STORYMIRROR

#ଭାରତୀ : ଭରତବନ୍ଧୁ ବିଶ୍ଵାଳ

SEE WINNERS

Share with friends

ଆଶା ଅଭିଳାଷା ପ୍ରଦୀପର ଶିଖା

ପରିବର୍ତ୍ତନର ସ୍ୱର

ବିରଜା ମାଟିର ଆହ୍ୱାନ ହେ ସ୍ରଷ୍ଟା

ସୁଦର୍ଶନ ନୀଳଚକ୍ର

ହେଉ ବିଶ୍ୱର କଲ୍ୟାଣ

ସଞ୍ଚରୁ ସାହିତ୍ୟ ଶାନ୍ତି ମୈତ୍ରୀ ପ୍ରୀତି

ପ୍ରସରୁ ଭାରତ ଜ୍ଞାନ ।

ବନ୍ଧୁଗଣ ! ସାହିତ୍ୟର ପ୍ରଚାରପ୍ରସାର ପାଇଁ ବ୍ୟକ୍ତିଗତ ଭାବେ ସବୁବେଳେ ଚେଷ୍ଟାରତ ତଥା ଚଳିତ #୨୦୨୧ ବର୍ଷ ନିମନ୍ତେ ବର୍ଷର ଶ୍ରେଷ୍ଠ ଲେଖକ (ସମ୍ପାଦକ ଚୟନ)ରେ ବିଜୟୀ ଘୋଷିତ କବି ଓ ଲେଖକ ଭରତବନ୍ଧୁ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ '#ଭାରତୀ : ଭରତବନ୍ଧୁ ବିଶ୍ଵାଳ' ଶୀର୍ଷକ ଏହି ପ୍ରତିଯୋଗିତା ଆୟୋଜିତ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରାନ୍ତୀୟ କ୍ଷେତ୍ରରେ ସାହିତ୍ୟର ପ୍ରଚାର ଓ ପ୍ରସାର ସାଧନ ସହ ସବୁ କ୍ଷେତ୍ରର ଲେଖକ ଓ କବିମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା ।

ତେବେ ଆସନ୍ତୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଏହାକୁ ସଫଳ କରିବା ।

କୃତି ନିମ୍ନ ବିଷୟ ଆଧାରିତ ହେବା ଉଚିତ୍ :

୧. ଧର୍ମ, ଦର୍ଶନ ଏବଂ ସାମାଜିକ ମୂଲ୍ୟବୋଧକୁ ଉଜ୍ଜିବୀତ କରୁଥିବା ତଥା ମୂଳ ସିଦ୍ଧାନ୍ତ ଉଜାଗର କରୁଥିବା ବିଷୟବସ୍ତୁ ଗୁଡିକର ଚୟନ।

୨. ସାହିତ୍ୟ ମାଧ୍ୟମରେ ସତ୍ୟ-ଶିବ-ସୁନ୍ଦର ପରିକଳ୍ପନା ଏବଂ ଏହାର ସାକାର ରୂପ ନିମନ୍ତେ ସୃଜନ ସଂକଳ୍ପ ।

୩.ଏକ ସୁସଂହତ, ବୌଦ୍ଧିକ ସମାଜ ଗଠନ ଦିଗରେ ସାହିତ୍ୟର ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି ।

ସର୍ତ୍ତାବଳୀ :

  • କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।
  • ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
  • କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
  • ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଲେଖା ଏହି ଅଂଶଗ୍ରହଣ ଲିଙ୍କ୍ ମାଧ୍ୟମରେ ହିଁ ଗ୍ରହଣୀୟ ।
  • ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ । ବ୍ଯାକରଣଗତ ତ୍ରୁଟିବିଚ୍ୟୁତି, ଲେଖାରେ ପରିଚ୍ଛନ୍ନତା ଆଦି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।
  • ଅଂଶଗ୍ରହଣ ପୂର୍ବରୁ ନିଜ ପ୍ରୋଫାଇଲ ଫଟୋ, ଯୋଗାଯୋଗ ଆଦି ତଥ୍ୟ ନିଶ୍ଚୟ ଉପଲବ୍ଧ କରନ୍ତୁ ।
  • ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।
  • ପ୍ରବନ୍ଧ ଗ୍ରହଣୀୟ ନୁହଁ ।

ପୁରସ୍କାର :

  • କବିତା ଓ କାହାଣୀ କ୍ଷେତ୍ରରେ ଶ୍ରେଷ୍ଠ ତିନି ସ୍ରଷ୍ଟାଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
  • ସର୍ବାଧିକ ଲେଖା (ସର୍ବନିମ୍ନ ୧୦ରୁ ଊର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ) ଦାଖଲ କରିଥିବା ଲେଖକଙ୍କୁ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବା ସହ ୧୦୦/- ଷ୍ଟୋରିମିରର୍ ସପ ଭାଉଚର ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଲେଖା ଗ୍ରହଣ ଅବଧି :

ମାର୍ଚ୍ଚ ୫, ୨୦୨୨ ରୁ ମାର୍ଚ୍ଚ ୨୦, ୨୦୨୨

ଫଳାଫଳ: ଏପ୍ରିଲ ୨୦, ୨୦୨୨

ଭାଷା : ଓଡ଼ିଆ

ବିଭାଗ : କବିତା ଓ କାହାଣୀ

କୃତଜ୍ଞତା : ଏହି ପ୍ରତିଯୋଗିତାରେ ଆମକୁ ସାହାଯ୍ୟର ହାତ ବଢେଇ ଥିବା ଭରତବନ୍ଧୁ ବିଶ୍ଵାଳଙ୍କୁ ଆମ ତରଫରୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ।

ଯୋଗାଯୋଗ :

ଇ-ମେଲ : pallabini@storymirror.com

ମୋବାଇଲ ନମ୍ବର : +91 8637256608, +91 91106 62845