STORYMIRROR

Basanta Kumar Sahoo

Others

1  

Basanta Kumar Sahoo

Others

ଜୀଵନରେ ଯାନ୍ତ୍ରିକତାର ଭୂମିକା

ଜୀଵନରେ ଯାନ୍ତ୍ରିକତାର ଭୂମିକା

1 min
412


 ଈଶ୍ଵର ଙ୍କ ସୃଷ୍ଟିରେ ମାନବ ସ୍ଵଂୟପ୍ରଜ୍ଞା ପ୍ରାଣୀ। ବିକଶୀତ

 ଚିନ୍ତାଧାରାରେ ମଣିଷ ଅହରହ ଚେଷ୍ଟିତ।ଵଣ ଜଙ୍ଗଲରେ

 ଵସତି ପ୍ରଥମ ଯନ୍ତ୍ର କୌଶଳର ପ୍ରୟୋଗ ମୁନିଆ ପଥର।

 ସେଇ ଦିନ ଠାରୁ ସୂକ୍ଷ୍ମକୌଶଳର ଅହରହ ପ୍ରୟୋଗ କରି

 ଆଜି ମାନବ ମହାକାଶରେ ଅଭେଦ୍ୟ ଦୁର୍ଗକୁ ଭେଦ କରି

 ପାରିଛି।ବୁଢି ଅସୁରଣୀର କାହାଣୀପେଡି ଆଜି ସତ୍ୟରେ

 ପରିଗଣିତ ହୋଇଛି।ଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଦ୍ବାରା

 ପୃଥିବୀ ଆଜି ଗୋଟିଏ ପରିବାର ପରି ମନେ ହେଉଛି।


              ଚାହିଁଲା ମାତ୍ରେ ମଣିଷ ଆଜି ସବୁକିଛି ପାଇ

  ଯାଉଛି। ଯନ୍ତ୍ର ଆଜି ମାନଵକୁ ଵସିଭୂତ କରିରଖିଛି।

ଏହାଦ୍ବାରା ସଭ୍ୟତା ଆଗକୁ ମାଡିଚାଲିଛି।ଗୋଟିଏପାଖରେ ଲୋକ ପୃଥିବୀର ଆରପାଖରେ ରହି ସାମଗ୍ରିକ ଭାବେ ନିଜର ଲୋକକୁ ଦେଖିବା ସଙ୍ଗେ ସଙ୍ଗେ ଅରପାରିର ଲୋକ ମାନଙ୍କ ସହିତ ସମ୍ପର୍କ ରଖି ପାରୁଛି ।


    ଯନ୍ତ୍ର ବିଜ୍ଞାନ ବହୁତ ଦେଇଛି,ପୁଣି ଛଡ଼ାଇନେଇଛି।ମଣିଷ ଆଜି ଯନ୍ତ୍ର କବଳରେ କରାୟତ। ହସ ଆଜି ଦୂରପରାହିତ । ଥରେ ମାତ୍ର ଦେଖନ୍ତୁ ନା ବିନା ବିଦ୍ୟୁତ ଆଲୋକରେ ଚନ୍ଦ୍ର କିପରି ଆମ ମନରେହସ ଭରି ଦେଉଛି। ଯନ୍ତ୍ର ସାହାଯ୍ୟରେ ମଣିଷ ଅକର୍ମା ସହରର ପୁତିଗଦ୍ଧ ମୟ ପରିବେଶ, ଯେଉଁଆଡେ ଚାହିଁବ କେବଳ ପଲିଥିନ୍, ପ୍ଲାଷ୍ଟିକ,ଗାଡ଼ି ମଟର ଧୁଆଁରେ ମଣିଷ ଅ'ଣ ନିଶ୍ଵାସି।

         ଯନ୍ତ୍ରର ପ୍ରଭାବରେ ମାନବର ମାନବୀୟ ଗୁଣ ଆଜି ଚାଲି ଯାଇଛି।ମଣିଷ ଆଜି ନିଜର ସୁଖପାଇଁ ଜଙ୍ଗଲ ମାଟି,ପାଣି,ଅନ୍ତରୀକ୍ଷ,ପ୍ରଦୁଷିତ । ସ୍ନେହ ମମତାର ଅଭାବ। ଯନ୍ତ୍ର ସଙ୍ଗରେ ମଣିଷଯନ୍ତ୍ର ପାଲଟି ଯାଇଛି। ରୋଗଗ୍ରସ୍ତ ମଣିଷ ଏ ସୁନ୍ଦର ପୃଥିବୀରେ ସମ୍ଭବତଃ ବେଶି ଦିନ ତିଷ୍ଠି ପାରିବନାହିଁ।ମଣିଷ ରୋଵର୍ଟ ପାଲଟି ଜୀବ।ଜୀଵନ ନଥିବ ସ୍ଥାଣୁ ପାଲଟି ଯିଵ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