ସଦା ଖୋଜୁଥିଲେ ନିଜର ଦୋଷ
ନିଜ ସାଥେ ହରେ ଅନ୍ୟ କଳୁଷ
ଏ ସିନା ଅଟଇ ଶ୍ରେଷ୍ଠ ଆବିଷ୍କାର
ଆର୍ଦଶ ସାଜଇ ସେଯେ ଅନ୍ୟର
ପିପିଲିକା ସମ କରିଲେ ଶ୍ରମ...
ସଫଳତା ପଥେ ନଥାଏ ଭ୍ରମ ।।
ଆଳସ୍ୟେ ବିଫଳ ହୁଏ ବିକାଶ ...
ହତାଦର ପାଏ ସବୁରି ପାଶ ।।
ସମୟର ଚକ ଘୁରଇ ନିତ୍ୟ ..
ବିତିଲା ସମୟ ନ ଫେରେ ସତ୍ୟ ।।
ସମୟର ମୂଲ୍ୟ ଯେହୁ ବୁଝଇ ..
ନିଜ କର୍ମେ ଯଶ କୀର୍ତ୍ତି ଅର୍ଜଇ ।।
ବିଦ୍ୟା ଅଟଇ ଏପରି ବିତ୍ତ ...
ଦାନ କରୁଥିଲେ ବଡ଼ଇ ନିତ୍ୟ ।।
ବିନୟ ଅଟଇ ଜ୍ଞାନୀ ଭୂଷଣ...
ସମାଜ ପୂଜଇ ତାର ଚରଣ ।।
କହିବା କରିବା ହେଲେ ଭିନ୍ନ ପ୍ରକାର ...
ଅଧର୍ମ ବାନ୍ଧି ମନରେ ଘର ।।
ସଫଳତା ପଥେ ଦିଅଇ ବାଧା ...
ସବୁ କାମ ଶେଷେ ରହଇ ଅଧା ।।
କହିବା କରିବା ହେଲେ ଭିନ୍ନ ପ୍ରକାର ...
ଅଧର୍ମ ବାନ୍ଧି ମନରେ ଘର ।।
ସଫଳତା ପଥେ ଦିଅଇ ବାଧା ...
ସବୁ କାମ ଶେଷେ ରହଇ ଅଧା ।।
ଦାନ କଲେ ବଢେ ଧନ ମାନ ଯଶ
ତୈଳ ଦାନେ ଦୀପ କରେ ଜ୍ୟୋତି ପ୍ରକାଶ
ନମ୍ରତା ବିନା ମୂଲ୍ୟ ରେ ମିଳଇ
ତା ବିନିମୟେ ନର ବହୁତ ଲଭଇ