ଗଛକୁ ଦୃଢ କରେ ଚେର
ଆଉ ସଂସାରକୁ ଦୃଢ଼ତା ପ୍ରଦାନ କରନ୍ତି ପିତା । ଯଦି ପିତା ନଥାନ୍ତି ତାହେଲେ ତୁମର ସଂସାର ରୂପକ ଗଛ ଦାଲୁକା ଏ ପବନରେ ଭାଙ୍ଗି ପଡ଼େ।
ଦବରେ ଯେତିକି ଆନନ୍ଦ ଥାଏ, ତାହା ପାଇବାରେ ନଥାଏ ।
ଯେଉଁମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି, ସମ୍ପର୍କ ବିନା ରହିବା କଷ୍ଟ ବୋଲି ଜାଣନ୍ତି, ସେଇମାନେ ହିଁ କ୍ଷମା କରନ୍ତି।
ଆଶା ବିନା କ୍ଷଣେ ବଞ୍ଚିରହିବାଟା ନୁହଁଇ ସମ୍ଭବପର ,ସେହି ଆଶା ସାଜେ ଦୁଃଖର କାରଣ ଝରାଏ ଲୋତକ ଧାର ।
ଶରୀର ଶକ୍ତିକୁ ସର୍ବଶ୍ବ ମାନିବ
ମୁର୍ଖାମୀ ର ପରିଚୟ, ମନେ ଶକ୍ତି ଥିଲେ ହାରିବନି କେବେ ବିଜୟ ହେବ ନିଶ୍ଚୟ।
ନିଜକୁ ନ ଦେଖି ପରକୁ ଦେଖିଲେ,ରହିବନି କେବେ ଖୁସି, ନିଜ ଆତ୍ମବଳ ପରଚିନ୍ତନରେ ଧିରେ ଧିରେ ଯିବ ଖସି ।
ସ୍ନେହ, ଶ୍ରଦ୍ଧା,ଭକ୍ତି ଭଲପାଇବାଟା ରହିଥାଏ ସେଠି ଚିର,
ପକ୍କା ନ ହେଲେ ବି ଝାଟିମାଟି ବୋଳା, ସେହି ମୋର ଛୋଟ ଘର ।
ଗଛ ପରି ଆଉ ଭଲ ବନ୍ଧୁଟିଏ
ମହିମଣ୍ଡଳରେ ନାହିଁ।
ଆମ ଜୀବନକୁ ରକ୍ଷାକରିବାକୁ
ବଞ୍ଚୁଛି ସେ ବିଷ ପିଇ ।
ଏକ ପବିତ୍ର ସମୟ ହେଉଛି ପ୍ରଭାତ । ଏହି ସମୟରେ ମନରେ ଉତ୍କଣ୍ଠା, ଉତ୍ସାହ ଜଗ୍ରତ ହେବା ସହିତ କିଛି ନୂଆ କରି ବାର ଇଚ୍ଛା ମଧ୍ୟ ଜାଗ୍ରତ ହୁଏ ।