I'm Anil and I love to read StoryMirror contents.
Share with friends
ବୟସର ପୂର୍ବାହ୍ନରେ ମୃତ୍ୟୁକୁ ନିମନ୍ତ୍ରଣ, ସମୟ ଉପରେ ନାହଁ ନିୟନ୍ତ୍ରଣ। ଅତୀତ ପାଖରେ ମୁଁ ଆଜି କରେ ସମର୍ପଣ, ଭବିଷ୍ୟତ ସତେ ମାୟାର ହରିଣ।
ହେ ସମୟ, ତୁମେ ବହି ଯାଉଥିବା ସ୍ରୋତଟିଏ। କେବେ ପୁଣି ମରୁ ମରୀଚିକା ଟିଏ।। ହେ ସମୟ, ତୁମେ ଧ୍ୱଂସର କରାଳ ରୂପଟିଏ। କେବେ ପୁଣି ସୃଷ୍ଟି ପାଇଁ ସ୍ରଷ୍ଟା ଟିଏ। ହେ ସମୟ, ତୁମେ କାହା ବିଶ୍ୱାସରେ ବିଷ ଟିଏ। କେବେ ପୁଣି ନିରାଶାର ଆଶାଟିଏ।।
ସମୟର ସ୍ରୋତ ଯେତେ ପ୍ରଖର ହେଉଛି, ଅତୀତଟା ସେତେ ପୁଣି ଯନ୍ତ୍ରଣା ଦେଉଛି। ଜଣେନା ଦୁଃଖ ଦେଇ ସେ କି ସୁଖ ପାଉଛି, ଯନ୍ତ୍ରଣା ର ଜୁଇରେ ମୁଁ ନିଇତି ଜଳୁଛି।
ଜୀବନ କେବେ ବିତି ଯାଇଥିବା କାଲିର ଅତୀତ, ପୁଣି କେବେ ଆସନ୍ତା କାଲିର ଭବିଷ୍ୟତ। ଜୀବନ କେବେ ବହି ଯାଉଥିବା ସମୟର ସ୍ରୋତତ, ପୁଣି କେବେ ଶାନ୍ତ ସ୍ନିଗ୍ଧ ମଧୁର ବସନ୍ତ।