ପର କଲମ ମୁଁ କହୁଛି
ପର କଲମ ମୁଁ କହୁଛି
1 min
456
ଉପର ଭାଇ ମୁଁ ଝର କଲମର ଭୁଲିଗଲ କି ମୋ ରାଜୁତି
ନ ପିଇ ନେଳିଆ, ନାଲିଆ କାଳିରେ ବୁଡ଼ ମାରୁଥିଲି ନିତି I
ଦୁଆତଟା ଥିଲା ମୋର ସହଚର କାଗଜ ଉପରେ ଲେଖି
କଥା ଉପକଥା ଦେଉଥିଲି ଭେଟି ଯାହା ତୁମ ମନଲାଖି I
ଆଜି ହୋଇଗଲି ସାତପର କିଆଁ? ସତେ କି ଦେଲ ପାଶୋରି
କଲମରେ ନିବ୍ ଲାଗିବା ଆଗରୁ ତା ଜାଗା ଥିଲି ଆବୋରି I
