ପ୍ରସ୍ତାବନା:
ବିଶ୍ୱେ ବିଖ୍ୟାତ ଭାରତ ଭୂଖଣ୍ଡ । ଚିର ବନ୍ଦନୀୟ ଏମାଟି, ସର୍ବତ୍ର ହୁଏ ପୂଜା ଚାରିଆଡ଼େ ଉଡ଼େ ଯଶ, କୀର୍ତ୍ତିର ବୈଜୟନ୍ତୀ ଧ୍ୱଜା । କାଶ୍ମୀରରୁ କନ୍ୟାକୁମାରୀ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷର ସଭିଁଏ ମହାଆଡ଼ମ୍ବରରେ ପାଳନ୍ତି ପବିତ୍ର, ପୂଣ୍ୟମୟ, ଗୌରବଶାଳୀ ଦିବସ; ସ୍ୱାଧୀନତା ଦିବସ । ସକାଳୁ ସଞ୍ଜ ପଲ୍ଲୀରୁ ଦିଲ୍ଲୀ ହୋଇଯାଏ ଉତ୍ସବ ମୁଖରିତ। ଜାତୀୟ ସଙ୍ଗୀତ ଧ୍ୱନି ଜନ ଗଣ ମନ ଅଧିନାୟକ ଜୟହେ, ଭାରତ ଭାଗ୍ୟ ବିଧାତା…ରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ, ଫର ଫର ଉଡ଼େ ଏଦେଶର ପରିଚୟ ତ୍ରିରଙ୍ଗା ପତାକା । ଏକତା, ଅଖଣ୍ଡତା ଓ ବିବିଧତାର ଭରା ସୁନାର ଚଢ଼େଇ କୁହାଯାଉଥିବା ଏଦେଶକୁ ସ୍ୱାଧୀନତା ଦେବା ପାଇଁ କିଏ କଲମକୁ କମାଣ କରିଥିଲା ତ, କିଏ ବାଡି଼କୁ ବନ୍ଧୁକ, କିଏ ଫାଶୀକୁ ଫୁଲ ହାର କରି ସମବେତ ସ୍ୱରରେ ଗାଇଥିଲେ ସ୍ୱାଧୀନତାର ବୀର ଗାଥା , ପ୍ରାଣ ପ୍ରତିଦାନେ ଦେଇଥିଲେ ପରାଧୀନ ଦେଶକୁ ପ୍ରତୀକ୍ଷିତ ସ୍ୱାଧୀନତା। ମନେ ପଡ଼େ ଅହିଂସାର ଆଦର୍ଶ କଥା, ଗାନ୍ଧୀ, ନେହେରୁ, ପଟେଲ, ସୁଭାଷ, ଭାଗତ, ରାଜଗୁରୁ ଏବଂ ସୁଖଦେବ ଶତ ଶତ, ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱର ଗାଥା । ଆଜି ବି ସେଇ ଜାତୀୟ ଗରବ; ଜାତୀୟ ପତାକା, ତିନି ରଙ୍ଗିଆ ବିଶ୍ୱ ତ୍ରିରଙ୍ଗାର ଟେକ ରଖିବା ପାଇଁ ଜଳ, ସ୍ଥଳ, ଆକାଶରେ ସଜାଗ ଏମାଟିର ବୀରପୁତ୍ର ।ପାବନ ଦିବସରେ ମନେ ପଡ଼େ ଛାତିରେ ଗୁଳି ଖାଇ ଦେଶ ମାତୃକା ପାଇଁ ସେବାରତ ବୀର ଶହୀଦଙ୍କ ଅବିସ୍ମରଣୀୟ ଅବଦାନର, ବଳିଦାନର କଥା ।
ସେହିମାନଙ୍କ ତ୍ୟାଗ, ପ୍ରାଣଦାନ ପାଇଁ ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ତେବେ ଆସନ୍ତୁ ଜାତୀୟତାର ସ୍ୱାଦକୁ, ସ୍ୱାଧୀନତାର ମଧୁକୁ ଆମ ସର୍ଜନା ଶକ୍ତିରେ କବିତା ମାଧ୍ୟମରେ ପ୍ରତିଫଳିତ କରିବା । ସେ ସମୟ ସବୁକୁ ପୁନଃ ସ୍ମରଣକରି ହୃଦୟରେ ଜମାଟ ବାନ୍ଧିଥିବା ଅସଂଖ୍ୟ ଦେଶ ପ୍ରେମ ଭାବକୁ ସର୍ଜନାର ରୂପ ଦେବା ।
