Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani Shankar Giri

Others

4.7  

Bhabani Shankar Giri

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

4 mins
529



ବଣ ଜଙ୍ଗଲ ଘେରା ଗାଆଁଟିଏ l ଗାଆଁରେ କେବଳ ଖଡ଼ିଆ ସମ୍ପ୍ରଦାୟର ବିରଳ ଜନଜାତି ପରିବାର ଲୋକେ ବସବାସ କରନ୍ତି l ସହରୀ ସଭ୍ୟତା ଠାରୁ ଅନେକ ଦୂରରେ ଗ୍ରାମବାସୀ l ବାହ୍ୟ ଚାକଚକ୍ୟ ଏମାନଙ୍କୁ ଆକର୍ଷିତ କରି ପାରିନି l ପ୍ରକୃତି କୋଳରେ ବସବାସ କରି ଏମାନେ ସରଳ ନିଷ୍କପଟ ଜୀବନ ଯାପନ କରନ୍ତି l ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ତାଙ୍କ ତେଲ ଲୁଣର ସଂସାର ଚଳେଇ ନିଅନ୍ତି l ପଡିଶା ଘରର ରେଣୁ ଓ କୁନା ଦୁଇ ସମସାମୟିକ ଶିଶୁ ବେଶ୍ ସାଙ୍ଗ l ଉଭୟ ଦିନ ବେଳେ ଏକାଠି ଖେଳା ବୁଲା କରନ୍ତି l ରାତିରେ ଶୋଇବା ସମୟ ତକ ଛାଡିଦେଲେ ପ୍ରାୟତଃ ଏମାନେ ସବୁବେଳେ ଏକାଠି ରହନ୍ତି l ଉଭୟ ପରିବାରରେ ସୁସମ୍ପର୍କ ଥିବାରୁ ଶିଶୁ ରେଣୁ ଓ କୁନା କେବେ କେମିତି ଯାହା ଘରେ ହେଲେ ଖାଇ ନିଅନ୍ତି l ଦେଖୁ ଦେଖୁ ଏମାନଙ୍କୁ 3ବର୍ଷ ହେଇଗଲାଣି ମିଶିକି ଗାଆଁ ଅଙ୍ଗନବାଡି ଗଲେ l ଏହି ଦୁହିଁଙ୍କ ବନ୍ଧୁତା ଦେଖି ଅଙ୍ଗନବାଡି ଦିଦି ସବୁ ପିଲାଙ୍କୁ ଏମାନଙ୍କ ଉଦାହରଣ ଦିଅନ୍ତି l ଉଭୟ ଯଦିଓ ଶାନ୍ତ ସରଳ ସ୍ୱଭାବର କିନ୍ତୁ ରେଣୁ ତାର ବିଦ୍ୟା ଅଧ୍ୟ୍ୟୟନ ଅବା ଜିଜ୍ଞାସା ମନୋବୃତ୍ତି ପାଇଁ ସବୁରି ପ୍ରିୟ ଥାଏ l ଛଅ ବର୍ଷ ବୟସ ହେବାରୁ ଉଭୟଙ୍କୁ ପାଖ ପ୍ରାଥମିକ ସ୍କୁଲରେ ଉଭୟଙ୍କ ନାମ ଲେଖା ହେଲା l ସେଇ ବନ୍ଧୁତା ଅତୁଟ ଅଛି l ତାଙ୍କ ମିଳାମିଶାରେ କେବେ ସାମାନ୍ୟତମ ବି ସମସ୍ୟା ହୁଏ ନାହିଁ l ରେଣୁ ବହୁତ ଭଲ ପଢିବାକୁ ଲାଗିଲା l ସ୍କୁଲ ଭିତରେ ବାହାରେ ବେଶ ପ୍ରଶଂସା ସାଉଣ୍ଟିଲା l କୁନା ଟିକେ ଚଗଲା ପଢ଼ାରେ ସେମିତି ବିଶେଷ ଧ୍ୟାନ ଦିଏ ନାହିଁ l ରେଣୁ ତାକୁ ବହୁତ ବୁଝାଇଲେ ବି ପଢ଼ାରେ କିନ୍ତୁ ତାର ସେମିତି ମନ ନଥାଏ l କିଛି ବର୍ଷ ପରେ ଦୁହେଁ ହାଇସ୍କୁଲରେ ପାଦ ଥାପିଲେ l ସେଇ ଭାବ ସେଇ ବନ୍ଧୁତା ସୂତ୍ରରେ ବାନ୍ଧି ହୋଇ ରହିଥାନ୍ତି l ରେଣୁ ଯେମିତି ସୁନ୍ଦରୀ ସେମିତି ଗୁଣବତୀ,ମେଧାବୀ l ନବମ ଶ୍ରେଣୀ ପଢିଲା ବେଳକୁ କୁନା ତା ସାଙ୍ଗ ରେଣୁକୁ ବନ୍ଧୁତାରୁ ପ୍ରେମ ନଜରରେ ଦେଖିବା ଆରମ୍ଭ କରିଦେଇଥାଏ l କଳେବଳେ କୌଶଳେ ରେଣୁ ବି ରାଜି ହେଇଯାଇଥାଏ l ତେବେ ରେଣୁ କିନ୍ତୁ କୁନାକୁ ଭଲ ପଢିବା ପାଇଁ ବହୁତ ତାଗିଦ କରୁଥାଏ l ଦେଖୁ ଦେଖୁ ମେଟ୍ରିକ ପରୀକ୍ଷା ସମୟ ଆସି ପହଂଚି ଯାଇଥାଏ l ଦୁହେଁ ପଢା ପଢି କରି ପରୀକ୍ଷାରେ ବସିଲେ l ପରୀକ୍ଷା ଫଳ ପ୍ରକାଶନ ପରେ ରେଣୁ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ କଲା l ଅବଶ୍ୟ ରେଣୁର ତାଗିଦ ପାଇଁ କୁନା ବି ତୃତୀୟ ଶ୍ରେଣୀରେ ହେଲେ ବି ପାସ କଲା l ଅନତି ଦୂର କଲେଜରେ ଉଭୟ ନାମ ଲେଖାଇଲେ l ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ l ସାଙ୍ଗ ହେଇ ଘରୁ ସାଇକେଲରେ କଲେଜ ଯାଇ ଫେରୁଥିଲେ l ମେଧାବୀ ରେଣୁ କିନ୍ତୁ ପାଠ ପଢ଼ାରେ ଧ୍ୟାନ ଦେଇ ଅବସରରେ କୁନାର ଯତ୍ନ ନେଉଥିଲା l ପାଠ ପଢା ସମୟ ପରେ ଫାଙ୍କା ସମୟରେ ଦୁହେଁ ବେଶ ଗପସପ କରି ସମୟ ଅତିବାହିତ କରୁଥିଲେ l ଉଭୟ ବିବାହ କରିବା ପାଇଁ ସ୍ବପ୍ନ ବି ଦେଖି ସାରିଥିଲେ l ପାଖାପାଖି ଘର, ଜାତି ସମାନ ପୁଣି ଦୁଇ ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିଛି l ଏଣୁ ବିବାହରେ ଅସୁବିଧା ନଥିବା ଦୁହେଁ ଜାଣି ସାରିଥିଲେ l କଲେଜରେ ବୋର୍ଡ ପରୀକ୍ଷାରେ ରେଣୁ ଟପର ହେଲା l କୁନା ଜଷ୍ଟ ପାସ କଲା l ଏହା ଭିତରେ ରେଣୁର ଚାକିରି ବି ହେଇଯାଇଥାଏ l ରେଣୁର ଚାକିରି ପାଇଁ କୁନା ବେଶ ଖୁସି ଥିଲା l ରେଣୁ ସହରରେ ରହି ଚାକିରି କଲା l କୁନା ନିଜ ଗାଆଁରେ ରହିଲା l ଉଭୟଙ୍କ ଭିତରେ ଗଭୀର ଭଲ ପାଇବା ରହିଥିଲା l ବିବାହ ଆଗରୁ କୁନାକୁ କିଛି ଗୁଟେ ଚାକିରି ବାକିରି ଅବା କାମଧନ୍ଦା କରିବା ପାଇଁ ରେଣୁ ବାଧ୍ୟ କରୁଥିଲା l କିନ୍ତୁ ଚେଷ୍ଟା କରିବି କୁନା କିଛି କରି ପାରିଲା ନାହିଁ l ଏହା ଭିତରେ ରେଣୁକୁ ବହୁତ ଭଲ ଭଲ ପ୍ରସ୍ତାବ ଆସୁଥାଏ l ରେଣୁର ସମ୍ପର୍କୀୟ ମାନେ ଚାପ ପକାଇବାକୁ ଆରମ୍ଭ କରିଦେଲେ l ରେଣୁ ଓ କୁନା ଉଭୟଙ୍କୁ ବହୁତ ଭଲ ପାଉଥିଲେ l ଦୁହେଁ ଦୁହିଁଙ୍କୁ ଛାଡିବା ଅସମ୍ଭବ ଥିଲା l କିନ୍ତୁ ସମସ୍ତଙ୍କ ଚାପ ଆଗରେ ଶେଷରେ ରେଣୁ ମୁଣ୍ଡ ନୁଆଁଇଲା l ବଡ଼ ଅଫିସର ପଦରେ ଥିବା ଦିପୁକୁ ବୈଦିକ ରୀତିନୀତିରେ ବିବାହ କଲା l କୁନା ପାଦ ତଳୁ ମାଟି ଖସିଯିବା ଭଳି ଲାଗିଲା l କୁନାର ଦୁଃଖ ନକହିବା ବରଂ ଭଲ l ସେପଟେ ରେଣୁ ତାର ବୈବାହିକ ଜୀବନ ଆରମ୍ଭ କଲା l କେତେବେଳେ କେମିତି କୁନା କଥା ମନକୁ ଆସିଲେ ତା ଆଖିରୁ ସ୍ଵତଃସ୍ଫ୍ରୁତ ଭାବେ ଦୁଇ ଟୋପା ଲୁହ ଚାଲି ଆସୁଥାଏ l ପରିବାର ବନ୍ଧୁ ବର୍ଗଙ୍କ ଚାପରେ ରେଣୁ ସିନା ଅନ୍ୟତ୍ର ବାହା ହୋଇ ପଡିଲା l ବାଲ୍ୟ ବନ୍ଧୁ କୁନା କଥା ଭୁଲି ପାରୁ ନଥାଏ l ଏହା ଭିତରେ ମାସେ ଦୁଇମାସ ବିତି ଗଲାଣି l ରେଣୁ ଧୀରେ ଧୀରେ ଦିପୁର ପ୍ରେମ ବନ୍ଧନରେ ଆବଦ୍ଧ ହେଇ ଆସିଲାଣି l ଏହା ଭିତରେ କୁନାର ଅନ୍ୟତ୍ର ବିବାହ ପାଇଁ ରେଣୁ ଶତ ଚେଷ୍ଟା ବି କରିଛି l ବିଧିର ବିଧାନ ନିଷ୍ଠୁର l କପାଳ ଲିଖନ କେ କରିବ ଆନ l ରେଣୁର ବୈବାହିକ ଜୀବନ କିନ୍ତୁ ବେଶୀ ଦିନ ତିଷ୍ଠି ରହିଲାନି l ଦିନେ ସନ୍ଧ୍ୟାରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ସ୍ୱାମୀ ଦିପୁ ହୃଦଘାତରେ ଚିର ଦିନ ପାଇଁ ଆଖି ବୁଜି ଦେଲେ l ରେଣୁ ଉପରେ ଦୁଃଖର ପାହାଡ଼ ଖସିଲା ପରି ଲାଗିଲା l ଅକଲରେ ପଡି କୁନାକୁ ବି ଦୁଃଖ ଦେଇଛି l ତା ଭାଗ୍ୟରେ କୁନା ହିଁ ବୋଧହୁଏଥିଲା ସେ ପାପ କରି ଏହି ଫଳ ପାଇଲା ଏମିତି ଅନେକ କଥା ଭାବି ମନ ତାର ଗୁଡେଇ ତୁଡେଇ ହେଲା l ଏହା ଭିତରେ କ୍ରିୟା କର୍ମ ସାରି ରେଣୁ ଶ୍ୱଶୁରଘରେ କିଛି ଦିନ ବିତେଇ ସାରିଲାଣି l ସକାଳ ସଂଜେ ସ୍ୱାମୀ ଫୋଟ ଚିତ୍ରରେ ନିଷ୍ଠାର ସହ ପୂଜା ବି କରୁଥାଏ l ଏଇ ଭିତରେ ରେଣୁ ବାପଘର ଆସିଥାଏ l କୁନା ସହ ଦେଖା କରି ବହୁତ କାନ୍ଦିଲା l କୁନା ତାକୁ ଆଶ୍ୱାସନା ଦେଲା l କୁନା ତାକୁ ବିବାହ କରିବ ବୋଲି ଜିଦ ଧରିବସିଲା l କିନ୍ତୁ ରେଣୁ ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ ମଥାରେ ଦେଇଥିବା 'ଟୋପାଏ ସିନ୍ଦୂର' ଓ ହାତର 'ଦି ପଟ ଶଙ୍ଖା' ସହ ବିଶ୍ୱାସ ଘାତକତା କରି ପାରିବନି କହିଲା l ରେଣୁ ଜିଦ ଆଗରେ କୁନା ହାର ମାନିଲା l କୁନା ବି ତାର ଛଡା ଆଉ କାହାକୁ ଗ୍ରହଣ କରିବନି ବୋଲି ତା ପାଖରେ ଶପଥ ନେଲା l କିଛି ଦିନ ପରେ ରେଣୁ ଯାଇ ତାର ଶ୍ୱଶୁର ଘରେ ରହିଲା l କୁନା ଗାଆଁରେ ବ୍ୟବସାୟ କରି ଚଳିଲା l ଦୁହେଁ ଦୁହିଁଙ୍କ ନିଷ୍ପତ୍ତିରେ ଅଟଳ ରହିଲେ l ସମୟକ୍ରମେ ଲୋକେ 'ପ୍ରେମ' ଓ 'ଟୋପାଏ ସୁନ୍ଦର'ର କରାମତି ବୋଲି ନିଜ ମଧ୍ୟରେ କୁହା କୁହି ହେଲେ l 



Rate this content
Log in

More oriya story from Bhabani Shankar Giri