STORYMIRROR

ମା' - ଖାଲି...

ମା' - ଖାଲି ଶବ୍ଦ ଟିଏ ନୁହେଁ, ଏକ ପୂର୍ଣ ବର୍ଣ୍ଣମାଳା। ହଁ ଯେମିତି ବର୍ଣ୍ଣମାଳା ର ସୀମିତ ଅକ୍ଷର ମହାଭାରତ ପରି ମହାକାବ୍ୟ ରଚନା କରିବାର ସାମର୍ଥ୍ୟ ରଖେ, ସେମିତି ମା'ର ସୀମିତ ପରିଧି ବିଶିଷ୍ଟ ହାତ ଟା ମୁଣ୍ଡ ଉପରେ ଥରେ ବୁଲି ଆସିଲେ ଅସୀମିତ ଆକାଶ ପରି ଅନୁଭୂତ ହୁଏ। ବୋଧେ ତା ଠୁ ବି ବଡ। ହଁ ଅଦିନିଆ ମେଘ ଟିକେ ଆକାଶରେ ଘୋଟିଗଲେ ଆକାଶ ଟା ବିଜୁଳି ଘଡଘଡି ଦ୍ୱାରା ଚିତ୍କାର କରିଉଠେ, ହେଲେ ଛାତିରେ ଛାତିଏ କୋହ ସାଇତି ବି ମା' କେବେ ପାଟି ଫିଟାଏନି। ସତରେ ମାଆ ହବା ସହଜ ନୁହଁ।

By Chinmaya Kumar Sahoo
 381


More oriya quote from Chinmaya Kumar Sahoo
28 Likes   0 Comments
25 Likes   0 Comments