ତେବେ ଏହି ସୁଯୋଗ ଆପଣଙ୍କ ପାଇଁ । ଷ୍ଟୋରୀମିରର୍ ନେଇ ଆସିଛି ୭୬ତମ ସ୍ୱାଧୀନତା ଦିବସ ସ୍ମୃତିରେ କବିତା ରଚନା ଧାରା । ଏହା ଦ୍ଵାରା ଆପଣଙ୍କ ସୃଜନଶୀଳତା କଳାକୁ ଆହୁରି ସମୃଦ୍ଧିଶାଳୀ ଓ ପରିମାର୍ଜିତ କରିପାରିବେ ।
ଅବତାରଣା:
ଏହି ପ୍ରତିଯୋଗିତା ଦୀର୍ଘ ୨୫ ଦିନ ପର୍ଯ୍ୟନ୍ତ ଚାଲୁରହିବ ।
ସ୍ୱାଧୀନତା ଦିବସ ଉପରେ ନିଜ ଭାବନାକୁ କବିତା ମାଧ୍ୟମରେ ପରିପ୍ରକାଶ କରିପାରିବେ ।
ଆପଣଙ୍କ ପାଇଁ ନିୟମ:
* ଏହି ପ୍ରତିଯୋଗିତା କେବଳ କବିତା ନିମନ୍ତେ ।
* ଦୈନିକ ଭାବେ ଆପଣ କବିତା ବିଭାଗରେ ନିଜର କୃତି ଦାଖଲ କରିପାରିବେ ।
* ଆପଣଙ୍କ ଲେଖା ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଶବ୍ଦକୁ ନିହାତି ଟ୍ୟାଗରେ ଯୋଡ଼ନ୍ତୁ ।
* କବିତାରେ ଶବ୍ଦ ସଂଖ୍ୟା ୫୦ରୁ କମ୍ ହେବା ଉଚିତ ନୁହେଁ ।
* ବିଜୟୀ ଚୟନ ବେଳେ ସମ୍ପାଦକଙ୍କ ମୂଲ୍ୟାଙ୍କନକୁ ମଧ୍ୟ ଧ୍ୟାନ ଦିଆଯିବ ।
* କବିତା ଦାଖଲ ସଂଖ୍ୟାରେ କୌଣସି ସୀମା ନାହିଁ ।
* ଲେଖା ପରିସରରେ ଲେଖକ ନିଜ ନାମ, ଠିକଣା, ଶୀର୍ଷକ ଆଦି ଲେଖିବେ ନାହିଁ ।
* ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲେଖା ବୈଧ ନୁହଁ ।
* ପ୍ରବନ୍ଧ, ଗଳ୍ପ କିମ୍ବା ରଚନା ଗ୍ରହଣୀୟ ନୁହେଁ ।
ପୁରସ୍କାର :
* କବିତା ବିଭାଗରେ ସର୍ବାଧିକ ଦାଖଲ କରିଥିବା ପ୍ରତ୍ୟେକ ବିଭାଗର ତିନି ଜଣ କବିଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ INR 200ର ସପ୍ ଭାଉଚର ପ୍ରଦାନ କରାଯିବ ।
* ସମସ୍ତଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ ।
* ବିଜେତା ସ୍ରଷ୍ଟାଙ୍କର ୩୦ଟି କବିତା ସମ୍ବଳିତ ଏକ ଇ-ପୁସ୍ତକ ପ୍ରଦାନ କରାଯିବ।
ବିଭାଗ : କବିତା
ଭାଷା : ଓଡ଼ିଆ
ପ୍ରତିଯୋଗିତାର ସମୟ ଅବଧି:
ଜୁଲାଇ ୨୫,୨୦୨୨ ରୁ ଅଗଷ୍ଟ ୨୦,୨୦୨୨
ଫଳାଫଳ: ଅକ୍ଟୋବର ୨୦୨୨
କୃତଜ୍ଞତା: ଏହି ପ୍ରତିଯୋଗିତା ନିମନ୍ତେ ଆମକୁ ସହଯୋଗ କରିଥିବାରୁ ‘ କବିର କଲମେ କବିତା’ ପରିବାରର ସହଯୋଗୀ ଅଙ୍କିତ୍ କୁମାର ସ୍ୱାଇଁଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ ।
ଯୋଗାଯୋଗ:
8637256608
+91 91106 62845
pallabini@storymirror.com
ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।