ସାହିତ୍ୟ ଅଟଇ ସମାଜ ଦର୍ପଣ, ସମାଜର ପ୍ରତିଛବି ପରଖେ। ଦୋଷ ଦୁର୍ବଳତା ଦେଖିଲେ ସମାଜେ, ଏକା ସାହିତ୍ୟିକ କଲମେ ଆଙ୍କେ।। - ତୁଷାରକାନ୍ତ -
ସମୟ ସ୍ରୋତରେ ଅପସରି ଯାଏ, ବାଲ୍ୟକାଳ ଚପଳତା। ଅନୁଭୂତି ଏକା ଚିରଦିନ ସାଥି, ସ୍ମୃତି ସିନ୍ଦୁକେ ସାଇତା।। - ତୁଷାରକାନ୍ତ -
କ୍ରୋଧ ଜନ୍ମ ଦିଏ ଅହଙ୍କାର ମନେ, ଅହଙ୍କାର କରେ କ୍ଷତି। ସଂଯମତା ଶକ୍ତି ପାଶେ ଥାଏ ଯା'ର, କ୍ରୋଧ ହୁଏ ବଶବର୍ତ୍ତୀ।। - ତୁଷାରକାନ୍ତ -
ଖରାପ ଅଭ୍ୟାସ କୁ-ସଙ୍ଗରେ ପଡି, ନିଶାକୁ କରିଛ ସାଥି। ଏଇ ନିଶା ଦିନେ ଜୀବନେ ଆଣିବ, କାଳ ଅନ୍ଧକାର ରାତି।। - ତୁଷାରକାନ୍ତ -