ମୁଁ ନୁହେଁ ମୋ ପରି
ତୁମେ ନୁହଁ ତୁମ ପରି
ତୁମେ କିଛି, ମୁଁ କିଛି
ଦୁହେଁ ଆମେ ଦୁହିଁଙ୍କର
କିଛି କିଛି ମିଶମିଶି ।
ଏହି ସେହି ଉତ୍କଳ ଯହିଁ ଜନ୍ମି ଥିଲେ କେତେ ବୀର, କବିକୁଳ
ହେ ମୃତ୍ୟୁ !
ତମେ କେବେ ଆସିବ
ମୁଁ ନ ଚାହିଁ ବି ତୁମ ଅପେକ୍ଷାରେ
ମୋ ଭିତରେ ଭୟଙ୍କର ରାକ୍ଷସଟେ ଲୁଚିଛି
ତ ମୁଁ ଆଉ କାହାକୁ କେମିତି ଡ଼ରି ପାରେ ।
ବନ୍ଧୁ! ତୁମକୁ ଦେଖିଲେ
ମୋ ଦୁଃଖ ସବୁ ଚାଲିଯାଏ
ଚିନ୍ତା ସବୁ ହଜି ଯାଏ
ମୋ ନିରାଶା ଜୀବନେ
ଆଶାର ଦୀପଟିଏ ଜଳେ ।
ସେ ଡୋରି ସ୍ନେହର
ସେ ଡୋରି ପ୍ରେମର
ସେ ଡୋରି ସୌହାଦର
ଭାଇ ଭଉଣୀର ପବିତ୍ର
ସମ୍ପର୍କର
ସେ ଗୋଟେ ନିଆରା ପ୍ରତୀକ ।
ବାପା! ତମେ ଏତେ ନିର୍ଭୀକ
କେମିତି ହେଲ ଯେ
ମୋ ପାଇଁ ବୋଲି
ତମେ ଏ ଦୁନିଆ ସହ ଲଢ଼ିବାକୁବି ପଛାଉନ
ଏକା ଏକା ବାହାରି ପଡ଼ିଛ ।
ସ୍ୱାର୍ଥ ବିହୀନ ବନ୍ଧୁତା ହିଁ ସ୍ବର୍ଗୀୟ
ଯେଉଁଠି ବାହ୍ୟ ପ୍ରୀତି ନୁହେଁ
ପ୍ରେମ ହୃଦୟରୁ ନିସୃତ ହୁଏ ।
ଚାହେଁ ଖାଲି ମୃତ୍ୟୁ
ମୋ କଳଙ୍କିତ ଜୀବନର ।
- ବିକେଶ