STORYMIRROR

#ବ୍ୟଙ୍ଗ ଦରବାର

SEE WINNERS

Share with friends

ବ୍ୟଙ୍ଗ କେବଳ ମଣିଷକୁ ଖୁସି ଦେଇନ ଥାଏ, ସେହି ଖୁସି ଭିତରେ ଭରିରହିଥାଏ ତିର୍ଯ୍ୟକ ଭାବେ ସମାଜ ପାଇଁ କିଛି ବାର୍ତ୍ତା, ସମାଜକୁ ପରିବର୍ତ୍ତନ କରିବା ପାଇଁ ନିଆରା ନିର୍ଦ୍ଦେଶନା। ମଣିଷ ମୁହଁରେ ଧାରେ ଖୁସି ଦେବା ସହ ତା'ର ନୈତିକ ସାମାଜିକ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଆହ୍ବାନ କେବଳ ବ୍ୟଙ୍ଗ ମାଧ୍ୟମରେ ହିଁ ହୋଇଉଠେ ଚମତ୍କୃତ। ତେଣୁ ସାହିତ୍ୟର ବିଭିନ୍ନ ଶୈଳୀ ଓ ଭାବ ମଧ୍ୟରେ ହାସ୍ୟ ରସ ବା ବ୍ୟଙ୍ଗ ଏକ ବିଶେଷ ବିଭାବ। ଏ ବ୍ୟଙ୍ଗ ଆଜିର ନୁହଁ, ଆଦି କାଳର ସାହିତ୍ୟରୁ ଅଦ୍ୟାବଧି ଏହାର ଧାରା ନିରବଚ୍ଛିନ୍ନ। ତେଣୁ ଏହି ଧାରାକୁ ଆହୁରି ବଳିଷ୍ଠ କରିବା ସହ ଆସନ୍ତୁ ଏହି ପ୍ରତିଯୋଗିତା ମାଧ୍ୟମରେ ସମାଜରେ ସକାରାତ୍ମକ କ୍ରାନ୍ତିର ଅଗମ ଘଟେଇବା।

ଆମେ ସମସ୍ତ ସ୍ରଷ୍ଟାମାନଙ୍କୁ ନିଜର ବ୍ୟଙ୍ଗ କବିତା ଓ ଗଳ୍ପ ଦାଖଲ ପାଇଁ #ବ୍ୟଙ୍ଗ ଦରବାର ପ୍ରତିଯୋଗିତା ଉପସ୍ଥାପନ କଲୁ।

ସର୍ତ୍ତାବଳୀ :

  • କେବଳ ବ୍ୟଙ୍ଗ କବିତା ଓ ଗଳ୍ପ ହିଁ ଗ୍ରହଣୀୟ ହେବ ।
  • କୌଣସି ବିବାଦୀୟ ତଥା ବ୍ୟକ୍ତି, ଗୋଷ୍ଠୀ ବା ଅନୁଷ୍ଠାନକୁ ପ୍ରତ୍ୟକ୍ଷ ସମାଲୋଚନା କରି ପ୍ରସ୍ତୁତ ଲେଖା ଗ୍ରହଣୀୟ ହେବ ନାହିଁ ।
  • ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  • କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
  • ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  • ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।

ପୁରସ୍କାର :

  • କବିତା ବିଭାଗରେ ୫୦ରୁ ଊର୍ଦ୍ଧ୍ଵ କବିତା ଦାଖଲ କରିଥିବା କବିଙ୍କୁ 'ବ୍ୟଙ୍ଗ ବାରିଧି' ନାମକ ସ୍ଵତନ୍ତ୍ର ମାନପତ୍ର ସହ ତାଙ୍କ କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।
  • କାହାଣୀ ବିଭାଗରେ ୨୦ରୁ ଊର୍ଦ୍ଧ୍ଵ କାହାଣୀ ଦାଖଲ କରିଥିବା କଥାଶିଳ୍ପୀଙ୍କୁ 'ବ୍ୟଙ୍ଗ ବାରିଧି' ନାମକ ସ୍ଵତନ୍ତ୍ର ମାନପତ୍ର ସହ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।
  • ସମୁଦାୟ ୫ରୁ ଅଧିକ ସଂଖ୍ୟକ କୃତି ଦାଖଲ କରିଥିବା ଲେଖକଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦ ଟଙ୍କାର ରିହାତି ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।

ବିଭାଗ : କାହାଣୀ | କବିତା

ଭାଷା : ଓଡ଼ିଆ

ସମୟସୀମା :

  • ଆରମ୍ଭ - ମାର୍ଚ୍ଚ ୨୫, ୨୦୨୨
  • ଶେଷ - ଅପ୍ରେଲ ୨୫, ୨୦୨୨
  • ଫଳାଫଳ - ମେ' ୩୦, ୨୦୨୨

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢେଇଥିବା 'ଆସିକା ମଧୁର ସାହିତ୍ୟ ସଂସଦ'ର ସମ୍ପାଦକ ପ୍ରସନ୍ନ କୁମାର ସାହୁ, ବୁଲୁ ବେହେରା, ରତ୍ନାକର, ପଞ୍ଚାନନ ନାହକ, ଅମୂଲ୍ୟ କୁମାର ଦାସ, ଅଜିତ କୁମାର ତ୍ରିପାଠୀ, ନଳିନୀ ପ୍ରଭା ମିଶ୍ର, ଭଜରାମ ସେଠୀ, ସୌଦାମିନୀ ମିଶ୍ର ତଥା ସମସ୍ତ କର୍ମକର୍ତ୍ତା ଏବଂ ବି. ନିରୂପମାଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  

ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845