ମନର ଭାବନା ଓ ଗଭୀରତାକୁ କଳନା କରିବାକୁ ଚେଷ୍ଟା କରୁଛି ମାତ୍ର!
Share with friends
ଜୀବନରେ ସମସ୍ୟା ଯେତେ ଥାଉ ନା କାହିଁକି, ଚିନ୍ତା କଲେ ତାହା ଦ୍ଵିଗୁଣିତ ହୋଇଥାଏ! ନୀରବ ରହିଲେ ତାହା ଅଧା କମିଯାଏ! ଧର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ଏବଂ ଭଗବାନ ଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଥାଏ! ଜୟ ଶ୍ରୀ ରାଧେ 🙏
🌷ମଣିଷ ବଞ୍ଚିକି ମଧ୍ୟ ମୃତତୁଲ୍ୟ ଯେତେବେଳେ ସେ ଦରିଦ୍ର ହୁଏ ଏବଂ ମଣିଷ ମୃତ୍ୟୁବରଣ କଲା ପରେ ମଧ୍ୟ ବଞ୍ଚିକି ଥାଏ ଯେତେବେଳେ ତା'ର ଯଶ ଓ କୀର୍ତ୍ତି ଚାରିଆଡ଼େ ପ୍ରସାରିତ ହୁଏ।🌷 ଜୟ ଶ୍ରୀ ରାଧେ 🙏
ଜୀବନ ର ଶେଷ ମୁହୂର୍ତ୍ତରେ ଆହାଃ ...ଆହାଃ... ଲୋକଟା କେତେ ଭଲ ଥିଲା! ଏହି ଶବ୍ଦ ଟି କୋଉ ବିଶ୍ଵବ୍ଯାଙ୍କ ରେ ଜମା ଥିବା ଧନରାଶି ଠାରୁ କମ୍ ନୂହେଁ ବା ନିଜ ନାମ ରେ ଥିବା ସୌଖୀନ ରାଜପ୍ରାସାଦ ଠାରୁ ଉଣା ନୂହେଁ! ଏହାହିଁ ଜୀବନସତ୍ତାର ଅୟମ୍ ଆରମ୍ଭ ଓ ପ୍ରକୃତ ମୂଲ୍ୟବୋଧ! ଜୟ ଶ୍ରୀ ରାଧେ 🙏
ଲକ୍ଷ୍ୟ ହୀନ ଜୀବନ, ନିଜେ କ୍ଲାନ୍ତ ହୋଇ ଯିବେ ସିନା, ମାତ୍ର ଯେତେ ରାସ୍ତା ଅଗ୍ରସର ହେଲେ ମଧ୍ଯ ରାସ୍ତା କେବେ ସରେ ନାହିଁ! ଜୀବନର ଲକ୍ଷ୍ୟ ନେଇ ଅଗ୍ରସର ହୁଅନ୍ତୁ, ନିଶ୍ଚିନ୍ତ ସଫଳତା ପ୍ରାପ୍ତ ହେବେ! ଜୟ ଶ୍ରୀ ରାଧେ 🙏
🙏 ନିଜର କର୍ମମୟ ଜୀବନ ଭିତରେ ଅନେକ ସୁଖ ଓ ଦୁଃଖ ର ଯିବା ଆସିବା ଲାଗିରହିବ! ନିଜର ସହନଶୀଳତା ବଜାଇ ରଖନ୍ତୁ! କିଛି କ୍ଷଣ ବନ୍ଧୁ ଓ ପରିବାରବର୍ଗ ଙ୍କୁ ଦିଅନ୍ତୁ! ତାହା ମେସେଜ ବା ସ୍ୱଉପସ୍ଥିତ ମାଧ୍ୟମରେ ହେଉ! ଏହା ହିଁ ଆସନ୍ତା କାଲିର ଆପଣଙ୍କ ସଞ୍ଚିତ ଧନ, ସୁଖ ଓ ଶାନ୍ତି! 🙏
ଆପଣ ଦୈନ୍ୟଦିନ ଜୀବନରେ ଅର୍ଜନ କରୁଥିବା ସମସ୍ତ ଶ୍ରେୟ ଇଶ୍ଵରଙ୍କୁ ସମର୍ପି ଦିଅନ୍ତୁ, ସେ ହେଉ ପାପ ବା ପୁଣ୍ୟ! ଦେଖିବେ ଈଶ୍ବରଙ୍କ କରୁଣା ପ୍ରାପ୍ତି ହେବେ! ସ୍ୱତଃ ପ୍ରଶ୍ନ ଉଠେ ପାପ ଓ ପୁଣ୍ଯ ସମାନିକରଣ କେମିତି? ହଁ ବନ୍ଧୁ ଜୀବର କର୍ମ ପୁନଃ ନିର୍ଦ୍ଧାରିତ, ଯେହେତୁ ଆତ୍ମା ଆମର ଅଟେ!