STORYMIRROR

#ହସ ଅଦାଲତ

SEE WINNERS

Share with friends

କଥା ପଦିଏ, ସେଥିରେ ହସ ଗଦାଏ ଥାଏ, ସେଥିରେ ଥାଏ ବ୍ୟଙ୍ଗ ସହ ଥାଏ ଆଲୋଚନା ଓ ସାମାଲୋଚନାର ଦୃଷ୍ଟିଭଙ୍ଗୀ। ହସିବା ସହ କେଇ ପଦ କଥା ଧାଡ଼ିରେ ଥାଏ ସମାଜକୁ ସଚେତନ କରିବାର ସୂତ୍ର। ସଂକ୍ଷିପ୍ତତମ ପଦ୍ୟରେ ନିବିଡ଼ ଅନୁଭବ, ଆମ ଆଖ ପାଖରେ ବ୍ୟବହୃତ ଚଳନ୍ତି ଭାଷାରେ ସହଜରେ ବୁଝିହୁଏ, ହେଜିହୁଏ। ମନୁଷ୍ୟର ଦୈନନ୍ଦିନ ଜୀବନରେ , ତାମ କର୍ମମୟ ପରିସର ମଧ୍ୟରେ ହାସ୍ୟ, ବ୍ୟଙ୍ଗ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଜଡ଼ିତ । ହସିବା ଓ ହସାଇବାରେ ଥାଏ ଅପୂର୍ବ ଆନନ୍ଦ। କାହା ମନକୁ, ହୃଦୟକୁ ଆହତ ନକରି, ଅଶ୍ଳୀଳତାକୁ ପ୍ରସୟ ନଦେଇ ନିଜ, ଲେଖା, କଥା ମୁଖଭଙ୍ଗୀରେ ହସାଇବା ଏକ କଳା। ଏହା ଆଜିର ନୁହଁ, ଆଦି କାଳର ସାହିତ୍ୟରୁ ଅଦ୍ୟାବଧି ଏହାର ଧାରା ନିରବଚ୍ଛିନ୍ନ। ତେଣୁ ଏହି ଧାରାକୁ ଆହୁରି ବଳିଷ୍ଠ କରିବା ସହ ଆସନ୍ତୁ ଏହି ପ୍ରତିଯୋଗିତା ମାଧ୍ୟମରେ ସମାଜରେ ସକାରାତ୍ମକ କ୍ରାନ୍ତିର ଅଗମ ଘଟେଇବା। ନିଜେ ହସିବା ସହଜ ଓ ସରଳ ପ୍ରକ୍ରିୟା ଏକ ମାତ୍ର ଅନ୍ୟକୁ ହସାଇବା ଏକ କଳା ଏକ ଦକ୍ଷତାପୂର୍ଣ୍ଣ କାର୍ଯ୍ୟ। ତେବେ ଅନ୍ୟକୁ ନିଜ ଲେଖା, ଶବ୍ଦ, ଗଳ୍ପ, କବିତା, କାହାଣୀରେ ହସାଇବା ପାଇଁ ଏହି ପ୍ରତିଯୋଗିତରା ଉଦ୍ଦେଶ୍ୟ।


ଆମେ ସମସ୍ତ ସ୍ରଷ୍ଟାମାନଙ୍କୁ ନିଜର କବିତା ଓ ଗଳ୍ପ ଦାଖଲ ପାଇଁ #ହସ ଅଦାଲତ ପ୍ରତିଯୋଗିତା ଉପସ୍ଥାପନ କଲୁ।


ସର୍ତ୍ତାବଳୀ :

କେବଳ ବ୍ୟଙ୍ଗ କବିତା ଓ ଗଳ୍ପ ହିଁ ଗ୍ରହଣୀୟ ହେବ ।

କୌଣସି ବିବାଦୀୟ ତଥା ବ୍ୟକ୍ତି, ଗୋଷ୍ଠୀ ବା ଅନୁଷ୍ଠାନକୁ ପ୍ରତ୍ୟକ୍ଷ ସମାଲୋଚନା କରି ପ୍ରସ୍ତୁତ ଲେଖା ଗ୍ରହଣୀୟ ହେବ ନାହିଁ ।

ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ଯେ କୌଣସି ଢ଼ଗ ଢମାଳି, ଲୋକକଥାକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଉଦାହରଣ ଦେଇ ଲେଖିପାରିବେ

କାହାଣୀ/କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।

କବିତାଟି (୧୦୦ ଶବ୍ଦ) ଓ କାହାଣୀ (୨୦୦ ଶବ୍ଦ)ରୁ ଅଧିକ ହୋଇଥିବ ।

ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ ଓ କବିତା ଦାଖଲ କରିବା ଗ୍ରହଣୀୟ ହେବ ।

କାହାଣୀ/କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

ମଞ୍ଚରେ ପୂର୍ବରୁ ଉପଲବ୍ଧ କାହାଣୀ ଓ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।

ପୁରସ୍କାର :


କବିତା ବିଭାଗରେ ୫୦ରୁ ଊର୍ଦ୍ଧ୍ଵ କବିତା ଦାଖଲ କରିଥିବା କବିଙ୍କୁ ' ହାସ୍ୟ ନିଧି' ନାମକ ସ୍ଵତନ୍ତ୍ର ମାନପତ୍ର ସହ ତାଙ୍କ କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।

କାହାଣୀ ବିଭାଗରେ ସର୍ବାଧିକ ଲେଖା ଦାଖଲ କରିଥିବା ୩ କଥାଶିଳ୍ପୀଙ୍କୁ 'ହାସ୍ୟ ବିଶାରଦ ' ନାମକ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ,

ସମ୍ପାଦକୀୟ ପସନ୍ଦ ଅନୁଯାୟୀ ୫ ଲେଖକଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦ ଟଙ୍କାର ରିହାତି ଭାଉଚର ପ୍ରଦାନ କରାଯିବ ।

ସମସ୍ତ ବିଜେତାଙ୍କୁ ସେମାନଙ୍କ ସର୍ଜନା ସହ ଏହି ପ୍ରତିଯୋଗିତାର ସୁନିର୍ବାଚିତ ଗଳ୍ପ ଓ କାହାଣୀକୁ ନେଇ ଏକ ଇ-ପୁସ୍ତକ ପ୍ରକାଶ ଓ ପ୍ରଦାନ କରାଯିବ ।

ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ ।

ବିଭାଗ : କାହାଣୀ | କବିତା

ଭାଷା : ଓଡ଼ିଆ

ସମୟ ସୀମା :

ଆରମ୍ଭ - ଅପ୍ରେଲ ୨, ୨୦୨୩

ଶେଷ - ମେ' ୩୧, ୨୦୨୩

ଫଳାଫଳ -ଜୁଲାଇ ୨୦୨୩

କୃତଜ୍ଞତା : ଉକ୍ତ ପ୍ରତିଯୋଗିତାରେ ସହଯୋଗର ହାତ ବଢ଼ାଇଥିବା ଶ୍ରୀଜଗନ୍ନାଥ ଜ୍ଞାନ ଦର୍ଶନ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଶ୍ୱମ୍ବର ମହାପାତ୍ର , ସଭାପତି- 

ଶ୍ରୀ ସିଦ୍ଧେଶ୍ୱର ଶତପଥୀ , ମଞ୍ଚ ପରିଚାଳକ - ଶ୍ରୀ ଦୁର୍ଯ୍ୟୋଧନ ବାରିକ , ମାର୍ଗଦର୍ଶକ, ଆଲୋଚକ ଓ ସମୀକ୍ଷକ- କବିସୌରଭ କୈଳାଶଚନ୍ଦ୍ର ବେହେରା

ବାଲେଶ୍ୱରଙ୍କୁ ଆମ ପରିବାର ତରଫରୁ କୃତଜ୍ଞତା ।  


ଯୋଗାଯୋଗ:

ଇ-ମେଲ୍ : odia@storymirror.com / pallabini@storymirror.com

ଫୋନ୍ ନମ୍ବର : +91 8637256608 / 91106 62845