I believe in karma. Whatever comes in your life just face it. Build a new environment that defines you.
Share with friends
ଯେମିତି ନଈ ଶୁଖିଗଲା ପରେ ନାଉରିଆ ର ଠିକଣା ବଦଳି ଯାଏ ସେମିତି ସ୍ବାର୍ଥ ସରିଗଲା ପରେ ଲୋକଙ୍କର ବ୍ୟବହାର ବି ବଦଳି ଯାଏ। ପୁଷ୍ପକେଶିନୀ ଦାଶ
ପକ୍ଷୀ ଟିଏ ଉଡୁଥିବା ବେଳେ ଯଦି ତାର ଡେଣା ତିକୁ କାଟି ଦିଆ ଯାଏ। ସେ ହୁଏତ ତଳେ ପଡି ଚାଲିବା ସିଖିଯିବ କିନ୍ତୁ ଯେତେ ଚେଷ୍ଟା କଲେ ଆଉ ଆଗ ଭଳି ଉଡ଼ିପରିବ ନାହିଁ । ସେମିତି ମଣିଷ ଜୀବନ ମଧ୍ୟ, ନିଜ କୋହ କୁ ଚାପି ଧରି ବଞ୍ଚିଯାଏ ସତ କିନ୍ତୁ ଆଗ ଭଳି ଜୀବନ ନଥାଏ। ପୁଷ୍ପକେଶିନୀ ଦାଶ
ଜୀବନରେ ଆସୁଥିବା ଝଡ଼ଝଂଜାକୁ ସହୁଥିବା ଲୋକଟିକୁ ବାରମ୍ବାର କଷ୍ଟ ମିଳେ ସତ କିନ୍ତୁ ତାକୁ କିଏ ହରେଇପରିବେ ନାହିଁ । ପୁଷ୍ପକେଶିନୀ ଦାଶ
କିଛି ଆଶା, କିଛି ଅପେକ୍ଷା, କିଛି ସ୍ମୃତି, କିଛି ଅନୁଭୂତି, କିଛି ଶିକ୍ଷା, କିଛି ଭଲପାଇବା, କିଛି କ୍ଷମା, କିଛି ସହଯୋଗ ର ହାତ ବଢ଼େଇ ଆଗାମୀ ବର୍ଷ କୁ ସ୍ଵାଗତ କରିବା। ଏ ବର୍ଷ ଟା ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଜଗନ୍ନାଥ ସମସ୍ତଙ୍କୁ ଖୁସି ରେ ରଖନ୍ତୁ।
ପିଲାମାନେ ଛୋଟ ଥିଲା ବେଳେ ବାପମାଙ୍କ ଭଲପାଇବା ଯେତିକି ଦରକାର, ବୁଢ଼ା ବୁଢ଼ୀ ସମୟରେ ପିଲାମାନଙ୍କ ଜତ୍ନ ଵି ସେତିକି ଆବଶ୍ୟକ।
ଅନ୍ଧକାରକୁ ଦୂର କରିବା ପାଇଁ ଗୋଟିଏ ଦୀପ ଶିଖାର ମହତ୍ୱ ମଧ୍ୟ ଅନନ୍ୟ । ସେମିତି ଗୋଟିଏ ମଣିଷ ଚାହିଁ ଲେ ବହୁତ କିଛି କରିପାରିବ। ପୁଷ୍ପକେଶିନୀ ଦାଶ