତା ହିଁ ଗ୍ରହଣୀୟ ।
  • ଏହି ପ୍ରତିଯୋଗିତାରେ ଦିଆଯାଇଥିବା ତିରିଶଟି ବିଷୟକୁ ନେଇ ଆପଣଙ୍କୁ ନିଜର ସର୍ଜନ ଶକ୍ତି ପ୍ରଦର୍ଶନ କରିବାକୁ ହେବ ।
  • ଆପଣ ଗୋଟିଏ ବିଷୟକୁ ନେଇ ଏକାଧିକ କବିତା ଦାଖଲ କରିପାରିବେ ।
  • ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଏକମାସ ପର୍ଯ୍ୟନ୍ତ ଚାଲୁରହିବ । 
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଉଚିତ୍ । 
  • ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • କବିତାଟି ୫୦ ଶବ୍ଦରୁ ଉର୍ଦ୍ଧ୍ଵ ହେବ ଉଚିତ ।
  • ପ୍ରବନ୍ଧ ବା ରଚନା ଗ୍ରହଣୀୟ ନୁହେଁ ।

ପୁରସ୍କାର :

  • ସର୍ବାଧିକ ଲେଖା ଦାଖଲ କରିଥିବା ଶ୍ରେଷ୍ଠ ତିନି ଜଣ କବିଙ୍କୁ କବିତା ପର୍ବର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
  • ସମୁଦାୟ ୩୦ଟି ଲେଖା କିମ୍ବା ତହିଁରୁ ଉର୍ଦ୍ଧ୍ବ ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 250ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମୁଦାୟ ୧୫ଟି ଲେଖା ଦାଖଲ କରିଥିବା ସ୍ରଷ୍ଟାଙ୍କୁ INR 100 ର ସପ୍ ଭାଉଚର ସହ ଉତ୍କୃଷ୍ଟତାର ପ୍ରମାଣପତ୍ର ପ୍ରଦାନ କରାଯିବ ।
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଯୋଗ୍ୟତା : 

ସମୟସୀମା - ନଭେମ୍ବର ୧୦ ରୁ ଡିସେମ୍ବର ୧୦,୨୦୨୦

ଫଳାଫଳ - ଡିସେମ୍ବର, ୨୦୨୦

ଭାଷା - ଓଡ଼ିଆ

ବିଭାଗ - କବିତା

ଯୋଗାଯୋଗ - odia@storymirror.com