STORYMIRROR

#ଲେଖା ଓ ଲେଖନୀ

SEE WINNERS

Share with friends

"ଗୋଟିଏ ଶବ୍ଦ ପରେ ଗୋଟିଏ ଶବ୍ଦ, ତାପରେ ଆଉ ଏକ ଶବ୍ଦର ସମାହାର ହେଉଛି ଏକ ଶକ୍ତି"

---ମାର୍ଗେଟ୍ ଆଟଉଡ୍ 


ଷ୍ଟୋରୀ ମିରର୍ ସବୁବେଳେ ସେହି ପ୍ରୟାସରେ ବିଶ୍ୱାସ କରେ ଯାହା ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ମହାନ କାହାଣୀ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ କବିତା ପଢ଼ିବାର ଏକ ନୂତନ ଅଦୃଶ୍ୟ ଅନୁଭବକୁ ସୃଷ୍ଟି କରେ। ପରସ୍ତ ପରସ୍ତ ହୋଇ କାହାଣୀର ମଧ୍ୟରେ ଲୁକ୍କାୟିତ ଅର୍ଥକୁ ବୁଝିବା, ଲୋଭନୀୟ ଚରିତ୍ରର ମୋହରେ ପଡ଼ିବା, କବିତାର ପ୍ରତିଟି ଶବ୍ଦକୁ ନିଜର କରିବା ତ ହିଁ ଦିବ୍ୟ ଅନୁଭବ, ବିସ୍ତୁତ ଉପଲବ୍ଧି। ଲେଖକଟିଏ ପାଇଁ ଲେଖା ଓ ଲେଖନୀ ହିଁ ତ ଲେଖକ ପାଇଁ ନିଶ୍ୱାସ ଓ ପ୍ରଶ୍ୱାସ ବାୟୁ । ଏହି ଦୁଇ ଅସ୍ତ୍ରକୁ ପାଥେୟ କରି ଶବ୍ଦ ଯୁଦ୍ଧରେ ଅପରାଜେୟ ଯୋଦ୍ଧା ପାଲଟେ ଲେଖକଟିଏ । ପାଠକକୁ ଭେଟି ଦିଏ ବିଜୟର ଭେଟି । କହିବା ବାହୁଲ୍ୟ ଯେ, ସ୍ରଷ୍ଟା ପାଇଁ ଶବ୍ଦ ଶକ୍ତି ହିଁ ଶ୍ରେଷ୍ଠ ଶକ୍ତି । 


ତେବେ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର.. ସହଯୋଗରେ ଷ୍ଟୋରୀ ମିରର୍ ଆପଣଙ୍କୁ ଏକ ରାଜ୍ୟସ୍ତରୀୟ କାହାଣୀ ଏବଂ କବିତା ପ୍ରତିଯୋଗିତା - "ଷ୍ଟୋରୀ ମିରର୍ ରାଜ୍ୟସ୍ତରୀୟ "ଲେଖା ଓ ଲେଖନୀ" ପ୍ରତିଯୋଗିତା" ପାଇଁ ସ୍ୱାଗତ କରୁଛି ।


ନିଜ ଭିତରେ ଶବ୍ଦ ଶକ୍ତିକୁ ଜାଗରିତ କରିବାର ସୁଯୋଗ...

ନିୟମ:

ଆପଣ ଯେକୌଣସି ଥିମ୍ ଉପରେ ଆପଣଙ୍କର ଲେଖା ଦାଖଲ କରିପାରିବେ ।

ଲିଖନ ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ସମ୍ପାଦକୀୟ ସ୍କୋର ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।

କୌଣସି ଶବ୍ଦ ସୀମା ନାହିଁ ।

ଇମେଲ କିମ୍ବା ହାର୍ଡ଼ କପି କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।

କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ବିଭାଗ: କାହାଣୀ, କବିତା

ଭାଷା: ଓଡ଼ିଆ

ପୁରସ୍କାର:

ସମସ୍ତ ଅଂଶଗ୍ରହଣକାରୀ ସ୍ରଷ୍ଟାଙ୍କୁ ଏକ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ।

ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୫ ଲେଖାକୁ ଷ୍ଟୋରିମିରର୍ ସପ୍ ଭାଉଚର୍ ୧୫୦ ଟଙ୍କା / - ପ୍ରଦାନ କରାଯିବ

ଏହି ଶ୍ରେଷ୍ଠ ୫ ବିଜେତାଙ୍କୁ ବିଜେତା ପ୍ରମାଣପତ୍ର ପ୍ରଦାନ କରାଯିବ।

ଶ୍ରେଷ୍ଠ ୧୦ ଗଳ୍ପ ଓ ୧୦ କବିତାକୁ ନେଇ ଷ୍ଚୋରିମିରର ଦ୍ୱାରା ଏକ ଇବୁକ୍ ରେ ପ୍ରକାଶିତ।


ଦାଖଲ ଅବଧି: ନଭେମ୍ବର ୨୮ , ୨୦୨୨ , ରୁ ଜାନୁଆରୀ୧୫, ୨୦୨୩ ପର୍ଯ୍ୟନ୍ତ 

ଫଳାଫଳ: ମାର୍ଚ୍ଚ ୨୦୨୩ 

କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁରର ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।