Birakishore Nayak
Literary General
AUTHOR OF THE YEAR 2021 - NOMINEE

573
Posts
12
Followers
4
Following

None

Share with friends
Earned badges
See all

ନୂତନ ବର୍ଷରେ ତୁମକୁ ଦେବି ମୁଁ ସାଇତିଛି ଯେତେ ପ୍ରୀତି, ପ୍ରତିଦାନେ ତୁମେ ତୁମରି ସେନେହେ ଭରିବ ମୋ ପ୍ରାଣ ସାଥି |

ନୂଆ ବର୍ଷ ଆସି ଢାଳିଛି ମନରେ ଅନେକ ଆଶାର ବର୍ଷା, ତାରୁଣ୍ୟ ମନରେ ସାତରଙ୍ଗ ଦେଇ ତୋଳିଛି ପ୍ରୀତିର ଆଶା |

ନୂତନ ବର୍ଷର ପ୍ରଥମ ପ୍ରଭାତେ ସୂର୍ଯ୍ୟଙ୍କ ସୁନେଲି ଆଭା, ଭରିଦେଉ ପ୍ରାଣେ ନୂତନ ଆଲୋକ ନୂତନ ଆଶାର ପ୍ରଭା |

ପୁରୁଣା ବର୍ଷର ଯାହା ସବୁ ଗ୍ଲାନି ମନରୁ ଦୂରେଇ ଦେବା, ନୂତନ ବର୍ଷରେ ନୂତନ ଉଲ୍ଲାସେ ଆଗକୁ ଆଗେଇ ଯିବା |

ନୂତନ ବରଷ ହେଉ ଶୁଭଙ୍କର ବିଶ୍ୱ ଶାନ୍ତି ହେଉ ସ୍ଥିର, ଯୁଦ୍ଧ ଘନଘଟା ଅଚିରେ ବିଶ୍ୱରୁ ସବୁଦିନ ହେଉ ଦୂର |

ନୂଆ ବରଷରେ ନୂଆ ସମ୍ଭାବନା ଜାଗିଉଠୁ ଜୀବନରେ, ସଫଳତା ମିଳୁ ସଭିଙ୍କ କର୍ମରେ ଏ କାମନା ମନେ ଭରେ |

ନୂତନ ବରଷ ନୂତନ ଉଲ୍ଲାସ ଆଣୁ ସଭିଙ୍କ ଜୀବନେ, ଏଇ କାମନା ମୋ ବିଭୁଙ୍କ ପାଖରେ ଜଣାଏ ମୁଁ ପ୍ରତିକ୍ଷଣେ |

ଯେଉଁ ଦେଶେ ନାରୀ ସମ୍ମାନ ପାଆନ୍ତି ସେ ଦେଶ ଅଟେ ମହାନ, ମାତୃଭୂମି ପରି ସମ୍ମାନର ଯୋଗ୍ୟା ହୁଅନ୍ତି ସଦା ବନ୍ଦନ |

ଯେଉଁ ଦେଶେ ନାରୀ ସମ୍ମାନ ପାଆନ୍ତି ସେ ଦେଶ ଅଟେ ମହାନ, ମାତୃଭୂମି ପରି ପୂଜନୀୟା ସିଏ ସିଏ ତ ପୂଜ୍ୟା ଜନନୀ |


Feed

Library

Write

Notification
Profile