STORYMIRROR
ମାଆ
🌹🌹🌹...
ମାଆ
🌹🌹🌹🌹🌹
ଯିଏ...
ମାଆ
🌹🌹🌹🌹🌹
ଯି...
“
ମାଆ
🌹🌹🌹🌹🌹
ଯିଏ ଚିହ୍ନି ନିଏ
ଅନ୍ତର ତନ୍ତ୍ରୀ କୁ
ପଢିନିଏ ଆଖିଭାଷା
ଦୁଃଖ ଅବା ଲୁହ
ସୁଖ ଅବା ସ୍ନେହ
କ୍ଷୁଧା ଅବା ତୃଷା.
ଉଦାସୀ ମନକୁ
ଅନୁଭବୀ ପାରେ
ଛୁଇଁ ପାରେ ହୃଦୟକୁ
ଭିଜା ମନ ତଳେ
ଯନ୍ତ୍ରଣା ର ବ୍ୟଥା
ପଢିଆସେ ସବୁ ତାକୁ.
ଭାରି ହୋଇଗଲେ
ମନ କି ହୃଦୟ
ଆଖିରେ ନାଚେ ତା ମୁଁହ
ମିଠା ହସ ତାର
କୋଟି ଦୁଃଖ ହରେ
ଝରାଇ ବାତ୍ସଲ୍ୟ ମୋହ.
ତା ପଣତ ତଳେ
ଅପୂର୍ବ ପ୍ରଶାନ୍ତି
ଅବସାଦ ଯାଏ ହରି
ସାରା ଦୁନିଆଟା
ଲାଗେ ସ୍ୱାର୍ଥପର
କେହି ନୁହଁ ମାଆ ପରି.
”
239
More oriya quote from SUJATA DAS
Download StoryMirror App