STORYMIRROR

Sisir Kumar Odandaray

Others

2  

Sisir Kumar Odandaray

Others

ନିଃସଙ୍ଗତା

ନିଃସଙ୍ଗତା

1 min
12.7K


ନିଃସଙ୍ଗତା

(ଶିଶିର)

 

ତୁମ ଅଜାଣତେ,

ମୁଁ ଗଢି ଚାଲିଥିଲି ପ୍ରେମର ତାଜମହଲ ।

ସ୍ଵପ୍ନ ରାଇଜରେ,

ଆଙ୍କି ଚାଲିଥିଲି ମହାମିଳନର ପ୍ରତିଛବି।

କେତେବେଳେ ବର୍ଷାରେ ଭିଜୁଥିଲି ତ

କେତେବେଳେ ଫଗୁଣରେ ବାସୁଥିଲି।

ହେଲେ ଆଜି ମୁଁ ତୃଷ୍ଣାତୁର,

ବାଟଭୁଲା ପଥିକ ,

ମଳୟ ମୋ ପାଇଁ ବୈଶାଖୀର ତତଲା ସମୀର ।

ଶ୍ରାବଣ ଅଭିଶପ୍ତ, ଜହରର ଗନ୍ତାଘର ।

ଜୀବନଟା ଚାନ୍ଦ ବିହୀନ ପୁର୍ଣିମା,

ଖାଲି ବିରହ, ଛଳନା, ପ୍ରତାରଣାର ସମାହାର ।                                                 

 


Rate this content
Log in