STORYMIRROR

Anju Anjali

Others

2  

Anju Anjali

Others

ନାରୀ

ନାରୀ

1 min
562


ନାରୀ ଏଠି ସବୁ ସୃଷ୍ଟିର ଜନନୀ,

ନାରୀ ଏଠି ମା', ଭଉଣୀ, ସ୍ତ୍ରୀ, ଝିଅ ...

ନାରୀ ଏଠି ଘରର ସମ୍ମାନ, ଇଜ୍ଜତ,ଲଜ୍ଜା....।।


ନାରୀ ଏଠି ସମସ୍ତଙ୍କ ନିନ୍ଦା, ଅପବାଦ ର ଉଦାହରଣ

ନାରୀ ଏଠି ସବୁବେଳେ ନିଜ ଜୀବନ ସହ ସ°ଗ୍ରାମ କରେ

ନାରୀ ଏଠି ସବୁବେଳେ ବଞ୍ଚେ ଅନ୍ୟ ପାଇଁ ।।


ନାରୀ ସର୍ବ ରୂପେ, ସର୍ବ କ୍ଷେତ୍ରରେ ତା'ର ସ୍ଥିତି ଅନେକ

କେବେ କାହା ପାଇଁ ମା କାଳୀ ରୂପ ଧାରଣ କରେ ତୋ ଆଉ କାହା ପାଇଁ ଜନନୀ

ନାରୀ ଏଠି ସବୁବେଳେ ଜୀବନ ପାଇଁ ସ°ଗ୍ରାମ କରେ ତଥାପି ହାର୍ ମାନେନା ।।


ନାରୀ ର ରୂପ ଅନେକ,

ସେ ନିଜେ ତିଳ ତିଳ ହୋଇ ଜଳି ଦୀପ ଶିଖାଟିଏ ପରି ଅନ୍ୟକୁ ଆଲୋକ ଦେଖାଏ

ସବୁବେଳେ ସବୁ ପରିସ୍ଥିତି ରେ ଅନ୍ୟକୁ ଖୁସି ରଖିବାକୁ ଅନେକ ଚେଷ୍ଟା ପରେ ବି ସଫଳ ହୁଏ ।।


''ନାରୀ ସିଏ ଯିଏ କି ପ୍ରେମ କରେ ରାଧାଙ୍କ ପରି

ଆଉ ଦରକାର ପଡ଼ିଲେ 'ବିଷ' ବି ପିଇ ଦିଏ ମିରାଙ୍କ ପରି" ।।

ଅଞୁ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anju Anjali

ନାରୀ

ନାରୀ

1 min ପଢ଼ନ୍ତୁ