STORYMIRROR

#ଶବ୍ଦରୁ ସୃଜନ (ଦ୍ଵିତୀୟ ସଂସ୍କରଣ)

SEE WINNERS

Share with friends

ଶବ୍ଦକୁ ବ୍ରହ୍ମଙ୍କ ଆସନ ପ୍ରଦାନ କରାଯାଇଥାଏ । ତେଣୁ ଶବ୍ଦକୁ ଶବ୍ଦ ବ୍ରହ୍ମ ଭାବେ ଅଭିହିତ କରାଯାଏ । ସାହିତ୍ୟରେ ଶବ୍ଦ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯାହା ସାହିତ୍ୟକୁ ସମୃଦ୍ଧ ଓ ଉଚ୍ଚକୋଟୀର ସାହିତ୍ୟର ମାନ୍ୟତା ପ୍ରଦାନ କରିବାରେ ସମର୍ଥ ହୋଇଥାଏ । ପ୍ରାଚୀନ ସାହିତ୍ୟରୁ ସାହିତ୍ୟ ସ୍ରଷ୍ଟାମାନେ ଶବ୍ଦକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବା ସହ ଶବ୍ଦ ପ୍ରୟୋଗରେ ବେଶ ଯତ୍ନଶୀଳ ହେବାର ମନ୍ତବ୍ୟ ଆମ ଦୃଷ୍ଟିଗୋଚର ହୋଇଥାଏ । ତେଣୁ ଆସନ୍ତୁ ଶବ୍ଦକୁ ନେଇ ନିଜ ସୃଜନ ଧାରାକୁ ଅଗ୍ରଗାମୀ କରିବା 'ଶବ୍ଦରୁ ସୃଜନ' (ଦ୍ୱିତୀୟ ସଂସ୍କରଣ) ପ୍ରତିଯୋଗିତା ମାଧ୍ୟମରେ ।

ପ୍ରସ୍ତାବନା : 

ନିମ୍ନରେ ସମୁଦାୟ ୩୦ଟି ଶବ୍ଦର ଉଲ୍ଲେଖ କରାଗଲା ଯାହାକୁ ନେଇ ଆପଣ ନିଜର ସୃଜନର ପରିପ୍ରକାଶ କରିବେ ।

୧. ବର୍ଷା ସହ କିଛି ସ୍ମୃତି

୨. ଅବ୍ୟକ୍ତ କୋହ

୩. କାଗଜ ଡଙ୍ଗା

୪. କାଶତଣ୍ଡି ଫୁଲ

୫. ନଈ 

୬. ଭିଜା ମାଟି

୭. ନିଃସଙ୍ଗତା

୮. ଆଧୁନିକ ନାରୀ

୯. ପାରିବାରିକ କଳହ

୧୦. ଅତୃପ୍ତ ଆତ୍ମା

୧୧. ନାସ୍ତିକ

୧୨. ମାନବିକତା

୧୩. ତୁମ ନୀରବତା

୧୪. ପ୍ରିୟାର ଓଢଣୀ

୧୫. କଳଙ୍କିନୀ

୧୬. ଶେଷ ଫଗୁଣ ଚିଠି

୧୭. ଅଭିମାନୀ ଭକ୍ତ

୧୮. କରୋନା ଓ ବିଚଳିତ ଜୀବନ

୧୯. ବନ୍ଧୁକ ମୁନରେ ଜୀବନ

୨୦.ପାଉଁଶ ତଳର ସ୍ବପ୍ନ

୨୧. ଅଧୁରା କାହାଣୀ

୨୨. ମାୟା ସଂସାର

୨୩. ଅନଲାଇନ୍ ଆସର

୨୪. ଭରଚୁଆଲ୍ ବିବାହ

୨୫. ଈଶ୍ୱର

୨୬. ଭ୍ରମଣ

୨୭. ଅଭିନୟ

୨୮. ଅଧୁରା ସ୍ୱପ୍ନ

୨୯. କର୍ତ୍ତବ୍ୟ

୩୦. ଅତିଥି

ନୀତିନିୟମ :

  • ଆପଣଙ୍କ ଲେଖା ଦିଆଯାଇଥିବା ଶବ୍ଦର ଭାବବସ୍ତୁ ଆଧାରିତ ହେବା ନିତାନ୍ତ ଆବଶ୍ୟକ । ଅଥବା ଆପଣ ସିଧାସଳଖ ଶବ୍ଦକୁ ବ୍ୟବହାର କରି ମଧ୍ୟ ନିଜର ଲେଖା ପ୍ରସ୍ତୁତ କରିପାରିବେ । 
  • ପ୍ରସ୍ତୁତ କରାଯାଇଥିବା ଶବ୍ଦକୁ ଶୀର୍ଷକ ଭାବେ ରଖିବା ବାଧ୍ୟତାମୂଳକ ନୁହେଁ । ଆପଣ ନିଜସ୍ୱ ଶୀର୍ଷକ ଦେଇପାରନ୍ତି ।
  • ଏହି ପ୍ରତିଯୋଗିତା ଦୁଇଟି ମାରାଥନ ଅନ୍ତର୍ଗତ ।
  • ୧. ତିରିଶ ଶବ୍ଦ ତିରିଶ ସୃଜନ
  • ୨. ପନ୍ଦର ଶବ୍ଦ ପନ୍ଦର ସୃଜନ
  • ଆପଣ ପ୍ରତିଯୋଗିତା ଅବଧିର ଯେକୌଣସି ସମୟରେ, ଯେକୌଣସି ଦିନରେ, ଯେକୌଣସି ବିଷୟରେ ଲେଖା ଦାଖଲ କରିପାରିବେ । କିନ୍ତୁ ଆପଣଙ୍କୁ ମାରାଥନ୍ ଅନୁଯାୟୀ ପ୍ରସ୍ତୁତ ଶବ୍ଦ ଅନୁଯାୟୀ ସମୁଦାୟ ୩୦ଟି କିମ୍ବା ୧୫ ଲେଖା ଦାଖଲ କରିବାକୁ ହେବ । ଅବଶ୍ୟ ଏ କ୍ଷେତ୍ରରେ ଆପଣ ସ୍ୱାଧୀନ । 
  • କେବଳ କବିତା (୧୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଓ କାହାଣୀ ୨୫୦ ଶବ୍ଦରୁ ଊର୍ଦ୍ଧ୍ଵ) ଗ୍ରହଣୀୟ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବାକୁ ହେବ ।
  • ଆପଣ ଦାଖଲ କରୁଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଦାଖଲ ସମୟରେ ଏହାର ବ୍ୟାକରଣଗତ ତ୍ରୁଟି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । 
  • ପ୍ରବନ୍ଧ ଗ୍ରହଣୀୟ ନୁହେଁ ।

ଶ୍ରେଣୀଗୁଡିକ :

  • କାହାଣୀ
  • କବିତା

ଭାଷା: ଓଡ଼ିଆ

ପୁରସ୍କାର :

  • ଉଭୟ କବିତା ଓ କାହାଣୀ ବିଭାଗରେ ଶ୍ରେଷ୍ଠ ତିରିଶ ଲେଖାକୁ ନେଇ ଇ-ପୁସ୍ତକ ପ୍ରକାଶ କରାଯିବ ।
  • ଯେଉଁମାନେ ସଫଳତାର ସହ 'ତିରିଶ ଶବ୍ଦ ତିରିଶ ସୃଜନ' ମାରାଥନ ସମାପନ କରିବେ ତାଙ୍କୁ INR 200 ସପ୍ ଭାଉଚର ସହ 'ତିରିଶ ଶବ୍ଦ ତିରିଶ ସୃଜନ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 
  • ଯେଉଁମାନେ ସଫଳତାର ସହ 'ପନ୍ଦର ଶବ୍ଦ ପନ୍ଦର ସୃଜନ' ମାରାଥନ ସମାପନ କରିବେ ତାଙ୍କୁ INR 150 ସପ୍ ଭାଉଚର ସହ 'ପନ୍ଦର ଶବ୍ଦ ପନ୍ଦର ସୃଜନ'ର ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଦାଖଲ ଅବଧି: ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୨୦, ୨୦୨୧

ଫଳାଫଳ: ନଭେମ୍ବର ୧୦, ୨୦୨୧

ଯୋଗାଯୋଗ:

ଇମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 9337166172

କୃତଜ୍ଞତା : ଏହି ପ୍ରତିଯୋଗିତାରେ ସହଯୋଗର ହାତ ବଢ଼େଇଥିବା 'ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ'ର ମୁଖ୍ୟ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ନାୟକ, ମୁଖ୍ୟ ସଭାପତି ମୋହନ ଚରଣ ବିଶି, ମୁଖ୍ୟ ସଂଯୋଜକ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟ ମାର୍ଗଦର୍ଶକ ଭାଗିରଥି ସାଗର, ଉପଦେଷ୍ଟା ଅଜିତ ଦାସ, ସଭାପତି ବବୃ ସାହୁ, ଆବାହକ ଅକ୍ଷୟ ପଟ୍ଟନାୟକ, ସଂଯୋଜକ ଦୀନବନ୍ଧୁ ବାଗ, ମାର୍ଗଦର୍ଶକ ରୋହିତ ନଗେଶ, ମୁଖ୍ୟ ସମ୍ପାଦକ ଦୁର୍ଯ୍ୟୋଧନ ଚଣ୍ଡି, ମୁଖ୍ୟ ସମ୍ପାଦିକା ଅନୁରାଧା କର, ପ୍ରତିଷ୍ଠାତା ରୀକ୍ଷିରାମ ମେହେର, ସହ ସମ୍ପାଦକ ଯଶୋବନ୍ତ ବିଶ୍ୱାଳ, ସହ ସମ୍ପାଦିକା ଶଙ୍ଖା ଖର୍ସେଲ, ଆବାହକ ରଞ୍ଜନ କୁମାର ପଣ୍ଡା, ଲୋକନାଥ ରେଡ଼ି, ଗୋପାଳ ଭାଟି, ବିରଞ୍ଚି ନିଆଲ, କ୍ଷୀରସିନ୍ଧୁ ନାଏକ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ ।