ଜ୍ଞାନ ସିନ୍ଧୁ
ଜ୍ଞାନ ସିନ୍ଧୁ
1 min
287
ଜ୍ଞାନର ଭଣ୍ଡାର ପୁସ୍ତକ ମୋର
ପ୍ରିୟ ବନ୍ଧୁ ମୋର, ପ୍ରିୟ ସହଚର।
ଆମ ଇତିହାସ ଗୌରବ ଗାଥା
ସାହିତ୍ୟ, ଭୂଗୋଳ ବିଜ୍ଞାନ କଥା।
ଅଜଣା ଅଶୁଣା କଥା ଯେତେ
ଜାଣି ହୁଏ ସବୁ ପୁସ୍ତକୁ ସତେ।
ଦେଶ ବିଦେଶର ସବୁ ଖବର
ଜଣାଏ ବୋଲି ତ ଏତେ ଆଦର।
ମୋବାଇଲ ,ଇଣ୍ଟରନେଟ,କମ୍ପୁଟର
ସ୍ଥାନ ନେଉଅଛି ପୁସ୍ତକର ।
ତଥାପି ପୁସ୍ତକ ଜ୍ଞାନର ସୁଧା
ବିତରେ କେବେ ନୋହି ଅନ୍ୟଥା।
ହେବରେଣ୍ୟ ଲେଖକଗଣ ,
ହେ ମୋର ପ୍ରିୟ ପାଠକ ବନ୍ଧୁ
ପୁସ୍ତକ ଅଟଇ ଜ୍ଞାନର ସିନ୍ଧୁ।।
ସେ ସିନ୍ଧୁ ଅମୀୟ ପାନ କରିବା
ଜୀବନ ଆନନ୍ଦେ ବିତାଇଦେବା।
