ହଁ କେବେ ସ୍ୱପ୍ନରେ ଭାସିଛି,
ସ୍ମୃତି ରେ ବି ବୁଡିଛି,
ପୁଣି କଳ୍ପନାରେ ବି ପହଁରିଛି,
କିନ୍ତୁ ସେ ସବୁରୁ ପାଇଥିବା "ଆରମ୍ଭ" ର
"ଇତି" ଟାକୁ ଆଜିବି ଖୋଜୁଛି।
ସେଦିନ ସେ ବଖାଣୁଥିଲା
କଣ ସବୁ ତା ଆଗାମୀ ଆଭିଜାତ୍ୟ,
ଆଉ କେହି ଜଣେ ବୁଝାଇଦେଲା....
ବର୍ତ୍ତମାନ ଟା ବି ଟିକେ ପରେ ଅତୀତ,
ଆଉ ସ୍ବପ୍ନ ସବୁ ସ୍ମୃତି, ହେଲା ପରେ ସତ।