@pravasini-senapati

pravasini Senapati
Literary Colonel
AUTHOR OF THE YEAR 2021 - NOMINEE

110
Posts
1
Followers
2
Following

ମୋର ଆରାଧ୍ୟ ଜଗତର ନାଥ ଶ୍ରୀ ଜଗନ୍ନାଥ, କୋଟି ଓଡ଼ିଆଙ୍କ ମଉଡମଣି, କୋଟି ହୃଦୟର ସ୍ପନ୍ଦନ, ଅନାଥଜନଙ୍କ ନାଥ ,ବିଶ୍ୱ ସ୍ରଷ୍ଟା, ଲୀଳାମୟଙ୍କ କରୁଣାରୁ ଦି'ପଦ ତାଙ୍କ ବିଷୟରେ ଲେଖିବାକୁ ମୋତେ ସମର୍ଥ କରିଥିବାରୁ ତାଙ୍କରି ସେଇ ଅଭୟ ପାଦପଦ୍ମରେ ରେ ମୁଁ କୋଟି କୋଟି ଦଣ୍ଡବତ ଜଣାଉଛି ।ଜୟ ଜଗନ୍ନାଥ🙏🙏 ସର୍ବେ ଭବନ୍ତୁ ଶୁଖିନଃ, ସର୍ବେ ସନ୍ତୁ ନିରମୟା ସର୍ବେ... Read more

Share with friends

ପିତା ସମ୍ପତ୍ତିରେ ଗରବେ ଯେ ଅନ୍ଧ ନୁହେଁ ଉତ୍ତମ ସନ୍ତାନ ନିଜ ଚେଷ୍ଟାରେ ଯେ ପାଏ ସଫଳତା ପୁତ୍ର ଜନ୍ମ ତାର ଧନ୍ୟ । ପ୍ରଭାସିନୀ ସେନାପତି

ବଡ଼ ଆଶା ନେଇ ହେ ବଡ଼ ଠାକୁର ତୁମକୁ ଜଣାଏ ଦୁଃଖ ବଡ଼ ଦୁଃଖୀଟିଏ ମୁଁ ତୁମ ସୃଷ୍ଟିରେ କୃପା ଦୃଷ୍ଟି ବାରେ ରଖ । ପ୍ରଭାସିନୀ ସେନାପତି

କର୍ମ ହିଁ ଈଶ୍ୱର, କର୍ମ କରି ଚାଲ ଫଳରେ ନରଖି ଆଶା ନିଶ୍ଚୟ ପାଇବ ସଫଳତା ଦିନେ ଈଶ୍ୱର ହେବେ ଭରସା । ପ୍ରଭାସିନୀ

ଅଦ୍ଭୁତ ତୋ ହସ ଅଦ୍ଭୁତ ତୋ ବେଶ ଅଦ୍ଭୁତ ତୁ ଚକାଡୋଳା ଅଧା ହାତେ ଧରି ସଂସାର ର ଡୋର କରୁଅଛୁ କେତେ ଲୀଳା । ଜୟ ଜଗନ୍ନାଥ

ଅଳସୁଆ ମନ ସୈତାନ ର ବାସସ୍ଥାନ ।ତେଣୁ ସର୍ବଦା ଅଳସୁଆ ପରି ନ ବସି ନିଜ ମୁଣ୍ଡକୁ କୌଣସି ନା କୌଣସି କାର୍ଯ୍ୟରେ ସର୍ବଦା ଲଗାଇ ରଖନ୍ତୁ ।

ନିଜେ ଅନ୍ୟଠାରୁ ଯେପରି ବ୍ୟବହାର ଆଶା କରୁଛ ଅନ୍ୟକୁ ମଧ୍ୟ ସେପରି ବ୍ୟବହାର ଦିଅ ।କାରଣ ତୁମ ମନ ଯାହା ଚାହେଁ ଅନ୍ୟ ମାନଙ୍କ ମନ ଠିକ ସେପରି ଚାହେଁ । ପ୍ରଭାସିନୀ

ତୁମ ନାମେ ପ୍ରଭୁ ଦିନ ମୋ ସରଇ ତୁମ ନାମେ ରାତି ଯାଏ ପାହି ନିଶ୍ୱାସ ରେ ତୁମେ ପ୍ରଶ୍ୱାସରେ ତୁମେ, ବିଶ୍ୱାସରେ ତୁମେ ଅଛ ରହି । ଜୟ ଶ୍ରୀଜଗନ୍ନାଥ 🙏🙏

ତୁମେ ଅଛ ମୋର ପାଖେ ପାଖେ ସଦା କାହିଁକି ଡରିବି କୁହ ? ପୂଜୁଛି ପୂଜିବି ତୁମ ଶ୍ରୀପୟରେ ଢ଼ାଳି ଏଇ ଆଖି ଲୁହ । ଜୟ ଜଗନ୍ନାଥ

ସବୁଠାରୁ ବେଶୀ ମୋତେ ଭଲପଅ ତେଣୁ କି ଦେଉଛ ଦୁଃଖ ଯଦି ଦେଲ ଦୁଃଖ ସହିବାକୁ ଶକ୍ତି ଦିଅ ହେ ବିଶ୍ୱ ନାୟକ । ପ୍ରଭାସିନୀ ସେନାପତି


Feed

Library

Write

Notification
Profile