ଜୀବନର ଦୁଃଖ-ସୁଖ, ହସ-କାନ୍ଦର ଶାବ୍ଦିକ ରୂପ ହେଉଛି କବିତା । ସେଇଥି ପାଇଁ ବୋଧେ ବିଶ୍ୱର ପ୍ରଥମ କବିତା ମହାକବି ବାଲ୍ମୀକିଙ୍କ ଯନ୍ତ୍ରଣାଦଗ୍ଧ ହୃଦୟରୁ ସୃଷ୍ଟିଲାଭ କରିଥିଲା । ଯାହା ଏହି ସତ୍ୟର ପ୍ରାମାଣିକତାକୁ ବହନକରେ ।
ତେଣୁ ଷ୍ଟୋରୀମିରର୍ ଆହ୍ୱାନ କରୁଛି ମାସବ୍ୟାପୀ କବିତା ଲିଖନ ପ୍ରତିଯୋଗିତା - 'କବିତା ପର୍ବ' । ଆସନ୍ତୁ ଆରମ୍ଭ କରିବା କବିତାର ମହାପର୍ବ ।
ତେବେ ଷ୍ଟୋରିମିରର୍ ଆପଣଙ୍କ ପାଇଁ ଏ ପ୍ରତିଯୋଗିତା ମାଧ୍ୟମରେ ଏକ ଅଭିନବ କବିତା ଲିଖନ ଧାରାର ପ୍ରଚଳନ କରିବାକୁ ଯାଉଛି । ଯାହା ଦ୍ୱାରା ଆପଣମାନଙ୍କ କବିତା ଲିଖନ ଧାରାରେ ଏକ ନୂତନତା ପରିଲକ୍ଷିତ ହେବ । ଆମ ଆଶା ଏହା ଆପଣଙ୍କ କବିତା ଲିଖନର ଧାରାକୁ ଆହୁରି ଆଗକୁ ବଢ଼େଇବାରେ ସାହାର୍ଯ୍ୟ କରିବ ।
ଏହି ପ୍ରତିଯୋଗିତାରେ ନିଜର ବହୁମୂଲ୍ୟ ସମୟ ଦେଇ ଆମକୁ ସହଯୋଗର ହାତ ବଢ଼େଇଥିବା 'ଓଡ଼ିଶା ବିଜୟ ଧ୍ବଜା ଇ-ପତ୍ରିକା'ର ସଂଚାଳକ ବିଜୟ କୁମାର ପଣ୍ଡା ମହୋଦୟଙ୍କୁ ଆମ ପରିବାର ତରଫରୁ ଅଶେଷ କୃତଜ୍ଞତା ଜଣାଉଅଛୁ ।
ନିମ୍ନରେ ତିରିଶ ଦିନ ନିମନ୍ତେ ତାରିଖ ଅନୁସାରେ ବିଷୟ ଉପସ୍ଥାପନ କରାଗଲା ।
[ ୧୦ : ଶୀତ || ୧୧ : ଆକାଶ || ୧୨ : ଜହ୍ନରାତି || ୧୩ : ତାରା || ୧୪ : ଦୀପାବଳୀ || ୧୫ : ପ୍ରେମର ପରିଭାଷା || ୧୬ : ଅମାବାସ୍ୟା || ୧୭ : ପ୍ରିୟତମା || ୧୮ : ଅଫୁଟା ଫୁଲ || ୧୯ : ମାଟି || ୨୦ : ପ୍ରାୟଶ୍ଚିତ || ୨୧ : ନାଲି ରକ୍ତ || ୨୨ : ମାଟି ଘର || ୨୪ : ଅନ୍ଧକାର || ୨୫ : ଭୁଲ୍ ଠିକଣା || ୨୬ : ଚିଠି || ୨୭ : ତମେ || ୨୮ : ବିଜନତା || ୨୯ : ବୋଝ || ୩୦ : କାର୍ତ୍ତିକ ପୂର୍ଣ୍ଣିମା || ୩୧ : ଡ଼ଙ୍ଗା || ୦୧ : ଭୋକ || ୦୨ : ଦନାର ମାଝୀ || ୦୩ : ମାଣବସା || ୦୪ : ଯୋଡ଼ାଏ ଆଖି || ୦୫ : ପାଦ || ୦୬ : ଶୁଖିଲା ପତ୍ର || ୦୭ : ମରୁଭୂମି || ୦୮ : ଥୁଣ୍ଟା ଗଛ || ୦୯ : ଲୁହ || ୧୦ : ଦେହ ]
ନୀତିନିୟମ :
ପୁରସ୍କାର :
ଯୋଗ୍ୟତା :
ସମୟସୀମା - ନଭେମ୍ବର ୧୦ ରୁ ଡିସେମ୍ବର ୧୦,୨୦୨୦
ଫଳାଫଳ - ଡିସେମ୍ବର, ୨୦୨୦
ଭାଷା - ଓଡ଼ିଆ
ବିଭାଗ - କବିତା
ଯୋଗାଯୋଗ - odia@storymirror.com