STORYMIRROR

#ଦିବ୍ୟ ଦୀପାବଳି

SEE WINNERS

Share with friends

ପ୍ରସ୍ତାବନା:

କାର୍ତ୍ତିକ ଅମାବାସ୍ୟାରେ ପାଳିତ ହୁଏ ଦୀପୋତ୍ସବ ଦୀପାବଳି । କେତେ ରଙ୍ଗର, କେତେ ପ୍ରକାରର ଦୀପ ଜଳେ । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଧୁମଧାମରେ ପାଳିତ ହୁଏ। ଗୃହେ ଗୃହେ ଦୀପ ଜଳେ, ବାଣ ଫୁଟାଯାଏ । ପିଠାପଣା ସହ ହସଖୁସିରେ ଉତ୍ସବମୁଖରିତ ହୁଏ ଘର। ଆନନ୍ଦ ଓ ଉଲ୍ଲାସ ନେଇ ଆସେ ଦୀପାବଳି। ଏହି ପର୍ବରେ ପୂର୍ବ ପୁରୁଷଙ୍କ ସ୍ମରଣାର୍ଥେ ଶ୍ରାଦ୍ଧ ଦିଆଯାଏ, ଦେବୀ କାଳୀଙ୍କୁ ପୂଜା କରାଯାଏ ତଥା ଅନେକ ସ୍ଥାନରେ ଦେବୀ ଲକ୍ଷ୍ମୀଙ୍କୁ ଆବାହନ କରାଯାଏ । ଏହି ଦିବ୍ୟ, ଭବ୍ୟ ଦୀପାବଳି ଅମାବାସ୍ୟା ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଏ, ଏହାକୁ ପୟା ଶ୍ରାଦ୍ଧ କୁହାଯାଏ । ଏହି ଦିନ ସନ୍ଧ୍ୟାବେଳେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜଳାଯାଏ । ବଡ଼ବଡୁଆ ଟେକିବା ସମୟରେ ଶୁଭେ ‘ବଡ଼ବଡୁଆ ହୋ....ବାଇଶି ପାହାଚେ ଗଡ଼ଗଡାଉ ଥା' ।


ତେବେ ଏହି ଆଲୋକର ପର୍ବ ଅବସରରେ ଷ୍ଟୋରୀମିରର୍ ନେଇ ଆସିଛି “ଦିବ୍ୟ ଦୀପାବଳି” ପ୍ରତିଯୋଗିତା ମାଧ୍ୟମରେ କବିତା ଲିଖନ ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ଉନ୍ନତ ଓ ପରିମାର୍ଜିତ କରିପାରିବେ । ଆସନ୍ତୁ କିଛି କବିତା ଲେଖି ନିଜର ଆଲୋକର ପର୍ବ "ଦିବ୍ୟ ଦୀପାବଳି"ର ଖୁସିର ସ୍ମୃତିକୁ ବାଣ୍ଟିବା । ଏହି ପ୍ରତିଯୋଗିତା ମାଧ୍ୟମରେ ନିଜ ଜୀବନରେ ପିଲାଦିନ ଠାରୁ ଆରମ୍ଭ କରି ଅଦ୍ୟବଧି ନିଜର ଅଭୁଲା, ଉତ୍ସବମୟ , ଖୁସିର, ଆଲୋକର ପର୍ବର ଦୀପାବଳିକୁ କବିତା ମାଧ୍ୟମରେ ପରିପ୍ରକାଶ କରିବା।


ଆପଣଙ୍କ ପାଇଁ ନିୟମ:

* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।

* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।

* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗ୍ ରେ ଯୋଡ଼ନ୍ତୁ ।

* କବିତାରେ ଶବ୍ଦ ସଂଖ୍ୟା ୫୦ ରୁ କମ୍ ହେବା ଉଚିତ ନୁହେଁ ।

* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।

* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।

* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।

* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।

* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।


ପୁରସ୍କାର :

* ତିନି ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 100ର ସପ୍ ଭାଉଚର ପ୍ରଦାନ କରାଯିବ ।

* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । 

* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।

ବିଭାଗ : କବିତା 

ଭାଷା : ଓଡ଼ିଆ

ପ୍ରତିଯୋଗିତାର ସମୟ ଅବଧି:

ଅକ୍ଟୋବର ୧୫ ରୁ ଅକ୍ଟୋବର ୩୧ ,୨୦୨୨

ଫଳାଫଳ: ଡିସେମ୍ବର ୨୦୨୨

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।